ଓଡିଶା

odisha

By

Published : Jun 25, 2022, 10:19 AM IST

ETV Bharat / bharat

ପ୍ରେମ କଲା ବାୟା, ଗ୍ରାହକଙ୍କ ଆକାଉଣ୍ଟରୁ ୬ କୋଟି ଋଣ ନେଇ ବ୍ୟାଙ୍କ ମ୍ୟାନେଜର ଗିରଫ

କର୍ଣ୍ଣାଟକର ଜଣେ ବ୍ୟାଙ୍କ ମ୍ୟାନେଜର ପ୍ରେମ ଜାଲରେ ଫସିଛନ୍ତି । ମହିଳା ବନ୍ଧୁଙ୍କୁ ଅର୍ଥ ଦେବା ଲାଗି ଗ୍ରାହକଙ୍କ ଆକାଉଣ୍ଟରୁ ହଡ଼ପ କରିଛନ୍ତି ଟଙ୍କା । ଅଧିକ ପଢନ୍ତୁ

ପ୍ରେମ କଲା ବାୟା, ଗ୍ରାହକଙ୍କ ଆକାଉଣ୍ଟରୁ ୬ କୋଟି ଋଣ ନେଇ ବ୍ୟାଙ୍କ ମ୍ୟାନେଜର ଗିରଫ
ପ୍ରେମ କଲା ବାୟା, ଗ୍ରାହକଙ୍କ ଆକାଉଣ୍ଟରୁ ୬ କୋଟି ଋଣ ନେଇ ବ୍ୟାଙ୍କ ମ୍ୟାନେଜର ଗିରଫ

ବେଙ୍ଗାଲୁରୁ:ପ୍ରେମ ଜାଲରେ ଫସିଲେ କର୍ଣ୍ଣାଟକର ଜଣେ ବ୍ୟାଙ୍କ ମ୍ୟାନେଜର । ଡେଟ୍‌ କରୁଥିବା ମହିଳାଙ୍କୁ ଅର୍ଥ ଦେବା ଲାଗି ନିଜ ବ୍ୟାଙ୍କର ଗ୍ରାହକଙ୍କ ଆକାଉଣ୍ଟରୁ ୬ କୋଟି ଟଙ୍କା ଋଣ ନେଇଛନ୍ତି । ତେବେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି ।

ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ୪ ମାସ ପୂର୍ବରୁ ଏକ ଡେଟିଂ ଆପ୍‌ (Dating App)ରେ ଆକାଉଣ୍ଟ ଖୋଲିଥିଲେ । ଏହା ଜରିଆରେ ମହିଳାଙ୍କୁ ଭେଟିଥିଲେ । ଏହାପରେ ସେ ମହିଳାଙ୍କ ସହ ବାର୍ତ୍ତାଳାପ କରି ତାଙ୍କ କଥାରେ ବିମୋହିତ ହୋଇଥିଲେ । ମହିଳା ଜଣକ ପ୍ରଥମେ ହରିଶଙ୍କରଙ୍କୁ ୧୨ ଲକ୍ଷ ଟଙ୍କା ମାଗିଥିଲା । ଏହି ଅର୍ଥ ଦେବା ପରେ ସେ ପୁଣି ମୋଟା ଅଙ୍କର ଟଙ୍କା ମାଗିଥିଲା । ତେବେ ଏହି ୬ କୋଟି ଟଙ୍କା ଦେବା ଲାଗି ହରିଶଙ୍କର ଗ୍ରାହକଙ୍କ ଆକାଉଣ୍ଟରୁ ଋଣ କରିଥିଲେ ।

ଏହି ଠକେଇ ଗତ ମେ ୧୩ରୁ ୧୯ ତାରିଖ ମଧ୍ୟରେ ହୋଇଥିବାବେଳେ, ୬ କୋଟି ଟଙ୍କା ହଡ଼ପ ପରେ ଘଟଣା ସାମନାକୁ ଆସିଥିଲା । ଏହାପରେ ପୋଲିସ ଉକ୍ତ ବ୍ୟାଙ୍କ ମ୍ୟାନେଜରଙ୍କୁ ଗିରଫ କରିଛି । ପଚରା ଉଚୁରା ସମୟରେ ବ୍ୟାଙ୍କ ମ୍ୟାନେଜର ଜଣକ ଡେଟିଂ ସମୟରେ ସୂଚନା ଦେଇଥିଲେ । ବୁଧବାର ଶଙ୍କରକୁ କୋର୍ଟ ଚାଲାଣ କରାଯାଇଥିବାବେଳେ, ପୋଲିସ ତାଙ୍କୁ ୧୦ ଦିନିଆ ରିମାଣ୍ଡରେ ଆଣିଛି ।

ABOUT THE AUTHOR

...view details