ଓଡିଶା

odisha

ETV Bharat / bharat

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମ୍ବ ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମ୍ବ ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ଅଧିକ ପଢନ୍ତୁ

ରଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମ୍ବ ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ
ରଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆମ୍ବ ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ

By

Published : Jun 13, 2023, 9:59 PM IST

Updated : Jun 14, 2023, 6:05 AM IST

ହଇଦ୍ରାବାଦ:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆମ୍ବ ପଠାଇଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା । ବାଂଲାଦେଶରେ ଫଳୁଥିବା ଏହି ଆମ୍ବର ବିଶେଷ ଚାହିଦା ମଧ୍ୟ ରହିଥାଏ । ତେବେ ଉପହାର ସ୍ବରୁପ ପ୍ରଧାନମନ୍ତ୍ରୀ ହସିନା ଭାରତକୁ ଏହି ଆମ୍ବ ପଠାଇଛନ୍ତି । ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କର ଉଦାହରଣ ଭାବେ ଏହି ଆମ୍ବ ଉପହାର ହସିନା ପ୍ରତିବର୍ଷ ପଠାଇଥାନ୍ତି ।

ଢାକାରୁ ଆସିଥିବା ଏହି ସ୍ବତନ୍ତ୍ର ଆମ୍ବ ଝୁ଼ଡିରେ ପ୍ରସିଦ୍ଧ ହିମସାଗର, ଲାଙ୍ଗରା ଆଦି କିସମର ଆମ୍ବ ରହିଛି । ଏହା ବିଶେଷ କରି ବାଂଲାଦେଶର ରାଜଶାହୀ କ୍ଷେତ୍ରରେ ଦେଖିବାକୁ ମିଳେ । ଏହି ଆମ୍ବର ସମଗ୍ର ଏସିଆରେ ଚାହିଦା ରହିଛି । ଏହା ଅନ୍ୟ କିସମର ଆମ୍ବ ଠାରୁ ଅଧିକ ସୁସ୍ବାଦୁ । ଏହାର ସ୍ବାଦ ଓ ଗୁଣବତ୍ତା କାରଣରୁ ଏହାର ଚାହିଦା ସମଗ୍ର ଏସିଆରେ ରହିଛି । ବିଶେଷ କରି ବାଂଲାଦେଶରେ ଫଳୁଥିବା ଏହି ଆମ୍ବକୁ ବିଭିନ୍ନ ଦେଶକୁ ରପ୍ତାନୀ କରାଯାଏ । ସାଧାରଣତଃ ଆମ୍ବ ଏହି ଖରା ଦିନେ ଫଳେ । ଏହାର ସ୍ବାଦ କାରଣରୁ ସମଗ୍ର ଭାରତରେ ଏହାର ଚାହିଦା ରହିଛି ।

ବାଂଲାଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆସିଥିବା ଏହି ଉପହାର ସ୍ବରୂପ ଆମ୍ବଝୁଡି ବାଂଲାଦେଶର ଦୂତାବାସ ଜରିଆରେ ଦିଲ୍ଲୀରେ ପହଞ୍ଚିଛି । ଦୁଇ ଦେଶର ସୁସମ୍ପର୍କ କାରଣରୁ ଏହି ଉପହାର ପରମ୍ପରା ଗତ କିଛି ବର୍ଷ ଧରି ଚାଲି ଆସିଛି । ବାଂଲାଦେଶ ଭାରତର ପଡୋଶୀ ରାଷ୍ଟ୍ର । 1971 ମସିହାରେ ଭାରତର ସହଯୋଗରେ ବାଂଲାଦେଶ ପାକିସ୍ତାନ ଠାରୁ ସ୍ବାଧୀନ ହେବା ସହ ପୃଥକ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା । ସେବେଠାରୁ ପ୍ରାୟ ବାଂଲାଦେଶ ସହ ଭାରତର ଭଲ ସମ୍ପର୍କ ରହିଆସିଛି । ଦୁଇ ଦେଶ ମଧ୍ୟରେ ଥିବା ଆଂଶିକ ସୀମା ବିବାଦର ସମାଧାନ ଦିଗରେ ମଧ୍ୟ ଉଭୟ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଛି ।

ସ୍ବାଧୀନତା ପୂର୍ବରୁ ଅଖଣ୍ଡ ଭାରତର ଅଂଶ ଥିବା ବାଂଲାଦେଶର ଭାରତ ସହ ସାଂସ୍କୃତିକ ସାମଞ୍ଜସ୍ୟ ମଧ୍ୟ ରହିଛି । ଇଦ୍‌ କିମ୍ବା ଦିପାବଳୀରେ ଉଭୟ ଦେଶର ସେନା ମଧ୍ୟରେ ସୀମାରେ ମିଠା ଓ ଶୁଭେଚ୍ଛା ବିନିମୟର ପରମ୍ପରା ମଧ୍ୟ ରହିଆସିଛି । ସେହିପରି ଉଭୟ ଦେଶ ନିଜର ସ୍ବାଧୀନତା ଦିବସ ଓ ଅନ୍ୟ ଜାତୀୟ ଦିବସରେ ପରସ୍ପରକୁ ଶୁଭେଚ୍ଛା ଜଣାଇଥାନ୍ତି । ସ୍ବତନ୍ତ୍ର ବାଂଲାଦେଶର ପ୍ରତିଷ୍ଠାତା କୁହାଯାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମୁଜିବୁର ରେହମାନଙ୍କ ଝିଅ ଶେଖ ହସିନା ଏବେ ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 14, 2023, 6:05 AM IST

ABOUT THE AUTHOR

...view details