ଓଡିଶା

odisha

ETV Bharat / bharat

ଦିଲ୍ଲୀରେ ଶେଖ୍ ହସିନା, ଆଜି ଦୁଇ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟ - ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା

4 ଦିନିଆ ଭାରତ ଗସ୍ତରେ ଆସି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ନୂଆଦିଲ୍ଲୀରେ ରହିଛନ୍ତି । ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଶେଖ ହସିନା । ଅଧିକ ପଢନ୍ତୁ

ଆଜି ଦୁଇ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟ
ଆଜି ଦୁଇ ପ୍ରଧାନମନ୍ତ୍ରୀଙ୍କ ଭେଟଘାଟ

By

Published : Sep 6, 2022, 9:25 AM IST

ନୂଆଦିଲ୍ଲୀ: ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା 4 ଦିନିଆ ଭାରତ ଗସ୍ତରେ ଆସିଛନ୍ତି । ଗତକାଲି (ସୋମବାର) ସେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ନୂଆଦିଲ୍ଲୀରେ ପହଞ୍ଚିବା ପରେ ବୟନଶିଳ୍ପ, ରେଳପଥ ରାଷ୍ଟ୍ରମନ୍ତ୍ରୀ ଦର୍ଶନ ବିକ୍ରମ ଜର୍ଦ୍ଦୋଶ ତାଙ୍କୁ ସ୍ବାଗତ କରିଥିଲେ । ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ଶେଖ ହସିନା । ଆଜି ମୋଦି ଓ ଶେଖ ହସିନାଙ୍କ ମଧ୍ୟରେ ଦେବାକୁ ଥିବା ଭେଟଘାଟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇପାରେ ।

ଏହି ଗସ୍ତରେ ଆଜି ଶେଖ ହସିନା ରାଷ୍ଚ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉପରାଷ୍ଟ୍ରପତି ଜଗଦୀପ ଧନକରଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହେବ । ଆଲୋଚନାରେ ଦୁଇ ପଡୋଶୀ ରାଷ୍ଟ୍ର ମଧ୍ୟରେ ଲାଗି ରହିଥିଲା ଜଳବଣ୍ଟନ ବିବାଦ ସାମିଲ ହେବ। ସମସ୍ୟାର ସମାଧାନର ବାଟ ବାହାରି ପାରେ । 2021ରେ ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଏବଂ ବାଂଲାଦେଶ ସ୍ବାଧୀନତାର 50 ବର୍ଷ ପୂର୍ତ୍ତୀ କରିଥିଲା। ପ୍ରଧାନମନ୍ତ୍ରୀ ନରେଦନ୍ଦ୍ର ମୋଦି ବାଂଲାଦେଶ ଗସ୍ତ କରିଥିଲେ ।

ଏହି ସମୟରେ ମଧ୍ୟ ଦ୍ବିପାକ୍ଷିକ ଆଲୋଚନାରେ ଜଳବଣ୍ଟନ ବିବାଦ ସ୍ଥାନିତ ହୋଇଥିଲା । 2019 ଆକ୍ଟୋବରରେ ଶେଷ ଥର ପାଇଁ ଭାରତ ଗସ୍ତରେ ଆସିଥିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ 2015ରୁ ମୋଟ 12 ଥର ଭେଟଘାଟ ହୋଇଛି ।

ଏହା ବି ପଢନ୍ତୁ...ରୋହିଙ୍ଗ୍ୟା ପ୍ରବାସୀ ବାଲାଂଦେଶ ଉପରେ ବଡ ବୋଝ: ଶେଖ୍ ହସିନା

ଭାରତ ଗସ୍ତର ପ୍ରଥମ ଦିନରେ ସେ ଆଦାନି ଗ୍ରୁପ ମୁଖ୍ୟ ଗୌତମ ଆଦାନିଙ୍କୁ ଭେଟିଥିଲେ । ଏହା ସହିତ ଦିଲ୍ଲୀର ପ୍ରସିଦ୍ଧ ସୁଫି ନିଜାମୁଦ୍ଦିନ ଆଉଲିଆ ଦରଘା ପରିଦର୍ଶନ କରି ପ୍ରାର୍ଥନା କରିଥିଲେ । ପରେ ଭାରତର ବହିବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଭେଟିଥିଲେ । ପ୍ରତିପକ୍ଷ ସହଯୋଗ ଆଞ୍ଚଳିକ ଯୋଗାଯୋଗ ଅଭିଯାନ ବିସ୍ତାର, ଦକ୍ଷିଣ ଏସିଆର ସ୍ଥିରତା ଆଦି ପ୍ରସଙ୍ଗରେ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ।

ଭାରତ ଗସ୍ତ ପୂର୍ବରୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ଶେଖ ହସିନା କହିଥିଲେ, ''ରୋହିଙ୍ଗ୍ୟା ପ୍ରବାସୀ ବାଲାଂଦେଶ ଉପରେ ବଡ ବୋଝ (Rohingya migrants big burden on Bangladesh) । ଭାରତ ଏହି ସମସ୍ୟାର ସମାଧାନ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ପାରିବ । ରୋହିଙ୍ଗ୍ୟାମାନେ ଯେପରି ନିଜ ମାତୃଭୂମିକୁ ଫେରିପାରିବେ ସେଥିପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟର ସହାୟତା ନେଉଛୁ । ପଡୋଶୀ ରାଷ୍ଟ୍ରମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା ଜାରି ରହିଛି।''

ABOUT THE AUTHOR

...view details