ଓଡିଶା

odisha

ବେଙ୍ଗାଲୁରୁରେ ବାଂଲାଦେଶୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା, ତଦନ୍ତ କରୁଛି NIA

By

Published : Jul 21, 2021, 11:31 AM IST

ବାଂଲାଦେଶୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ତଦନ୍ତ ଆରମ୍ଭ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) । ଅଧିକ ପଢନ୍ତୁ...

ବାଂଲାଦେଶୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ତଦନ୍ତ କରୁଛି NIA
ବାଂଲାଦେଶୀ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ତଦନ୍ତ କରୁଛି NIA

ବେଙ୍ଗାଲୁରୁ: ବାଂଲାଦେଶୀ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ତଦନ୍ତ ଆରମ୍ଭ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA)। ଏନେଇ ପୃଥକ ପୃଥକ ମାମଲା ରୁଜ୍ଜୁ କରିଛି NIA ।

ସୂଚନାଅନୁସାରେ, କିଛି ଦିନ ତଳେ ରାମାମୁର୍ତ୍ତିନଗର ପୋଲିସ ଷ୍ଟେସନରେ ଜଣେ ବାଂଲାଦେଶୀ ଯୁବତୀଙ୍କୁ ଦୁଷ୍କର୍ମ ନେଇ ଅଭିଯୋଗ ହୋଇଥିଲା । ଯାହାର ତଦନ୍ତ ଆରମ୍ଭ କରିଛି ଜାତୀୟ ଅନୁସନ୍ଧାନ ଏଜେନ୍ସି । ଏ ନେଇ ପୃଥକ ମାମଲା ରୁଜ୍ଜୁ କରିବା ସହ ମୁ୍ଖ୍ୟ ଅଭିଯୁକ୍ତକୁ ପଚରାଉଚରା କରିଛି NIA ।

ଗତ ମେ ୨୭ରେ ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଯୁବତୀ ଜଣକ କନକନଗରେ ଏକ ଭଡା ଘରେ ରହୁଥିଲେ । ଘଟଣା ତଦନ୍ତରେ ଜଣା ପଡିଥିଲା ଯେ ଯୁବତୀ ଜଣଙ୍କ ବେଶ୍ୟା ବୃତ୍ତିରେ ନିୟୋଜିତ ଥିଲେ । ଏହା ପରେ ୭ ଜଣ ବାଂଲାଦେଶୀ ଯୁବତୀଙ୍କୁ ପୋଲିସ ଉଦ୍ଧାର କରିଥିଲା । ପରବର୍ତ୍ତୀ ସମୟରେ ଏହାର ତଦନ୍ତ ଭାର ହେନୁର ପୋଲିସ ଷ୍ଟେସନକୁ ସ୍ଥାନାନ୍ତର କରାଯାଇଥିଲା।

ନକଲି ଡକ୍ୟୁମେଣ୍ଟ ପ୍ରସ୍ତୁତ କରି ବାଂଲାଦେଶରୁ ଯୁବତୀଙ୍କୁ ଅଣାଯାଇଥିବା ଅନୁମାନ କରି ତଦନ୍ତ ଚଲାଇଛି ଏନଆଇଏ । ସେମାନେ କେଉଁ ଉପାୟରେ ରେକର୍ଡ ତିଆରି କଲେ? ଆଧାର କାର୍ଡ ପାଇଁ କେଉଁ ଦଲିଲଗୁଡ଼ିକ ଦିଆଯିବ? ଆଧାର କାର୍ଡ କିଏ ଦେଇଛନ୍ତି? ଏନେଇ ପ୍ରଶ୍ନ ଉଠିଛି । ଘଟଣାର ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଏନଆଇଏ ଘଟଣାର ତଦନ୍ତ କରୁଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details