ନୂଆଦିଲ୍ଲୀ:୨୦୨୨ ଜାନୁଆରୀର ୩୧ ଦିନରୁ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ (banks to be closed for 16 days in january)। ଏହି ଦିନଗୁ଼ଡିକ ମଧ୍ୟରୁ ଦ୍ବିତୀୟ ଏବଂ ଚତୁର୍ଥ ଶନିବାର, ମାସକର ସମସ୍ତ ରବିବାର ସହ ପର୍ବପର୍ବାଣୀ ଛୁଟି ତାଲିକାରେ ଅନ୍ତର୍ଭୃକ୍ତ ରହିଛି। ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ବ୍ୟାଙ୍କିଙ୍ଗ୍ ସେବା ଦିବସ କାର୍ଯ୍ୟସୂଚୀରେ ପ୍ରକାଶ କରାଯାଇଛି ।
ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ - ଚଳିତ ମାସରେ ୧୪ଦିନ ବନ୍ଦ ରହିବ ବ୍ୟାଙ୍କ
୨୦୨୨ ଜାନୁଆରୀର ୩୧ଦିନରୁ ମୋଟ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ (banks to be closed for 16 days in january)। ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପକ୍ଷରୁ ଜାରି ବ୍ୟାଙ୍କିଙ୍ଗ୍ ସେବା ଦିବସ କାର୍ଯ୍ୟସୂଚୀରେ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ
ଚଳିତ ମାସ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପର୍ବ ପାଇଁ ବ୍ୟାଙ୍କ ଛୁଟି ରହିବ । ସେହିଭଳି ରାଜ୍ୟ ଅନୁଯାୟୀ ଛୁଟି ଅଲଗା ହେବ ବୋଲି ଆରବିଆଇ ପକ୍ଷରୁ ଜାରି ଛୁଟି ତାଲିକାରୁ ସୂଚନା ମିଳିଛି । ତାଲିକା ଅନୁସାରେ ୯ଟି ରାଜ୍ୟର ପର୍ବ ଅନୁସାରେ ଛୁଟି ରହିଛି । ଯାହା ଆରମ୍ଭ ହୋଇଯାଇଛି । ଯାହା ଜାନୁଆରୀର ପ୍ରଥମ ଦିନ ବା ନୂଆବର୍ଷରେ ଅନେକ ରାଜ୍ୟରେ ବ୍ୟାଙ୍କ ସେବା ବନ୍ଦ ରହିଥିଲା ।
ପ୍ରକାଶ ଥାଉ କି ଗତ ଡିସେମ୍ବର ୨୦୨୧ରେ ବ୍ୟାଙ୍କ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ ପାଇଁ ଛୁଟି ବ୍ୟତୀତ ଦୁଇଦିନ ବ୍ୟାଙ୍କ ବନ୍ଦ ରହିଥିଲା । କେନ୍ଦ୍ର 2021-22 ବଜେଟରେ ଦୁଇଟି ସାର୍ବଜନୀନ କ୍ଷେତ୍ରର ଋଣଦାତାଙ୍କୁ ଘରୋଇକରଣକୁ ବିରୋଧ କରି ବନ୍ଦ ଡାକରା ଦେଇଥିଲେ ବ୍ୟାଙ୍କ ୟୁନିୟନ । ବ୍ୟାଙ୍କ ବନ୍ଦ କରି କର୍ମଚାରୀମାନେ ଧାରଣା ଦେଇଥିଲେ ଫଳରେ ବ୍ୟାଙ୍କ ସେବା ନ ପାଇ ଗ୍ରାହକଙ୍କୁ ହନ୍ତସନ୍ତ ହେବାକୁ ପଡିଥିଲା ।