ଜୟପୁର: ପାକ୍ ସୀମାରୁ ଆସିଥିବା ଏକ ବେଲୁନକୁ ଜବତ କରିଛି ରାଜସ୍ଥାନର ଯୋଧପୁର ପୋଲିସ । ଜିଲ୍ଲାର ଫାଲୋଡ ସବଡିଭିଜନ୍ ପାକିସ୍ତାନ ସୀମାରୁ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଗିଥିବା ଏକ ବେଲୁନକୁ ଠାବ କରାଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଦେଖିବାକୁ ମିଳିଛି । ଯେଉଁଠାରେ ଏହି ଉପକରଣ ମିଳିଥିଲା ତାହା ପାକିସ୍ତାନ ସୀମାଠାରୁ ପ୍ରାୟ 300 କିଲୋମିଟର ଦୂର । ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବେଲୁନ୍ ଏବଂ ଯନ୍ତ୍ରପାତି ଗୁଡ଼ିକୁ ଜବତ କରିବା ସହ ନିଜ ଅଧିନକୁ ଆଣିଛି ।
ଯୋଧପୁରରେ ଜବତ ହେଲା ପାକିସ୍ତାନୀ ବେଲୁନ, ପୋଲିସ ଜିମାରେ ବୈଦ୍ୟୁତିକ ଉପକରଣ - Jodhpur district police seized baloon
ପାକ୍ ସୀମାରୁ ଆସିଥିବା ଏକ ବେଲୁନକୁ ଜବତ କରିଛି ରାଜସ୍ଥାନ ଯୋଧପୁର ପୋଲିସ । ଅଧିକ ପଢନ୍ତୁ....
![ଯୋଧପୁରରେ ଜବତ ହେଲା ପାକିସ୍ତାନୀ ବେଲୁନ, ପୋଲିସ ଜିମାରେ ବୈଦ୍ୟୁତିକ ଉପକରଣ ଜବତ ହେଲା ପାକ ସୀମାରୁ ଆସିଥିବା ଏକ ବେଲୁନ](https://etvbharatimages.akamaized.net/etvbharat/prod-images/768-512-10922185-thumbnail-3x2-baloon.jpg)
ଜବତ ହେଲା ପାକ ସୀମାରୁ ଆସିଥିବା ଏକ ବେଲୁନ
ମିଳିଥିବା ସୂଚନା ଅନୁସାରେ ଗାଁର ଚାଷ ଜମିରେ ଏକ ବେଲୁନ୍ ପଡିଥିବାର ଦେଖିଥିଲେ ସ୍ଥାନୀୟ ଗ୍ରାମବାସୀ । ବେଲୁନ୍ ସହିତ ଏକ ଇଲେକ୍ଟ୍ରୋନିକ୍ ଉପକରଣ ଦେଖିବାକୁ ମିଳିବାରୁ ସନ୍ଦେହ ବଢିଥିଲା । ତେଣୁ ସେମାନେ ଭୟଭୀତ ହୋଇ ପୋଲିସକୁ ସୂଚନା ଦେଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଛି । ସୁରକ୍ଷା ଦୃଷ୍ଟିରୁ ଏହା ବାବଦରେ ଅଧିକ ସୂଚନା ଦେଇନଥିବାବେଳେ କେବଳ ତଦନ୍ତ ଚାଲିଥିବା କହିଛି ପୋଲିସ । ତେବେ ଏପରି ବୈଦ୍ୟୁତିକ ଉପକରଣ ଗୁଡିକ ସୀମାପାର ଷଡଯନ୍ତ୍ର ବୋଲି ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