ନୂଆଦିଲ୍ଲୀ:ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ସାରା ଦେଶ ପାଳୁଛି ଗାନ୍ଧୀଙ୍କର ଏ ଜନ୍ମତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ତାଙ୍କ ଜନ୍ମ ବାର୍ଷିକୀରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବାପୁଙ୍କ ନୀତି ସର୍ବଭାରତୀୟ ସ୍ତରରେ ପ୍ରାସଙ୍ଗିକ ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଓ ଶକ୍ତି ପ୍ରଦାନ କରୁଛି । ପୂଜ୍ୟ ବାପୁଙ୍କ ଜୀବନୀ ଏବଂ ଆଦର୍ଶ ଦେଶର ପ୍ରତ୍ୟେକ ପିଢିକୁ କର୍ତ୍ତବ୍ୟ ପଥରେ ଚାଲିବାକୁ ପ୍ରେରଣା ଯୋଗାଇବ ବୋଲି ମୋଦି କହିଛନ୍ତି ।
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୋଦି - ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ
ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୨ ତମ ଜୟନ୍ତୀ । ସାରା ଦେଶ ପାଳୁଛି ଗାନ୍ଧୀଙ୍କର ଏ ଜନ୍ମତିଥି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଧିକ ପଢନ୍ତୁ...
ଗୁଜୁରାଟର ପୋର ବନ୍ଦରରେ 1869 ମସିହା ଅକ୍ଟୋବର 2ରେ ଆର୍ଥାତ ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ବାପୁ । ବ୍ରିଟିଶ୍ କବଳରୁ ଭାରତକୁ ମୁକ୍ତି ଦେବାପାଇଁ ସେ ମୁଖ୍ୟ ପୁରୋଧା ସାଜିଥିଲେ । ଭାରତୀୟ ରାଜନୀତିରେ ଗାନ୍ଧିଜୀଙ୍କ ପ୍ରବେଶ ଭାରତ ମୁକ୍ତି ସଂଗ୍ରାମକୁ ଏକ ନୂଆ ମୋଡ଼ ଦେଇଥିଲା । ୧୯୪୭ ମସହାରେ ବ୍ରିଟିସ ଶାସନ ଠାରୁ ଦେଶ ମୁକ୍ତ ହୋଇଥିଲା । ଗାନ୍ଧୀ ମଧ୍ୟ ବାପୁ ନାଁରେ ବୋଶ ଜଣାଶୁଣା । ବାପୁ ସ୍ୱ-ଶାସନ, ଅହିଂସା ଉପରେ ବିଶ୍ୱାସ ରଖୁଥିଲେ । ଯେଉଁଥିପାଇଁ ତାଙ୍କୁ ସମଗ୍ର ବିଶ୍ୱରେ ସମ୍ମାନିତ କରିଥିଲା । ସର୍ବଭାରତୀୟ ସ୍ତରରେ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଆନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ପାଳନ କରାଯାଏ। ଏହି ଉତ୍ସବ ପାଳନ ପାଇଁ ଭାରତ ତଥା ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