ଓଡିଶା

odisha

ETV Bharat / bharat

G-20 Summit: ଇଣ୍ଡୋନେସିଆରେ ବାଲିଯାତ୍ରାକୁ ମନେ ପକାଇଲେ ମୋଦି - baliyatra 2022

ଇଣ୍ଡୋନେସିଆର ବାଲିଦ୍ବୀପ ଠାରେ ଆୟୋଜିତ ୧୭ତମ ଜି-୨୦ ସମ୍ମିଳନୀରେ ଐତିହାସିକ ବାଲିଯାତ୍ରାକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ଉତ୍ସବ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ରହିଥିବା ବାଣିଜ୍ୟ ସମ୍ପର୍କକୁ ସ୍ମରଣ କରାଯାଏ । ଏହାର ଅର୍ଥ ହେଉଛି ସେମାନଙ୍କର ଶରୀର ବାଲିଯାତ୍ରାରେ ମାତ୍ର ମନ ବାଲିଦ୍ବୀପରେ । ଅଧିକ ପଢନ୍ତୁ

G-20 Summit: ଇଣ୍ଡୋନେସିଆରେ ବାଲିଯାତ୍ରାକୁ ମନେ ପକାଇଲେ ମୋଦି
G-20 Summit: ଇଣ୍ଡୋନେସିଆରେ ବାଲିଯାତ୍ରାକୁ ମନେ ପକାଇଲେ ମୋଦି

By

Published : Nov 15, 2022, 4:02 PM IST

Updated : Nov 15, 2022, 4:30 PM IST

ଜାକାର୍ତ୍ତା: ଇଣ୍ଡୋନେସିଆର ବାଲିଦ୍ବୀପ ଠାରେ ଆୟୋଜିତ ହୋଇଛି ୧୭ତମ ଜି-୨୦ ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେଇ ଆଜି ପ୍ରଧାନମନ୍ତ୍ରୀ ମୋଦି ଇଣ୍ଡୋନେସିଆରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି । ଏହି ସମ୍ମିଳନୀରେ ଓଡ଼ିଶାରେ ଚାଲୁଥିବା ଐତିହାସିକ ବାଲିଯାତ୍ରାକୁ ମନେ ପକାଇ ମୋଦି କହିଛନ୍ତି ସାଧବ ପୁଅମାନେ ବଣିଜ ପାଇଁ ଇଣ୍ଡୋନେସିଆର ଜାଭା, ସୁମାତ୍ରାକୁ ଆସୁଥିଲେ । ଏହି ଉତ୍ସବ ଇଣ୍ଡୋନେସିଆ ଓ ଭାରତ ମଧ୍ୟରେ ରହିଥିବା ବାଣିଜ୍ୟ ସମ୍ପର୍କକୁ ସ୍ମରଣ କରାଯାଉଛି । ଏହା ଭାରତ ଓ ଇଣ୍ଡୋନେସିଆର ସମ୍ପର୍କ ଆହୁରି ଦୃଢୀଭୂତ କରିଛି ବୋଲି ମୋଦି କହିଛନ୍ତି ।

ଇଣ୍ଡୋନେସିଆରେ ବାଲିଯାତ୍ରାକୁ ମନେ ପକାଇଲେ ମୋଦି

ପୂର୍ବରୁ ସାଧବ ପୁଅମାନେ ବଣିଜ କରିବାକୁ ଇଣ୍ଡୋନେସିଆର ଜାଭା, ସୁମାତ୍ରାକୁ ଯିବା ଓ ଆସିବା କରୁଥିଲେ । ବାଣିଜ୍ୟରୁ ଫେରିବା ପରେ ସାଧବ ବୋହୂମାନେ ସେମାନଙ୍କୁ ବନ୍ଦାପନା କରୁଥିଲେ, ଯାହାକୁ ବୋଇତ ବନ୍ଦାଣ ଉତ୍ସବ କୁହାଯାଏ । ଏହି ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଆମେ ଗର୍ବର ସହିତ ସ୍ମରଣ କରିଥାଉ । ଓଡିଶାର ସାଧାବପୁଅ (ବଣିକମାନେ) ସୁଦୂର ଯାଇ ପୂର୍ବ ଏସୀୟ ଦେଶ ଇଣ୍ଡୋନେସିଆର ବାଲି, ଜାଭା ଓ ସୁମାତ୍ରାରେ ବାଣିଜ୍ୟ ବ୍ୟବସାୟ କରୁଥିଲେ । ବଣିକମାନେ ଡଙ୍ଗାରେ ବ୍ୟବସାୟ କରୁବାକୁ ଯାଇଥାନ୍ତି ଏବଂ ସେମାନେ ଫେରିବା ପରେ ଓଡ଼ିଶାର ସାଧବ ବୋହୂମାନେ ସେମାନଙ୍କୁ ବନ୍ଦାପନା କରି ସ୍ବାଗତ କରିଥାନ୍ତି, ଯାହାକୁ 'ବୋଇତ ବନ୍ଦାଣ ଉତ୍ସବ' କୁହାଯାଏ ।

