କୋଲକାତା:ପଶ୍ଚିମବଙ୍ଗର କୁଚ୍ଛବିହାର ଅଞ୍ଚଳରେ ଥିବା ଭାରତ ଜମିରେ ଚାଷ କରୁଛନ୍ତି ବାଂଲାଦେଶୀ ଚାଷୀ (Bangladeshi farmers have free access to Indian lands) । ପ୍ରତିଦିନ ସକାଳୁ ସେ ଭାରତ ସୀମା ମଧ୍ୟରେ ପ୍ରବେଶ କରି ଚାଷ କରୁଥିବା ବେଳେ ଅମଳ ଫସଲକୁ ମଧ୍ୟ ନିଜ ଦେଶକୁ ନେଇ ଯାଉଛନ୍ତି । ସେ ଭାରତୀୟ ଭାଗଚାଷୀଙ୍କ ସହିତ ବୁଝାମଣା କରି ଏହି ଚାଷ କରୁଥିବା ବେଳେ ଏଥିଲାଗି ତାଙ୍କୁ କୌଣସି ପ୍ରକାର ପାସପୋର୍ଟର ମଧ୍ୟ ଆବଶ୍ୟକତା ପଡୁନି । ସ୍ଥାନୀୟ ଲୋକଙ୍କ ସହିତ ବୁଝାମଣା କରି ସେ ନିଜ ଇଚ୍ଛା ଅନୁସାରେ ଏଠାରେ ଚାଷକାର୍ଯ୍ୟ କରୁଛନ୍ତି ।
ଉକ୍ତ ବାଂଲାଦେଶୀ ଚାଷୀଙ୍କ ନାମ ମହମ୍ମଦ ରୁବେଲ ବୋଲି ଜଣାପଡ଼ିଛି । ମହମ୍ମଦ ଏକା ନୁହଁନ୍ତି ଏପରି ଅନେକ ବାଂଲାଦେଶୀ ଚାଷୀ ଭାରତୀୟଙ୍କ ଜମିରେ ଚାଷକାର୍ଯ୍ୟ କରିଆସୁଛନ୍ତି । ଭାରତ-ବାଂଲାଦେଶ ସୀମା ନିକଟସ୍ଥ ତିସ୍ତା ନଦୀକୂଳରେ ଏହି ବାଂଲାଦେଶୀ ଚାଷୀ ଚାଷ କରୁଛନ୍ତି । ଏହି ସ୍ଥାନଟି କୁଚ୍ଛବିହାର ଜିଲ୍ଲାରେ ରହିଛି । ସେମାନେ ପ୍ରତିଦିନ ସକାଳେ ଏହି ଜମିରେ ଚାଷ କରୁଛନ୍ତି । ଏଥିଲାଗି ଅନେକ ଥର ବିବାଦ ମଧ୍ୟ ଉପୁଜିଛି । ମାତ୍ର ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନଥିବା ବେଳେ ସେମାନେ ସ୍ଥାନୀୟ ବୁଝାମଣାରେ ଏଠାରେ ଚାଷକାର୍ଯ୍ୟ ଜାରି ରଖିଛନ୍ତି ।