କୋଲକାତା: ମାର୍ଚ୍ଚ 27ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଆଉ ଏହି ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଶେଷ ରାଲିକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମେଦିନାପୁରରେ ଶୁଣିବାକୁ ମିଳିଛି ମୋଦିଙ୍କ ରଣହୁଙ୍କାର ।
ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପିଏମଙ୍କ ଶେଷ ପ୍ରଚାର, 'ବଙ୍ଗ ଚାହୁଁଛି ବିଜେପି ସରକାର' - ପ୍ରଧାନମନ୍ତ୍ରୀ ମୋଦି
ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବଙ୍ଗର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଙ୍କଳ୍ପ ବଦ୍ଧ । ନିର୍ବାଚନୀ ମଞ୍ଚରୁ 'ବଙ୍ଗ ଚାହେଁ ବିଜେପି ସରକାର' ସ୍ଳୋଗାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...
ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପିଏମଙ୍କ ଶେଷ ପ୍ରଚାର, 'ବଙ୍ଗ ଚାହୁଁଛି ବିଜେପି ସରକାର'
ପ୍ରଥମ ପର୍ଯ୍ୟାୟ ମତଦାନ ପୂର୍ବରୁ ପିଏମଙ୍କ ଶେଷ ପ୍ରଚାର, 'ବଙ୍ଗ ଚାହୁଁଛି ବିଜେପି ସରକାର'
ପୂର୍ବ ମେଦିନାପୁରର କାନ୍ଥିରେ ଏକ ଜନସଭାକୁ ସମ୍ବୋଧିତ କରି ତୃଣମୂଳ କଂଗ୍ରେସ ସରକାର ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ବଙ୍ଗର ବିକାଶ ପାଇଁ ଭାରତୀୟ ଜନତା ପାର୍ଟି ସଙ୍କଳ୍ପ ବଦ୍ଧ । ନିର୍ବାଚନୀ ମଞ୍ଚରୁ 'ବଙ୍ଗ ଚାହେଁ ବିଜେପି ସରକାର' ସ୍ଳୋଗାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦି କହିଛନ୍ତି, ତୃଣମୂଳ କଂଗ୍ରେସର ଖେଳ ଏଥର ଶେଷ ହେବ ଆଉ ବିକାଶ ଆରମ୍ଭ ହେବ । ବଙ୍ଗ ବିଜେପି ସରକାର ଚାହୁଁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।