ଓଡିଶା

odisha

ETV Bharat / bharat

ସୀମା ହାଇଦରଙ୍କ ପରେ ଜୁଲି: ବାଂଲାଦେଶରୁ ଆସିଲା ଯୁବକଙ୍କ ରକ୍ତଭିଜା ଫଟୋ - ହ୍ୱାଟସଆପରେ ପ୍ରେମ

ପାକିସ୍ତାନରୁ ଭାରତ ଆସି ଚର୍ଚ୍ଚାରେ ଥିବା ସୀମା ହାଇଦରଙ୍କ ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସୀମାଙ୍କ ପରି ବର୍ଡର ପାର କରି ଅଜୟଙ୍କୁ ବିବାହ କରିବାକୁ ଆସିଥିଲେ ବାଂଲାଦେଶର ଜୁଲି । ହେଲେ ଫେରିବା ପରେ ବର୍ତ୍ତମାନ ବାଂଲାଦେଶରୁ ଆସୁଛି ଅଜୟଙ୍କ ରକ୍ତଭିଜା ଫଟୋ । ଅଧିକ ପଢନ୍ତୁ

ସସପେନ୍ସରେ ବାଂଲାଦେଶର ଜୁଲି
ସସପେନ୍ସରେ ବାଂଲାଦେଶର ଜୁଲି

By

Published : Jul 18, 2023, 7:15 AM IST

Updated : Jul 18, 2023, 7:46 AM IST

ସସପେନ୍ସରେ ବାଂଲାଦେଶର ଜୁଲି

ଲକ୍ଷ୍ନୌ:ପାକିସ୍ତାନୀ ମହିଳା ସୀମା ହାଇଦରଙ୍କ ଭଳି ଭାରତୀୟ ଯୁବକଙ୍କ ପ୍ରେମରେ ବାଂଲାଦେଶୀ ମହିଳା । ପାକିସ୍ତାନରୁ ଭାରତ ଆସି ଚର୍ଚ୍ଚାରେ ଥିବା ସୀମା ହାଇଦରଙ୍କ ପରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ସୀମାଙ୍କ ପରି ବର୍ଡର ପାର କରି ଆସିଥିଲେ ବାଂଲାଦେଶର ଜୁଲି । ବାଂଲାଦେଶରୁ ମୁରାଦାବାଦ ଆସି ଅଜୟ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିଥିଲେ ଏହି ବାଂଲାଦେଶୀ ମହିଳା ।

ସବୁଠୁ ବଡ଼ କଥା ହେଉଛି, ବିବାହ ପରେ ଜୁଲି ଭାରତରେ ରହିବା ପରିବର୍ତ୍ତେ ସ୍ବାମୀଙ୍କୁ ସାଙ୍ଗରେ ନେଇ ବାଂଲାଦେଶ ଚାଲି ଯାଇଥିଲେ । ଆଉ ତାପରେ ଯୁବକଙ୍କ ପରିବାରଲୋକଙ୍କୁ ବାଂଲାଦେଶରୁ ପଠାଯାଉଛି ରକ୍ତ ଭିଜା ଫଟୋ । ସେଠାରେ ନିଜ ଜୀବନ ବିପଦରେ ଥିବା ଜଣାଇଛନ୍ତି ଅଜୟ । ଏ ସମ୍ପର୍କରେ ଜାଣିବା ପରେ ପୁଅକୁ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଯୁବକଙ୍କ ମାଆ ।

ସୂଚନା ଅନୁସାରେ, ହ୍ୱାଟ୍ସଆପ୍ ଚାଟିଂରେ ଅଜୟ ଓ ବାଂଲାଦେଶର ଜୁଲିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ଅଜୟଙ୍କୁ ଜୀବନ ସାଥୀ ରୂପେ ପାଇବା ପାଇଁ ବାଂଲାଦେଶରୁ ଭାରତକୁ ଧାଇଁ ଆସିଥିଲେ ପ୍ରେମିକା ଜୁଲି । ଆଉ ତାପରେ ହିନ୍ଦୁ ରୀତିନୀତି ଅନୁସାରେ ଉଭୟଙ୍କର ବାହାଘର ବି ହୋଇଥିଲା । କିଛି ଦିନ ଅଜୟଙ୍କ ଘରେ ରହିବା ପରେ ଭିସାର ଅବଧି ଶେଷ ହେଉଥିବା କହିଥିଲେ ଜୁଲି । ତେଣୁ ତାଙ୍କୁ ବାଂଲାଦେଶ ସୀମା ଅର୍ଥାତ୍ କୋଲକାତାରେ ଛାଡିବା ପାଇଁ ସେ ଅଜୟଙ୍କୁ ଅନୁରୋଧ କରିଥିଲେ । ପୁଣି ଥରେ ଭିସାର ଅବଧି ବୃଦ୍ଧି କରିବା ପରେ ଫେରି ଆସିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ଅଜୟ ତାଙ୍କୁ ଛାଡ଼ିବାକୁ ଯାଇ ଆଉ ଫେରିନଥିବା ଅଭିଯୋଗ କରିଛନ୍ତି ଅଜୟଙ୍କ ମାଆ ।

ଏହା ମଧ୍ୟ ପଢନ୍ତୁ...ସୀମା ହାଇଦର ମାମଲା: ଆତଙ୍କୀ ଲିଙ୍କ୍ ଖୋଳତାଡ ଆରମ୍ଭ କଲା ୟୁପି ATS

ତେବେ ଅଜୟଙ୍କ ମାଆ ସୁନୀତାଙ୍କ କହିବା ଅନୁସାରେ, ତାଙ୍କୁ ଫୋନ କଲ୍ ଆସିଥିଲା । ଯେଉଁଥିରେ ଅଜୟ କହିଥିଲେ, "ମା, ମୁଁ ବାଂଲାଦେଶରେ ଅଛି। 10ରୁ 15 ଦିନ ମଧ୍ୟରେ ଫେରି ଆସିବି।" ଆଉ ଘଟଣାର କିଛି ଦିନ ପରେ ପୁଣି ଥରେ ଅଜୟ ତାଙ୍କ ଭଉଣୀଙ୍କୁ ଫୋନ କଲ୍ ଯୋଗେ 15 ହଜାର ଟଙ୍କା ମାଗିଥିବା ସହ ବିପଦରେ ଥିବା ଜଣାଇଥିଲେ । ଆଉ ତା ପରେ ହ୍ୱାଟ୍ସଆପରେ ରକ୍ତଭିଜା ଫଟୋ ଆସିବା ପରେ ପରିବାର ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ପୁଅଙ୍କୁ ଯଥାଶୀଘ୍ର ଫେରାଇ ଆଣିବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ସୁନୀତା ।

ସେପଟେ ନିଜ ପ୍ରେମ ପାଇଁ ପାକିସ୍ତାନରୁ ଭାୟା ନେପାଳ ଦେଇ ଆସିଥିବା ସୀମା ହାଇଦରଙ୍କୁ ସନ୍ଦେହ ଲାଗି ରହିଛି। ଏହାରି ଭିତରେ ସୀମାଙ୍କ ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ କରିଛି ଉତ୍ତରପ୍ରଦେଶ ଆଣ୍ଟି ଟେରୋରିଜମ ସ୍କ୍ବାଡ୍ (ATS) ।

Last Updated : Jul 18, 2023, 7:46 AM IST

ABOUT THE AUTHOR

...view details