ଓଡିଶା

odisha

ETV Bharat / bharat

ଦିଲ୍ଲୀର ନୂଆ ପୋଲିସ କମିଶନର ହେବେ IPS ବାଲାଜୀ - ଦିଲ୍ଲୀ ପୋଲିସ କମିଶନର

ଦିଲ୍ଲୀର ନୂଆ ପୋଲିସ କମିଶନର ପଦରେ ନିଯୁକ୍ତ ହୋଇଛନ୍ତି ଆଇପିଏସ ବାଲାଜୀ ଶ୍ରୀବାସ୍ତବ । ବାଲାଜୀ ଶ୍ରୀବାସ୍ତବଙ୍କୁ ବର୍ତ୍ତମାନ କମିଶନର ପଦର ଲୁକ ଆଫ୍ଟର ଚାର୍ଜ ଦିଆଯାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀର ନୂଆ ପୋଲିସ କମିଶନର ହେବେ IPS ବାଲାଜୀ
ଦିଲ୍ଲୀର ନୂଆ ପୋଲିସ କମିଶନର ହେବେ IPS ବାଲାଜୀ

By

Published : Jun 29, 2021, 10:08 PM IST

ନୂଆଦିଲ୍ଲୀ: ଆଇପିଏସ ବାଲାଜୀ ଶ୍ରୀବାସ୍ତବଙ୍କୁ ଦିଲ୍ଲୀର ନୂଆ ପୋଲିସ କମିଶନର ପଦରେ କରାଯାଇଛି ନିଯୁକ୍ତ । 1988 ବ୍ୟାଚ ଆଇପିଏସ ଅଧିକାରୀ ବାଲାଜୀ ଶ୍ରୀବାସ୍ତବଙ୍କୁ ବର୍ତ୍ତମାନ କମିଶନର ପଦର ଲୁକ ଆଫ୍ଟର ଚାର୍ଜ ଦିଆଯାଇଛି ।

ଏହାପୂର୍ବରୁ ଏସଏନ ଶ୍ରୀବାସ୍ତବ ଦିଲ୍ଲୀ ପୋଲିସ କମିଶନର ପଦଭାର ସମ୍ଭାଳୁଥିଲେ । ହେଲେ 30 ଜୁନରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏନେଇ 30ଜୁନ ପରେ ଆଇପିଏସ ବାଲାଜୀ ଶ୍ରୀବାସ୍ତବ ଦିଲ୍ଲୀର ନୂଆ ପୋଲିସ କମିଶନର ହେବେ ।

ବାଲାଜୀ ଶ୍ରୀବାସ୍ତବ ପୂର୍ବରୁ ପୁଡୁଚେରୀରର ଡିଜି ରହିସାରିଛନ୍ତି । ବାଲାଜୀ ସ୍ପେଶାଲ ସେଲ ଓ ଇଣ୍ଟେଲିଜେନ୍ସର ସ୍ବତନ୍ତ୍ର କମିଶନର ପଦରେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି । ଦିଲ୍ଲୀ ପୋଲିସରେ ପୂର୍ବ ଦିଲ୍ଲୀର ଡିସିପି ମଧ୍ୟ ଥିଲେ ବାଲାଜୀ ।

ଏହା କ୍ରମାଗତ ଦ୍ବିତୀୟ ଥର ଦିଲ୍ଲୀ ପୋଲିସ କମିଶନର ପଦରେ ଲୁକ ଆଫ୍ଟରର ଚାର୍ଜ ଦିଆଯାଇଛି । ଏହାପୂର୍ବରୁ ଏସଏନ ଶ୍ରୀବାସ୍ତବଙ୍କୁ ମଧ୍ୟ ଅତିରିକ୍ତ ଚାର୍ଜ ଦିଆଯାଇଥିଲା । ଆଉ ଅବସର ଗ୍ରହଣ କରିବାର ଏକ ମାସ ପୂର୍ବରୁ ଆଧିକାରୀକ ଭାବେ ତାଙ୍କୁ କମିଶନରର ଚାର୍ଜ ମିଳିଥିଲା । ଏଥର ମଧ୍ୟ ବାଲାଜୀ ଶ୍ରୀବାସ୍ତବଙ୍କୁ ପୋଲିସ କମିଶନରର ଆଡିଶନାଲ ଚାର୍ଜ ମିଳିଛି ।

ABOUT THE AUTHOR

...view details