ହାଇଦ୍ରାବାଦ: ଚାରିଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ପାଇଁ ହୋଇଥିବା ଭୋଟ, ଗଣତି ରବିବାର ସକାଳେ ଆରମ୍ଭ ହେବ । ଫଳାଫଳକୁ ନେଇ ବିଭିନ୍ନ ପୂର୍ବାନୁମାନ କରାଯାଇଛି । ଫେବୃଆରୀ ୨୬ ତାରିଖରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ କେନ୍ଦ୍ରଶାସିତ ଅଂଚଳ ପୁଡୁଚେରୀରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ମୋଟ ୮୨୪ ବିଧାନସଭା ଆସନରେ ପ୍ରତିନିଧ ବାଛିବା ପାଇଁ ୧୮ କୋଟିରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ । ୨ ଲକ୍ଷ ୭୦ ହଜାର ମତଦାନ କେନ୍ଦ୍ରରେ ମତଦାନ ହୋଇଛି । ତେବେ ରବିବାର ଭୋଟ୍ ଗଣତି ହେବା ପୂର୍ବରୁ ଫଳାଫଳ ନେଇ ଉତ୍ସୁକତା ପ୍ରକାଶ ପାଇଛି ।
ଆସାମ :
ଆସାମରେ ୧୨୬ ଆସନ ବିିଶିଷ୍ଟ ବିଧାନସଭା ନିର୍ବାଚନ ପାଇଁ ତିନି ପର୍ଯ୍ୟାୟରେ ମତଦାନ ହୋଇଥିଲା ।
-ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ
ଆସାମରେ ଶାସକ ବିଜେପି ବିକାଶ ନାଁରେ ଭୋଟ୍ ମାଗିଥିବାବେଳେ ବିରୋଧୀ କଂଗ୍ରେସ ପାଇଁ ନାଗରିକ ସଂଶୋଧନ ଆଇନ୍ ଥିଲା ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ।
-ବଡ ଲଢେଇ
ରାଜ୍ୟରେ ବିଜେପି ଓ କଂଗ୍ରେସ ସମର୍ଥିତ ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଂଟ (ଏଆଇୟୁଡିଏଫ) ମଧ୍ୟରେ ସିଧାସଳଖ ଲଢେଇ ଦେଖିବାକୁ ମିଳିଥିଲା । ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ , ବିଜେପିର ହେମନ୍ତ ବିଶ୍ୱ ଶର୍ମା,ଆସାମ ଗଣ ପରିଷଦ ସଭାପତି ଅତୁଲ ବୋରା, ଅଲ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ ଫ୍ରଂଟ୍ର ବଦରୁଦ୍ଦିନ ଆଜମଲ, ପିସିସି ସଭାପତି ରିପୁନ ବୋରା ଓ ସିଏଏ ବିରୋଧୀ କର୍ମକର୍ତ୍ତା ତଥା ରାଇଜର ଦଳ ମୁଖ୍ୟ ଅଖିଲ ଗୋଗୋଇ ପ୍ରମୁଖ ନିର୍ବାଚନ ଲଢିଛନ୍ତି ।
-ପୂର୍ବାନୁମାନ
ବିଭିନ୍ନ ଏକଜିଟ୍ ପୋଲ୍ ତ ସବୁବେଳେ ୧୦୦ ପ୍ରତିଶତ ସଠିକ୍ ସାବ୍ୟସ୍ତ ହୋଇ ନ ଥାଏ ।
ଇଟିଭି ଭାରତର ପୂର୍ବାନୁମାନ ଅନୁସାରେ ୧୨୬ ଆସନରୁ ବିଜେପି ନେତୃତ୍ୱାଧିନ ମେଣ୍ଟ ପାଖାପାଖି ୬୪ ଆସନ ପାଇବା ସମ୍ଭାବନା ରହିିଛି । କଂଗ୍ରେସ ନେତୃତ୍ୱାଧିନ ମହାମେଣ୍ଟ ପାଖାପାଖି ୫୫ ଆସନ ପାଇପାରେ । ନବଗଠିତ ଆସାମ ଜାତୀୟ ପରିଷଦ -ଏଜେପି, ରାଇଜର ଦଳ ଓ ସ୍ୱାଧୀନ ପ୍ରାର୍ଥୀମାନଙ୍କୁ ଅବଶିଷ୍ଟ ୭ଟି ଆସନ ମିଳିପାରେ ।
