ଓଡିଶା

odisha

ETV Bharat / bharat

ସ୍ୱାମୀ ପାଇଁ ସୀମା ପାର, ସ୍ବାମୀଙ୍କ ସନ୍ଧାନରେ ନୋଏଡାରେ ପହଞ୍ଚିଲେ ବାଂଲାଦେଶୀ ମହିଳା

ଘରକୁ ଫେରୁ ନାହାନ୍ତି ସ୍ୱାମୀ । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ନିକଟ ଗ୍ରେଟର୍‌ ନୋଏଡାରେ ପହଞ୍ଚିଲେ ବାଂଲାଦେଶୀ ମହିଳା । ସ୍ବାମୀଙ୍କ ସନ୍ଧାନରେ ନିଜର ଏକ ବର୍ଷର ପୁଅକୁ ଧରି ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

bangladeshi woman reached noida
bangladeshi woman reached noida

By

Published : Aug 22, 2023, 12:27 PM IST

ନୂଆଦିଲ୍ଲୀ: ସ୍ୱାମୀ ପାଇଁ ସୀମା ପାର କଲେ ବାଂଲାଦେଶୀ ମହିଳା । ପାକିସ୍ତାନୀ ମହିଳା ସୀମା ହାଇଦରକୁ ନେଇ ଭାରତରେ ଚର୍ଚ୍ଚା ଥମିନାହିଁ । ଏହାରି ଭିତରେ ସୀମା ପାରର ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀ ନିକଟ ଗ୍ରେଟର ନୋଏଡାରେ ପହଞ୍ଚିଲେ ବାଂଲାଦେଶୀ ମହିଳା । ସ୍ୱାମୀଙ୍କ ସନ୍ଧାନରେ ନିଜର ଏକ ବର୍ଷର ପୁଅକୁ ଧରି ପହଞ୍ଚିଛନ୍ତି ।

ସୂଚନା ମୁତାବକ, ସୌରଭକାନ୍ତ ତିୱାରୀ ନାମକ ଜଣେ ଯୁବକ ୨୦୨୧ ମସିହା ଏପ୍ରିଲ ୧୪ ତାରିଖରେ ବାଂଲାଦେଶରେ ମହିଳା ଜଣଙ୍କୁ ବିବାହ କରିଥିଲେ । ହେଲେ ବର୍ତ୍ତମାନ ସୌରଭକାନ୍ତ ତାଙ୍କୁ ଛାଡ଼ି ଭାରତକୁ ଫେରି ଆସିଛନ୍ତି । ଏବେ ସ୍ବାମୀଙ୍କୁ ଖୋଜିବା ପାଇଁ ପୁଅକୁ ନେଇ ନୋଏଡାରେ ପହଞ୍ଚିଛନ୍ତି ମହିଳା । ଅନ୍ୟପଟେ ସୋସିଆଲ ମିଡିଆରେ ମହିଳାଙ୍କ 20 ସେକେଣ୍ଡର ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ମହିଳା ଜଣକ ସ୍ୱାମୀ ଖୋଜିବା ପାଇଁ ଭାରତ ଆସିଥିବା ବିଷୟରେ କହିଛନ୍ତି । ଏଥିସହ ଗତକାଲି ବାଂଲାଦେଶୀ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି ।

ମହିଳା ଅଭିଯୋଗ ଅଭିଯୋଗ କରିଛନ୍ତି ଯେ, ସୌରଭ ଆଗରୁ ବିବାହିତ ଥିଲେ । ହେଲେ ସେ ଏହି କଥା ଜଣାଇ ନଥିଲେ । ସୌରଭକାନ୍ତ ବାଂଲାଦେଶରେ ଜାନୁଆରୀ 2017ରୁ ଡିସେମ୍ବର 2021 ପର୍ଯ୍ୟନ୍ତ ବାଂଲାଦେଶର ଢାକାସ୍ଥିତ କଲ୍ଟି ମ୍ୟାକ୍ସ ଏନର୍ଜି ପିଭି ଲିମିଟେଡରେ ନିଯୁକ୍ତି ପାଇଥିଲେ । ମହିଳା ଜଣକ ତାଙ୍କୁ ଏବଂ ପୁଅର ପାସ୍‌ପୋର୍ଟ, ଭିସା ଏବଂ ନାଗରିକ କାର୍ଡ ପୋଲିସକୁ ପ୍ରଦାନ କରିଛନ୍ତି ।

ଅନ୍ୟପଟେ ଗୌତମ ବୁଧନଗରର କମିଶନରେଟ ପୋଲିସ କହିଛି, ସୌରଭକାନ୍ତ ତିୱାରୀ ବାଂଲାଦେଶରେ ଜଣେ ମହିଳାଙ୍କୁ ବିବାହ କରିଛନ୍ତି । ଏହି ଘଟଣାରେ ଏସିପି ଦ୍ବାରା ମହିଳାଙ୍କୁ ସୁରକ୍ଷାକୁ ଦିଆଯାଇଛି । ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ସୌରଭ କେଉଁଠି ସେ ବିଷୟରେ ମଧ୍ୟ ମହିଳାଙ୍କ ପାଖରେ ସମ୍ପୂର୍ଣ୍ଣ ସୂଚନା ନାହିଁ । ତଦନ୍ତ ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ ।

ଏହା ମଧ୍ୟ ପଢନ୍ତୁ- Pak Woman in Greater Noida: ବୟଫ୍ରେଣ୍ତ ସନ୍ଧାନରେ 4 ସନ୍ତାନ ସହ ନୋଏଡାରେ ପାକ୍‌ ମହିଳା

ପ୍ରକାଶ ଥାଉକି, କିଛି ମାସ ପୂର୍ବେ ପବ୍‌ଜୀ ଖେଳରୁ ଭାରତୀୟ ଯୁବକଙ୍କ ପ୍ରେମରେ ପଡି 4 ପିଲାଙ୍କୁ ଧରି ନେପାଳ ଦେଇ ଭାରତ ଆସିଥିଲେ ପାକିସ୍ତାନୀ ମହିଳା ସୀମା ହାଇଦର । ନୋଏଡାରେ ସୀମା ବର୍ତ୍ତମାନ ତାଙ୍କ ପ୍ରେମିକଙ୍କ ସହ ରହୁଛନ୍ତି । ସୀମା ଆଉ ସଚିନଙ୍କ ପ୍ରେମ ଅନଲାଇନ୍‌ ଗେମ ପବଜିରୁ ଆରମ୍ଭ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details