ଓଡିଶା

odisha

ETV Bharat / bharat

ଜାଣନ୍ତୁ ବସନ୍ତ ପଞ୍ଚମୀର ମହିମା

ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀଙ୍କ ଉପାସନା ସହ ଆଜିର ଦିନ ଜାଗ୍ରତ ମୁହୁର୍ତ୍ତ ପାଇଁ ମଧ୍ୟ ଜଣାଶୁଣା । ଦୀର୍ଘ ଦିନରୁ କୌଣସି କାର୍ଯ୍ୟର ନକାରତ୍ମକ ପରିଣାମ ଆସୁଥିଲେ ଏହି ବସନ୍ତ ପଞ୍ଚମୀ ଦିନରୁ ଉକ୍ତ କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କଲେ କିମ୍ବା କୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ସଫଳତା ପ୍ରାପ୍ତି ହୁଏ ବୋଲି ମାନ୍ୟତା ରହିଛି ।

ଜାଣନ୍ତୁ ବସନ୍ତ ପଞ୍ଚମୀର ମହିମା
ଜାଣନ୍ତୁ ବସନ୍ତ ପଞ୍ଚମୀର ମହିମା

By

Published : Feb 16, 2021, 1:57 PM IST

ହାଇଦ୍ରାବାଦ: ଆଜି ହେଉଛି ବସନ୍ତ ପଞ୍ଚମୀ । ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ଦେବୀ ସରସ୍ବତୀ ଆବିର୍ଭୂତ ହୋଇଥିଲେ । ତେଣୁ ଏହି ତିଥିରେ ମା ସରସ୍ବତୀଙ୍କ ପୂଜା ଅର୍ଚ୍ଚନା କରାଯାଏ । ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ସରସ୍ବତୀଙ୍କ ଉପାସନା ସହ ଆଜିର ଦିନ ଜାଗ୍ରତ ମୁହୁର୍ତ୍ତ ପାଇଁ ମଧ୍ୟ ଜଣାଶୁଣା । ଦୀର୍ଘ ଦିନରୁ କୌଣସି କାର୍ଯ୍ୟର ନକାରତ୍ମକ ପରିଣାମ ଆସୁଥିଲେ ଏହି ବସନ୍ତ ପଞ୍ଚମୀ ଦିନରୁ ଉକ୍ତ କାର୍ଯ୍ୟକୁ ପୁଣି ଥରେ ଆରମ୍ଭ କଲେ କିମ୍ବା କୌଣସି କାର୍ଯ୍ୟର ଶୁଭାରମ୍ଭ କଲେ ସଫଳତା ପ୍ରାପ୍ତି ହୁଏ ବୋଲି ମାନ୍ୟତା ରହିଛି ।

ଏହି ଦିନଟି ବିଦ୍ୟାର୍ଥୀଙ୍କ ପାଇଁ ବେଶ୍‌ ଖାସ୍‌ ଦିନ । ପ୍ରାଚୀନକାଳରେ ଯେତେବେଳେ ଗୁରୁକୁଳ ପରମ୍ପରା ଥିଲା ସେତେବେଳେ ଲୋକମାନେ ନିଜର ଶିଶୁଙ୍କୁ ବସନ୍ତ ପଞ୍ଚମୀ ଦିନ ହିଁ ଗୁରୁକୁଳକୁ ଜ୍ଞାନଅର୍ଜନ ପାଇଁ ପଠାଉଥିଲେ ।

ଗୁପ୍ତ ନବରାତ୍ରୀରେ ମା ଆଦିଶକ୍ତିଙ୍କ ଆରାଧନା 10ମହାବିଦ୍ୟାଙ୍କ ସିଦ୍ଧି ପାଇଁ କରାଯାଏ । ଏହି ନବରାତ୍ରୀର 5ମ ତିଥି ଅର୍ଥାତ୍‌ ବସନ୍ତ ପଞ୍ଚମୀରେ ପୂଜା କଲେ ବିଶେଷ ପ୍ରଭାବ ଦେଖିବାକୁ ମିଳେ । ଚଳିତବର୍ଷ 16ଫେବୃଆରୀରେ ବିଶେଷ ପୂଜନର ଶୁଭମୁହୁର୍ତ୍ତ ହେଲା ସକାଳ 6.59ରୁ ଦିନ 12.35 ।

ଏହି ମନ୍ତ୍ରର କରନ୍ତୁ ଜାପ

'ଯା କୁନ୍ଦେନ୍ଦୁ ତୁଷାରହାରଧବଳା, ଯା ଶୁଭ୍ରବସ୍ତ୍ରାବୃତା । ଯା ବୀଣାବରଦଂଡମଂଡିତକରା, ଯା ଶ୍ବେତପଦ୍ମାସନା । ଯା ବ୍ରହ୍ମାଚ୍ୟୁତ ଶଙ୍କରପ୍ରଭୃତିଭି ର୍ଦେବୈସ୍ବଦା ପୂଜିତା, ସା ମାଂ ପାତୁ ସରସ୍ବତୀ ଭଗବତୀ ନିଶ୍ଣେଷଜାଡ୍ୟାପହା ।

ଏହି ଦିନ ହଳଦିଆ ବସ୍ତ୍ର ଧାରଣ କରିବା ସହ ଦେବୀଙ୍କୁ ହଳଦିଆ ଫୁଲ ଓ ଭୋଗ ଚଢାନ୍ତୁ ।

ପଣ୍ତିତ ସଚିନ୍ଦ୍ରନାଥ

ଜ୍ୟୋତିଷଶାସ୍ତ୍ରୀ, ଗୋରଖପୁର

ABOUT THE AUTHOR

...view details