ଓଡିଶା

odisha

By ETV Bharat Odisha Team

Published : Dec 18, 2023, 10:44 PM IST

ETV Bharat / bharat

ଟିକେଟ ନଥିଲା ବୋଲି ଯୁବତୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ମହିଳା TTE, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

female tte attack female traveler in UP: ଟିକେଟ ନଥିବାରୁ ଯୁବତୀଙ୍କୁ ସଙ୍ଘବଦ୍ଧ ଆକ୍ରମଣ କଲେ ମହିଳା ଟିଟିଇ । ଭିଡିଓ ଭାଇରାଲ ହେବା ପରେ ରେଳବାଇର ତଦନ୍ତ ଆରମ୍ଭ । ଅଧିକ ପଢନ୍ତୁ

ଟିକେଟ ନଥିଲା ବୋଲି ଯୁବତୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ମହିଳା TTE, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ
ଟିକେଟ ନଥିଲା ବୋଲି ଯୁବତୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ମହିଳା TTE, ଭିଡିଓ ଭାଇରାଲ ପରେ ତଦନ୍ତ ଆରମ୍ଭ

ମହିଳା TTE ଙ୍କ ଦବଙ୍ଗଗିରି: ମହିଳା ଯାତ୍ରୀଙ୍କୁ ନିର୍ଧୂମ ପିଟିଲେ, ଭିଡିଓ ଭାଇରାଲ

ଲକ୍ଷ୍ନୌ: ମହିଳା ଯାତ୍ରୀଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ମହିଳା ଟିଟିଇ । କଲର ଧରି ମାଡ ମାରିବା ସହ ଘୋଷାଡି ଘୋଷାଡି ନେଇଗଲେ । କାରଣ ସମ୍ପର୍କରେ ଜଣାପଡିଲା, ସମ୍ପୃକ୍ତ ମହିଳା ଯାତ୍ରୀଙ୍କ ନିକଟରେ ଯାତ୍ରା କରିବା ପାଇଁ ଉଦ୍ଦିଷ୍ଟ ଟିକେଟ ନଥିଲା । ହେଲେ ଫାଇନ କାଟିବା ବଦଳରେ ମହିଳା ଟିକେଟ ନିରୀକ୍ଷକ ଆଇନକୁ ହାତକୁ ନେଇ ମହିଳାଙ୍କୁ ମାଡ ମାରିଥିବାର ଏକ ଘଟଣା ଉତ୍ତର ପ୍ରଦେଶ ବରେଲୀ ଜଙ୍କସନରେ ଦେଖିବାକୁ ମିଳିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ DRM ରେଖା ଯାଦବ ତିନିଜଣ ମହିଳା TTE ଙ୍କୁ ଦାୟିତ୍ବରୁ ଅପସାରଣ କରିବା ସହ ଘଟଣା ସମ୍ପର୍କରେ ସ୍ପଷ୍ଟୀକରଣ ମାଗିଥିବା ଜଣାପଡିଛି ।

ସୂଚନା ଅନୁସାରେ, ପୂର୍ବୋତ୍ତର ରେଳବାଇର ଲାଲକୂଆଁରୁ ଯାତ୍ରା ଆରମ୍ଭ କରିଥିବା ଏକ ଏକ୍ସପ୍ରେସ ଟ୍ରେନଟି ବରେଲୀ ଜଙ୍କସନରେ ପହଞ୍ଚିବା ପରେ ଏହି 3 ମହିଳା ଟିଟିଇଙ୍କ ଟିମ୍‌ ଟ୍ରେନରେ ପ୍ରବେଶ କରି ଟିକେଟ ଚେକିଂ ଆରମ୍ଭ କରିଥିଲା । ତେବେ ଏଥିରେ ଯାତ୍ରା କରୁଥିବା ଜଣେ ଯୁବତୀଙ୍କ ନିକଟରେ ଟିକେଟ ନଥିଲା । ଯାହା ଫଳରେ ତାଙ୍କୁ ଟିଟିଇ ଅଟକ ରଖିଥିଲେ । ହେଲେ ଫାଇନ କାଟିବା ବଦଳରେ ଏହି ମହିଳା ଟିଟିଇମାନେ ଯୁବତୀଙ୍କୁ ମାଡ ମାରିଥିଲେ । ଏପରିକି ବରେଲୀ ଜଙ୍କସନରେ ସମ୍ପୃକ୍ତ ଯୁବତୀଙ୍କୁ ଟ୍ରେନରୁ ଓହ୍ଲାଇ ଦିଆଯାଇଥିଲା । ପ୍ଲାଟଫର୍ମରେ ଯୁବତୀଙ୍କୁ ଛିଡା କରି ମହିଳା ଟିଟିଇମାନେ ସଙ୍ଘବଦ୍ଧ ମାଡ ମାରିଥିଲେ । କଲର ଧରି ଘୋଷାଡି ଘୋଷାଡି ନେଇଯାଇଥିଲେ । ଯାହାକୁ ପ୍ଲାଟଫର୍ମର ଅପରପାର୍ଶ୍ବରେ ଥିବା ଯାତ୍ରୀମାନେ ନିଜ ମୋବାଇଲ ଫୋନରେ ରେକର୍ଡ କରିଥିଲେ । ଏବେ ଭିଡିଓ ଭାଇରାଲ ହେବା ପରେ ରେଳବାଇ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଛି ।

ଏହା ମଧ୍ୟ ପଢନ୍ତୁ:- ସୋନିଆଙ୍କୁ ତେଲେଙ୍ଗାନା କଂଗ୍ରେସର ଅନୁରୋଧ: ଇନ୍ଦିରା ଲଢିଥିଲେ, ଆପଣ ବି ଏଠାରୁ ଲଢନ୍ତୁ

ଉତ୍ତର-ପୂର୍ବାଞ୍ଚଳ ରେଳ ବିଭାଗର DRM ରେଖା ଯାଦବ କହିଛନ୍ତି ଯେ କୌଣସି ଯାତ୍ରୀଙ୍କ ସହ ରେଳ କର୍ମଚାରୀଙ୍କ ଏହି ପ୍ରକାର ଆଚରଣକୁ ଆଦୌ ବରଦାସ୍ତ କରାଯିବ ନାହିଁ । ତଦନ୍ତ ନିର୍ଦ୍ଦେଶ ମିଳିସାରିଛି । ସମ୍ପୃକ୍ତ ଟିଟିଇମାନଙ୍କୁ ମଧ୍ୟ ଅସ୍ଥାୟୀ ଭାବେ କାର୍ଯ୍ୟରୁ ଅପସାରଣ କରାଯାଇଛି । ତଦନ୍ତ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସୋସିଆଲ ମିଡିଆରେ ୟୁଜର୍ସମାନେ ଏହି ଭିଡିଓକୁ ପୋଷ୍ଟ କରି ରେଳମନ୍ତ୍ରଣାଳୟକୁ ସମାଲୋଚନା କରିବା ସକ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details