ଡେରାଡୁନ: ବୈଦିକ ଜପ-ତପ ଓ ରୀତିନୀତି, ମନ୍ତ୍ରଚାର ସହିତ ବନ୍ଦ ହେଲା ବଦ୍ରିନାଥ ଧାମର କବାଟ । ଶୀତଦିନ ପାଇଁ ଉତ୍ତରାଖଣ୍ଡର ଚମେଲୀରେ ଥିବା ଏହି ଧାମ ବନ୍ଦ ରଖାଯାଇଛି । ମନ୍ଦିର ବନ୍ଦ ହେବା ପୂର୍ବରୁ ଅନେକ ଭକ୍ତ ଏକତ୍ରୀତ ହୋଇ ଭଗବାନଙ୍କୁ ଆରାଧନା କରିଥିଲେ । ଭଗବାନଙ୍କୁ ସୁଖ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ । ଭଗବାନ ନାରାୟଣଙ୍କୁ ଘିଅ ସାହାଯ୍ୟରେ ଲେପନ କରାଯାଇଥିଲା । ଏକାସାଙ୍ଗରେ ଶ୍ରଦ୍ଧାଳୁଙ୍କ ଘଣ୍ଟ- ଘଣ୍ଟା ଏବଂ ପ୍ରଭୁ ବଦ୍ରିନାଥଙ୍କ ଜୟଜୟକାରରେ ସମଗ୍ର ପରିବେଶ ଭକ୍ତିମୟୀ ହୋଇଉଠିଥିଲା । ଧାମ ବନ୍ଦ ହେବା ପରେ କୌଣସି ବ୍ୟକ୍ତିଙ୍କୁ ସରକାରଙ୍କ ବିନା ଅନୁମତିରେ ଯିବାକୁ ବାରଣ କରାଯାଇଛି ।
ସୂଚନା ଥାଉକି ଯେ ଗୁରୁବାର ଅପରାହ୍ନ 3.35 ସମୟରେ ପ୍ରଭୁ ବଦ୍ରି ବିଶାଲଙ୍କ କବାଟ ଶୀତଦିନ ପାଇଁ ବନ୍ଦ ହୋଇଯାଇଛି । ବଦ୍ରିନାଥ ଧାମ ବନ୍ଦ ହେବା ପରେ ଭଗବାନ ଉଦ୍ଧବ ଏବଂ କୁବେର ଜିଙ୍କ ଉତ୍ସବ ପାଣ୍ଡୁକେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ ହୋଇଛି । ବିଶ୍ୱାସ କରାଯାଏ ଯେ ଭଗବାନ ବଦ୍ରି ବିଶାଲଙ୍କୁ ଛଅ ମାସ ଏବଂ ନାରଦଙ୍କୁ 6 ମାସ ପୂଜା କରାଯାଏ । କବାଟ ବନ୍ଦ ହେବା ପରେ ବଦ୍ରିନାଥରେ ପୂଜାପାଠର ପ୍ରଭାବ ନାରଦ ମୁନିଙ୍କ ପାଖରେ ରହିଥାଏ ।।