ଢାକା:୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ବାଂଲାଦେଶ । ମତ୍ସ୍ୟଜୀବୀମାନେ ବାଂଲାଦେଶ ଜଳରାଶିରେ ବେଆଇନ ଭାବେ ପ୍ରବେଶ କରିବା ଅଭିଯୋଗରେ ଭାରତୀୟ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି । ଗଭୀର ସମୁଦ୍ରରେ ପାଟ୍ରୋଲିଂ କରୁଥିବାବେଳେ ସୋମବାର ଦିନ ବାଂଲାଦେଶ ପକ୍ଷରୁ ୨ ଥର ଚଢାଉ କରାଯାଇ ୧୩୫ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଥିଲା ।
ବାଗେରହାଟ ଜିଲ୍ଲା ପୋଲିସ ମିଡିଆ ସେଲ ଅଧିକାରୀ ଏସଏମ ଆଶ୍ରାଫୁଲ ଆଲାମ କହିଛନ୍ତି ଯେ, "ବାଂଲାଦେଶ ପକ୍ଷରୁ 2ଟି ନୌବାହନୀ ଜାହାଜ ବନାଉଜା ପ୍ରତି ଏବଂ ଅଲି ହାଇଦର ପାଟ୍ରୋଲିଂରେ ନିୟୋଜିତ ରହିଥିଲେ । ପ୍ରଥମ ପର୍ଯ୍ୟାୟର ୬୮ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ସହ ୪ଟି ମାଛଧରା ଟ୍ରଲରକୁ ଜବତ କରାଯାଇଛି । ପରେ ଦ୍ବିତୀୟଥର ଚଢାଉ କରାଯାଇ ୬୭ ଜଣ ମତ୍ସ୍ୟଜୀବୀ ସହ ୪ଟି ଟ୍ରଲରକୁ ଜବତ କରାଯାଇଛି ।" ତେବେ ଜବତ କରାଯାଇଥିବା ମାଛ ଓ ଅନ୍ୟ ସାମଗ୍ରୀର ମୂଲ୍ୟ ପାଖାପାଖି ୩.୮୦ କୋଟି ଟଙ୍କା ହେବାନେଇ ଆକଳନ କରାଯାଇଛି ।