ଓଡିଶା

odisha

JNU କ୍ୟାମ୍ପସ ବାହାରେ ଗେରୁଆ ପତାକା ଲଗାଇଲା ହିନ୍ଦୁ ସେନା

By

Published : Apr 15, 2022, 3:22 PM IST

ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି । ଆଜି (ଶୁକ୍ରବାର) JNU ପରିସର ବାହାରେ ଗେରୁଆ ରଙ୍ଗର ପତାକା ଲଗାଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

banners and saffron flags put up by hindu sena in jnu campus
ଜେଏନୟୁ କ୍ୟାମ୍ପସ ବାହାରେ ଗେରୁଆ ପତକା ଲଗାଇଲା ହିନ୍ଦୁ ସେନା

ନୂଆଦିଲ୍ଲୀ:ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟରେ ଦିନକୁ ଦିନ ବିବାଦ ବଢ଼ିବାକୁ ଲାଗିଛି । ଆଜି (ଶୁକ୍ରବାର) JNU ପରିସର ବାହାରେ ଗେରୁଆ ରଙ୍ଗର ପତାକା ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ପତକା ହିନ୍ଦୁ ସେନା ପକ୍ଷରୁ ଲଗାଯାଇଥିବା ସୂଚନା ମିଳିଛି। ରାମ ନବମୀ ଉତ୍ସବ ପାଳନବେଳେ ଆମିଷ ଭୋଜନକୁ କେନ୍ଦ୍ର କରି ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଘଟଣାକୁ କିଛିଦିନ ବିତିବା ପରେ ପୁଣି ଆଜି କ୍ୟାମ୍ପସ ବାହାରେ ଗେରୁଆ ପତାକା ଲଗାଇବା ଦୃଶ୍ୟ ସାମ୍ନାକୁ ଆସିଛି । ସେହି ସ୍ଥାନରେ କିଛି ପୋଷ୍ଟର ସହ ପତାକା ଲଗାଇବା ଫଟୋ ସୋସିଆଲ ମିଡିଆରେ ସେୟାର କରାଯାଇଛି ।

ତେବେ ସୂଚନା ଅନୁଯାୟୀ ପୋଲିସ ପୋଷ୍ଟର ଗୁଡ଼ିକ ହଟାଇ ଦେଇଛି । ହେଲେ JNU ପ୍ରଶାସନ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିନାହିଁ । ଅନ୍ୟପଟେ ହିନ୍ଦୁ ସେନା ମୁଖ୍ୟ ବିଷ୍ଣୁ ଗୁପ୍ତା ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, "ଆମେ ପ୍ରତ୍ୟେକ ଧର୍ମ ଏବଂ ଆଦର୍ଶକୁ ସମ୍ମାନ ଜଣାଉଛୁ । କିନ୍ତୁ ଗେରୁଆ ପତାକା ପ୍ରତି ଅପମାନକୁ ବରଦାସ୍ତ କରାଯିବ ନାହିଁ ଏବଂ ଏଥିପ୍ରତି ଆମେ କଠୋର ପଦକ୍ଷେପ ନେଇପାରିବୁ"।

ଏହା ମଧ୍ୟ ପଢ଼ନ୍ତୁଆମିଷ ଭୋଜନକୁ ନେଇ ଅଶାନ୍ତ JNU, ଏତଲା ରୁଜୁ କଲା ପୋଲିସ

ସୂଚନା ଥାଉକି, ABVP ଛାତ୍ରମାନେ କ୍ୟାମ୍ପସର କାଭେରୀ ହଷ୍ଟେଲରେ ରାମ ନବମୀ ଉପଲକ୍ଷେ ପୂଜା କରୁଥିଲେ । ଅନ୍ୟପଟେ ବାମପନ୍ଥୀ ଛାତ୍ରଛାତ୍ରୀମାନେ ଆମିଷ ଖାଇବା ଯୋଗୁଁ ଏହାକୁ ବିରୋଧ କରି ABVP ସଂଗଠନର ସଦସ୍ୟମାନେ, ବାମପନ୍ଥୀ ଛାତ୍ରଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ସଂଘର୍ଷରେ 6 ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ ।

ABOUT THE AUTHOR

...view details