ଓଡିଶା

odisha

ETV Bharat / bharat

ବଙ୍ଗ ଫଳାଫଳ; BJP-TMC ମଧ୍ୟରେ କଡା ଟକ୍କର, ଘଣ୍ଟାଏ ହେଲା ଖୋଲୁନି କଂଗ୍ରେସ ଖାତା - ବଙ୍ଗ ଫଳାଫଳ;

ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେପି ଓ କ୍ଷମତାସୀନ ତୃଣମୂଳ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର । ସେପଟେ ଘଣ୍ଟାଏ ହେଲା ଖାତା ଖୋଲିପାରୁନି କଂଗ୍ରେସ । ଅଧିକ ପଢନ୍ତୁ...

ବଙ୍ଗ ଫଳାଫଳ; BJP-TMC ମଧ୍ୟରେ କଡା ଟକ୍କର, ଘଣ୍ଟାଏ ହେଲା ଖୋଲୁନି କଂଗ୍ରେସ ଖାତା
ବଙ୍ଗ ଫଳାଫଳ; BJP-TMC ମଧ୍ୟରେ କଡା ଟକ୍କର, ଘଣ୍ଟାଏ ହେଲା ଖୋଲୁନି କଂଗ୍ରେସ ଖାତା

By

Published : May 2, 2021, 9:26 AM IST

Updated : May 2, 2021, 9:39 AM IST

କୋଲକାତା:ପଶ୍ଚିମଙ୍ଗରେ ଜାରି ରହିଛି ବିଧାନସଭା ନିର୍ବାଚନର ମତଗଣନା । ପ୍ରାରମ୍ଭିକ ଟ୍ରେଣ୍ଡ୍‌ରେ ବିଜେପି ଓ କ୍ଷମତାସୀନ ତୃଣମୂଳ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର ।

ବର୍ତ୍ତମାନସୁଦ୍ଧା 192ଟି ଆସନରୁ 154ଟି ଆସନରେ ଟ୍ରେଣ୍ଡ୍‌ ଆସିସାରିଛି । ତୃଣମୂଳ କଂଗ୍ରେସ 100ଟି ଆସନରେ ଆଗରେ ଥିବାବେଳେ 67ଟି ଆସନରେ ଲିଡ କରୁଛି ବିଜେପି । ଅନ୍ୟପକ୍ଷେ ବାମଦଳ ଓ କଂଗ୍ରେସ ମେଣ୍ଟ ବର୍ତ୍ତମାନସୁଦ୍ଧା 4ଟି ଆସନରେ ଆଗରେ ରହିଛି । ତେବେ ଏଯାଏଁ ଖାତା ଖୋଲି ପାରିନାହାନ୍ତି କଂଗ୍ରେସ ପ୍ରାର୍ଥୀ ।

ଯଦିଓ ପଶ୍ଚିମବଙ୍ଗରେ ବିଜେପିକୁ ମୁଖ୍ୟ ପ୍ରତିଦ୍ବନ୍ଦୀ ମାନିବାକୁ ତୃଣମୂଳ କଂଗ୍ରେସ ପ୍ରତ୍ୟାଖ୍ୟାନ କରିଆସୁଛି, ହେଲେ ବି ଜନସାଧାରଣ ଗୈରିକ ଦଳ ପ୍ରତି ବିଶ୍ବାସ ପ୍ରକଟ କରିବା ବିଜେପି ପାଇଁ ଶୁଭ ସଙ୍କେତ କୁହାଯାପାରେ ।

Last Updated : May 2, 2021, 9:39 AM IST

ABOUT THE AUTHOR

...view details