ଓଡିଶା

odisha

କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ, ଆଜି ନେବେ ଶପଥ

By

Published : Jul 27, 2021, 8:04 PM IST

Updated : Sep 2, 2021, 6:47 PM IST

ବାସବରାଜ ବୋମାଇ ହେଲେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...

Basavaraj Bommai elected as next cm to karnataka
କର୍ଣ୍ଣାଟକ ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ

ବେଙ୍ଗାଲୁରୁ:ବାସବରାଜ ବୋମାଇ ହେଲେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ । ବିଧାୟକ ଦଳ ବୈଠକରେ ନିଆଗଲା ନିଷ୍ପତ୍ତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଘୋଷଣା କରାଯାଇଛି । ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଆଜି (ବୁଧବାର) ଶପଥ ନେବେ ବାସବରାଜ ।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ଇସ୍ତଫା ଦେବାପରେ କର୍ଣ୍ଣାଟକରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସେ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିଲା । ମଙ୍ଗଳବାର ସନ୍ଧ୍ୟାରେ କର୍ଣ୍ଣାଟକରେ ପହଞ୍ଚିଥିଲେ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବେଙ୍ଗାଲୁରୁରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରିଥିଲେ କର୍ଣ୍ଣାଟକର ଗୃହମନ୍ତ୍ରୀ ବାସବରାଜ ବୋମାଇ ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି କିଷାନ ରେଡ୍ଡୀ ।

କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଧର୍ମେନ୍ଦ୍ର ପ୍ରଧାନ ବେଙ୍ଗାଲୁରୁ ପହଞ୍ଚି ସିଧାସଳଖ ଦଳୀୟ ବିଧାୟକ ବୈଠକରେ ସାମିଲ ହୋଇଥିଲେ । ସେଠାରେ ଦଳୀୟ ବିଧାୟକଙ୍କ ସହିତ ଆଲୋଚନା ବିଚାର ବିମର୍ଷ ହୋଇଥିଲା । ଏହାପରେ ଦଳୀୟ ବୈଠକରେ ସର୍ବସମ୍ମତି କ୍ରମେ ଗୃହମନ୍ତ୍ରୀ ବାସବରାଜ ବୋମାଇଙ୍କ ନାମକୁ ବିଧାୟକ ଦଳ ନେତା ଭାବରେ ପାରିତ କରାଯାଇଥିଲା । ସମସ୍ତ ବିଧାୟକଙ୍କ ସର୍ବସମ୍ମତି କ୍ରମେ ରାଜ୍ୟ ଗୃହମନ୍ତ୍ରୀ ବାସବରାଜ ବୋମାଇଙ୍କ ନାମକୁ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଘୋଷଣା କରାଯାଇଥିଲା । ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦୁରପ୍ପା ଇସ୍ତଫା ଦେଇଥିଲେ ।

ନଜର ପକାନ୍ତୁ ବାସବରାଜ ବୋମାଇଙ୍କ ବିଷୟରେ...

ବାସବରାଜ ବୋମାଇ ୨୮ ଜାନୁୟାରୀ ୧୯୬୦ ମସିହାରେ ଜନ୍ମ ଗ୍ରହଣ କରିଛନ୍ତି । ୟେଦିୟୁରପ୍ପାଙ୍କ କ୍ୟାବିନେଟରେ ମଧ୍ୟ ସାମିଲ ହୋଇ ଗୃହ ଓ ଆଇନ ମନ୍ତ୍ରୀ ଦାୟିତ୍ବ ତୁଲାଇଛନ୍ତି । ସେ ବିଏସ ୟେଦିୟୁରପ୍ପାଙ୍କ ଘନିଷ୍ଠ ଭାବରେ ମଧ୍ୟ ଜଣାଶୁଣା । ୨୦୦୮ ମସିହାରେ ଦଳରେ ସାମିଲ ହେବା ପରେ ଦଳର ସାଂଗଠନିକ କାର୍ଯ୍ୟ ତୁଲାଇଛନ୍ତି । ଦୁଇଥର ରାଜ୍ୟ ବିଧାନପରିଷଦକୁ ନିର୍ବାଚିତ ହୋଇଥିବାବେଳେ ୩ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ସେ କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟର ନେତା ଭାବରେ ପରିଚିତ । କର୍ଣ୍ଣାଟକ ରାଜନୀତିରେ ଲିଙ୍ଗାୟତ ଭୋଟର ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି । ସୂଚନାଥାଉକି ବାସବରାଜ ବୋମାଇଙ୍କ ପିତା ଏସଆଇ ବୋମାଇ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

Last Updated : Sep 2, 2021, 6:47 PM IST

ABOUT THE AUTHOR

...view details