ଢାକା:ପୁଣି ବଢିଲା ଭାରତ ବାଂଲାଦେଶ ସୀମା ବନ୍ଦ ଅବଧି । କୋରୋନା ସ୍ଥିତି ପାଇଁ ପୂର୍ବରୁ ଜୁନ 13 ଯାଏଁ ସୀମୀ ବନ୍ଦ ରହିଥିଲା । ମାତ୍ର ଏହାକୁ ପୁଣି ବୃଦ୍ଧି କରାଯାଇଛି । ଜୁନ 30 ଯାଏଁ ଭାରତ ବାଂଲାଦେଶ ସୀମା ବନ୍ଦ ସମୟସୀମାକୁ ବୃଦ୍ଧି କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ନାଗରିକ ଢାକା ଟ୍ରିବ୍ୟୁନାଲକୁ ଜଣାଇଛନ୍ତି ।
ସମୟ ବୃଦ୍ଧି ନେଇ ଖୁବ ଶ୍ରୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବା ନେଇ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି । ପୂର୍ବରୁ ଏପ୍ରିଲ 26ରେ ଭାରତ ସହିତ ବାଂଲାଦେଶ ସୀମାକୁ ସଟଡାଉନ ଦୁଇ ସପ୍ତାହ ବନ୍ଦ କରାଯାଇଥିଲା । ଯାହାକୁ କୋରୋନାର ଦ୍ବିତୀୟ ଲହର କୋପରେ ମେ 8 ଓ ମେ 29ରେ ଦୁଇ ଥର ବୃଦ୍ଧି କରାଯାଇଥିଲା । ବାଂଲାଦେଶ ନାଗରିକଙ୍କୁ ବାହାରୁ ଆସିଲେ 14ଦିନ କ୍ବାରେଣ୍ଟାଇନରେ ରହିବା ବାଧ୍ୟତାମୂଳକ ହୋଇଥିଲା ।