ଏହା ବି ପଢନ୍ତୁ- ଜି20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଖାଦ୍ୟ ଓ ଉର୍ଜା ପ୍ରସଙ୍ଗରେ ଆଲୋଚନା

ଏହି ବାଣିଜ୍ୟ ଦ୍ବାରା ଭାରତ ଓ ଇଣ୍ଡୋନେସିଆ ମଧ୍ୟରେ ଉତ୍ତମ ସମ୍ପର୍କ ମଧ୍ୟ ସ୍ଥାପନ ହେଉଥିଲା । ତେବେ ଇତିହାସକୁ ମନେ ପକାଇବା ତଥା କଳିଙ୍ଗର ଗୌରବମୟ ନୌବାଣିଜ୍ୟ କାରବାର ଉଦ୍ଦେଶ୍ୟରେ ଓଡ଼ିଶାର କଟକ ଜିଲ୍ଲାରେ ଐତିହାସିକ ବାଲିଯାତ୍ରା ପାଳନ କରାଯାଏ । ଓଡିଆଙ୍କ ଏହି ଗର୍ବ ଓ ଗୌରବମୟ ଇତିହାସକୁ ମନେ ପକାଇ ବାଲିଯାତ୍ରା ପାଳନ ହେଉଛି । ପ୍ରଧାନମନ୍ତ୍ରୀ ମୋଦି ଏହି ଇତିହାସକୁ ସ୍ମରଣ କରି ଇଣ୍ଡୋନେସିଆ ଓ ଭାରତର ସମ୍ପର୍କ ଯୁଗ ଯୁଗର ବୋଲି କହିଛନ୍ତି ।

ମୋଦି କହିଛନ୍ତି, "ଏଠାରେ ବାଲିଦ୍ବୀପରେ ମୁଁ ଉପସ୍ଥିତ ଥିବା ବେଳେ ସେଠାରେ ଭାରତର ଓଡ଼ିଶାରେ ଇଣ୍ଡୋନେସିଆ ଓ ଭାରତର ସମ୍ପର୍କକୁ ସେଲିବ୍ରେଟ କରାଯାଉଛି । ବାଲିଯାତ୍ରା ମାଧ୍ୟମରେ ଏହି ୨ ସ୍ଥଳର ବାଣିଜ୍ୟ ସମ୍ପର୍କକୁ ମନେ ପକାଯାଉଛି । ଲକ୍ଷ ଲକ୍ଷ ଲୋକ ଏଥିରେ ସାମିଲ ହୋଇ ୨ ଦେଶର ସମ୍ପର୍କକୁ ମନେ ପକାଇଛନ୍ତି । ଯାହାକି ୨ ଦେଶର ସମ୍ପର୍କକୁ ଆହୁରି ମଜବୁତ କରିଛି । ୨ ବର୍ଷର କୋରୋନା ପରେ ପୁଣି ଏହାକୁ ପାଳନ କରାଯାଉଛି । ଏଥିରେ ଅନେକ ଲୋକ ସାମିଲ ହୋଇଛନ୍ତି । ଏହାର ଅର୍ଥ ହେଉଛି ସେମାନଙ୍କର ଶରୀର ବାଲିଯାତ୍ରାରେ ମାତ୍ର ମନ ବାଲିଦ୍ବୀପରେ । ଏହି ମହୋତ୍ସବ ମାଧ୍ୟମରେ ଓଡ଼ିଶାବାସୀ ଇଣ୍ଡୋନେସିଆ ସହିତ ଥିବା ବାଣିଜ୍ୟ ସମ୍ପର୍କକୁ ମନେ ପକାଇଥାନ୍ତି ।"

Last Updated : Nov 15, 2022, 4:30 PM IST

ABOUT THE AUTHOR

...view details