ଲକ୍ଷ୍ନୌ:ବିଭିନ୍ନ ରାଜ୍ୟରେ ଏବେ ଭାଇରାଲ ଫିଭରରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ୧୦ ଦିନରେ ଭାଇରାଲ ଫିଭର କେସ ୨୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହା ଡେଙ୍ଗୁ ମଶା ଦ୍ବାରା ହେଉଥିବା ସୂଚନା ଦେଇଛନ୍ତି ଡାକ୍ତର ଭିପି ସିଂ ।
ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ତନ୍ନତନ୍ନ କରି ଯାଞ୍ଚ ହେଉଛି । ବର୍ଷା ଦିନ ହୋଇଥିବାରୁ ଜ୍ବର, ଦୁର୍ବଳତା, ଶରୀର ଯନ୍ତ୍ରଣା ଓ ଡାଇରିଆ ରୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ହେବା ମଧ୍ୟ ସ୍ବାଭାବିକ ବୋଲି କହିଛନ୍ତି ଡାକ୍ତର ଭିପି ସିଂ । ଜିଲ୍ଲା ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡାକ୍ତର ଜେଏସ କୁମାର କହିଛନ୍ତି ଗତ ୧୦ ଦିନ ଭିତରେ ଭାଇରାଲ ଫିଭର କେସ ୨୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଜିଲ୍ଲାପାଳ ଅଦିତ ସିଂହ କହିଛନ୍ତି ପ୍ରତି ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ଆଣ୍ଟି ଲାର୍ଭାଲ ସ୍ପ୍ରେ କରାଯାଉଛି । ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।