ଓଡିଶା

odisha

ETV Bharat / bharat

ଆଖି ବୁଜିଲା ଐତିହାସିକ ମହୀଶୂର ଦଶହରାର ପ୍ରସିଦ୍ଧ ହାତୀ ବଳରାମ - ମହୀଶୂର ଦଶହରା

67 ବର୍ଷ ବୟସରେ ଆଖି ବୁଜିଲା ମହୀଶୂର ଦଶହରାର ଐତିହାସିକ ହାତୀ ବଳରାମ । 14 ଥର ସୁବର୍ଣ୍ଣ ଆମ୍ବାରି ନୀତିରେ ଅଂଶଗ୍ରହଣ କରି କରିଥିଲା ରେକର୍ଡ । ଆସନ୍ତାକାଲି ଶେଷକୃତ୍ୟ । ଅଧିକ ପଢନ୍ତୁ

ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ
ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ

By

Published : May 7, 2023, 10:59 PM IST

ବେଙ୍ଗାଲୁୁରୁ:ବିଶ୍ୱ ପ୍ରସିଦ୍ଧ ମହୀଶୂର ଦଶହରାର ଅନ୍ୟତମ ଆକର୍ଷଣ ତଥା ପ୍ରସିଦ୍ଧ ହାତୀ ବଳରାମ ଆଜି ଅଖି ବୁଜିଛି । ଗତ କିଛି ମାସ ହେବ ଯକ୍ଷ୍ମା ରୋଗରେ ପୀଡିତ ଥିବା ଏହି ହାତୀ ବଳରାମର ଚିକିତ୍ସା ଜାରି ରହିଥିଲା । ସେ ଆଜି 67 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛି । ମହୀଶୂର ଦଶହରାର ନୀତିକାନ୍ତିରେ ବଳରାମର ପ୍ରମୁଖ ଭୂମିକା ରହିଥିଲା । ବଳରାମ ମୋଟ 14 ଥର ସୁବର୍ଣ୍ଣ ଆମ୍ବାରି ନୀତିରେ ଅଂଶଗ୍ରହଣ କରିଥିଲା ।

ଆଖି ବୁଜିଲା ଐତିହାସିକ ମହୀଶୂର ଦଶହରାର ପ୍ରସିଦ୍ଧ ହାତୀ ବଳରାମ

କର୍ଣ୍ଣାଟକର ରାଜ୍ୟ ପର୍ବ ଭାବେ ପରିଚୟ ପାଇଥିବା ମହୀଶୂର ଦଶହରାରେ ହାତୀ ବଳରାମ ଜମ୍ବୁ ସବାରୀ ଶୋଭାଯାତ୍ରାରେ 14 ଥର ସୁବର୍ଣ୍ଣ ଅମ୍ବାରି ନେଇ ଏକ ରେକର୍ଡ ହାସଲ କରିଥିଲା । ଗତ କିଛି ମାସ ହେବ ସେ ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ହେବା ପରେ ସେ ଦଶହରାରେ ଅଂଶଗ୍ରହଣ କରିପାରନଥିଲା । ତାକୁ ନାଗରହୋଲ ପାର୍କର ହନସୁର ପରିସରରେ ଥିବା ଭୀମନାକଟେ ହାତୀ ଶିବିରରେ ପ୍ରାଣୀ ଚିକିତ୍ସକଙ୍କ ଅଧୀନରେ ରଖାଯାଇଥିଲା । ଏଣ୍ଡୋସ୍କୋପ୍ ରିପୋର୍ଟରୁ ସେ ଯକ୍ଷ୍ମାରେ ଆକ୍ରାନ୍ତ ଥିବା ଜଣାପଡିବା ପରେ ସ୍ପେସାଲ ଆସୋଲେସନରେ ରଖି ଏକ ପ୍ରାଣୀ ଚିକିତ୍ସକ ଟିମ ତାର ଚିକିତ୍ସା ଜାରି ରଖିଥିଲେ ।

ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ

ଚିକିତ୍ସା ରହିଥିବା ବଳରାମର ସ୍ବାସ୍ଥ୍ୟାବସ୍ଥା ଗତ ଏକ ସପ୍ତାହ ଧରି ସଙ୍କଟାପନ୍ନ ଥିଲା । ସେ ଖାଦ୍ୟ ଓ ପାଣିରେ ଗ୍ରହଣ କରୁନଥିଲା । ଆଜି(ରବିବାର) ସନ୍ଧ୍ୟାରେ ଅସୁସ୍ଥ ହାତୀର ମୃତ୍ୟୁ ହୋଇଛି । ପ୍ରାଣୀଡାକ୍ତରମାନେ ତାର ନୀରିକ୍ଷଣ କରିବା ପରେ ତାର ମୃତ୍ୟୁ ହୋଇଥିବା ନେଇ ଘୋଷଣା କରିଥିଲେ । ଏବେ ତାର ମୃତଦେହ ବ୍ୟବଚ୍ଛେଦ କରାଯିବ । ପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ତାର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ଆଖି ବୁଜିଲା ମହିଶୂର ଦଶହରାର ଐତିହାସିକ ହାତୀ ବଳରାମ

ବିଶ୍ୱ ପ୍ରସିଦ୍ଧ ମହୀଶୂର ଦଶହରାର ଅନ୍ୟତମ ଆକର୍ଷଣ ଥିଲା ବଳରାମ । ଏହି ବିଶାଳ ହସ୍ତୀ ଦଶହରାର ଅନ୍ୟତମ ନୀତି ଜମ୍ବୁ ସବାରୀ ଶୋଭାଯାତ୍ରାରେ ବିଶେଷ ଭୂମିକା ତୁଲାଉଥିଲା । ସ୍ବର୍ଣ୍ଣ ଓ ଅନ୍ୟ ଅଳଙ୍କାରରେ ସୁସଜ୍ଜିତ ହୋଇ ଏହି ବିଶାଳ ହସ୍ତୀ ସୁବର୍ଣ୍ଣ ଅମ୍ବାରି ପରିବହନ କରୁଥିଲା । ଦଶହରାର ନୀତିକାନ୍ତି ସମ୍ପର୍କରେ ପୂର୍ଣ୍ଣ ପ୍ରଶିକ୍ଷିତ ଥିଲା ବଳରାମ । ମୋଟ14 ଥର ସୁବର୍ଣ୍ଣ ଅମ୍ବାରି ନେଇ ମହୀଶୂର ଦଶହରାର ଇତିହାସରେ ଭିନ୍ନ ଏକ ପରିଚୟ ମଧ୍ୟ ସୃଷ୍ଟି କରିଥିଲା । ଦଶହରା ଦେଖିବାକୁ ଆସୁଥିବା କର୍ଣ୍ଣାଟକ ସମେତ ସମଗ୍ର ଦକ୍ଷିଣ ଭାରତ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲା ଏହି ପ୍ରସିଦ୍ଧ ଗଜ । ବଳରାମର ମୃତ୍ୟୁ ଖବରରେ ମହୀଶୂର ଦଶହରା ଶ୍ରଦ୍ଧାଳୁମାନେ ଶୋକ ବ୍ୟକ୍ତ କରିଛନ୍ତି । ଆସନ୍ତକାଲି ବ୍ୟବଚ୍ଛେଦ ସରିବା ପରେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି ଐତିହାସିକ ହସ୍ତୀର ଶେଷକୃତ୍ୟ ସମ୍ପନ୍ନ ହେବା ନେଇ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details