ଇଣ୍ଡିଆ ଟୁଡେ-ମାଇ ଆକ୍ସିସ ଓ ଟାଇମ୍ସ ନାଓ-ସିଭୋଟର ଦ୍ୱାରା କରାଯାଇଥିବା ଏକଜିଟ୍ ପୋଲ୍ କହୁଛି ଯେ, ବିଜେପିକୁ ସ୍ପଷ୍ଟ ବହୁମତ ମିଳିବ । ରିପବ୍ଲିକ୍-ସିଏନଏକ୍ସ ଏନଡିଏକୁ ସ୍ପଷ୍ଟ ବହୁମତ ମିଳିବା ନେଇ ପୂର୍ବାନୁମାନ କରିଛି ।
ତାମିଲନାଡୁ
ତାମିଲନାଡୁ ବିଧାନସଭାର ୨୩୪ ଆସନ ପାଇଁ ଏପ୍ରିଲ ୬ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା ।
-ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ
ତାମିଲନାଡୁରେ କ୍ଷମତା ହାସଲ ପାଇଁ ଏଆଇଏଡିଏମକେ ଓ ଡିଏମକେ ମଧ୍ୟରେ ସାଧାରଣତଃ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହୋଇଥାଏ । ଏଥର ବି ବାଇପୋଲାର ଲଢେଇ ହୋଇଛି । ଡିଏମକେ ପାଇଁ ଲୋକାଲ୍ ବନାମ ଆଉଟସାଇଡର୍ ଥିଲା ମୁଖ୍ୟ ନିର୍ବାଚନୀ ରଣକୌଶଳ । ଏଆଇଡିଏମକେର ପୁଣି ବିଜୟ ହେଲେ କେନ୍ଦ୍ରରୁ ବିଜେପି ଇଶାରାରେ ଶାସନ ପରିଚାଳିତ ହେବ ବୋଲି ଡିଏମକେ କହିଥିଲା । ପ୍ରଚାର ବେଳେ ଦୁର୍ନୀତି, ନିଟ୍ ପରୀକ୍ଷା, କୋରୋନା ନିୟନ୍ତ୍ରଣ ଭଳି ପ୍ରସଙ୍ଗ ପ୍ରମୁଖ ଭାବେ ସ୍ଥାନ ପାଇଥିଲା ।
-ବଡ ଲଢେଇ
ପଦାସୀନ ମୁଖ୍ୟମନ୍ତ୍ରୀ ଏଡାପାଡି କେ. ପଲାନିସ୍ୱାମୀଙ୍କ ନେତୃତ୍ୱାଧିନ ଏଆଇଏଡିଏମକେ କ୍ଷମତା ବଜାୟ ପାଇଁ ଆଶା ରଖିଥିବା ବେଳେ ୧୦ ବର୍ଷ ପରେ ପୁଣି କ୍ଷମତାକୁ ଫେରିବା ଲକ୍ଷ୍ୟରେ ରହିଛି ମୁଖ୍ୟ ବିରୋଧୀ ଦଳ ଡିଏମକେ । ମକ୍କଲ ନିଧି ମୈୟମର କମଲ ହାସନ ଓ ଏଆଇଏଡିଏମକେର ଓ. ପନିର ସେଲଭମ ବିଧାନସଭା ନିର୍ବାଚନର ପ୍ରମୁଖ ଚେହେରା ମଧ୍ୟରେ ଅନ୍ୟତମ ।
-ପୂର୍ବାନୁମାନ
ତାମିଲନାଡୁରେ ଏଥର ମୁଖ୍ୟମନ୍ତ୍ରୀ ଏଡାପାଡି କେ. ପଲାନିସ୍ୱାମୀ ପାଇଁ ରାସ୍ତା ବନ୍ଦ ହେବା ଭଳି ଲାଗୁଛି । ଡିଏମକେ ୧୦ ବର୍ଷ ପରେ ପୁଣି କ୍ଷମତାକୁ ଆସିପାରେ । ଇଟିଭି ଭାରତ ପ୍ରୋଜେକସନ ଅନୁସାରେ ଡିଏମକେ ସାମ୍ମୁଖ୍ୟ ୧୩୩ ଆସନ ଜିତିପାରେ । ଏଆଇଏଡିଏମକେ ଏଥର ୮୯ ଆସନ ଓ ଅନ୍ୟମାନଙ୍କୁ ୧୨ଟି ଆସନ ମିଳିପାରେ । ଟାଇମ୍ସ ନାଓ-ସିଭୋଟର, ଇଣ୍ଡିଆ ଟୁଡେ-ମାଇ ଆକ୍ସିସ୍ ଓ ରିପବ୍ଲିକ-ସିଏନଏକ୍ ମଧ୍ୟ ଡିଏମକେ ସପକ୍ଷରେ ପୂର୍ବାନୁମାନ କରିଛନ୍ତି ।
କେରଳ
କେରଳରେ ୧୪୦ ଆସନ ବିଧାନସଭା ଆସନ ପାଇଁ ଏପ୍ରିଲ ୬ ତାରିଖରେ ମତଦାନ ହୋଇଥିଲା ।
ପ୍ରମୁଖ ନିର୍ବାଚନୀ ପ୍ରସଙ୍ଗ