ବେଙ୍ଗାଲୁରୁ:ଯୁବତୀଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଅଭିଯୋଗ । କର୍ଣ୍ଣାଟକ ମାଙ୍ଗାଲୋର କୋଟାରା ଚୌକିରେ ଭିନ୍ନ ସମ୍ପ୍ରଦାୟର ଦୁଇଜଣଙ୍କୁ ବଜରଙ୍ଗ ଦଳ କର୍ମୀଙ୍କ ଅସଦାଚରଣ ଉଦ୍ୟମ କରିଛନ୍ତି । ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ବରଜଙ୍ଗ ଦଳ କର୍ମୀଙ୍କୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଯୁବକ ଓ ଯୁବତୀ ଜଣଙ୍କ ଶନିବାର ମଧ୍ୟରାତ୍ରିରେ ଏକ ହୋଟେଲକୁ ଡିନର ପାଇଁ ଆସିଥିଲେ । ସେମାନେ ଖାଇ ସାରି ଫେରିବା ସମୟରେ କିଛି ବଜରଙ୍ଗ ଦଳ କର୍ମୀ ତାଙ୍କୁ ପଚରାଉଚରା ଆରମ୍ଭ କରିଥିଲେ । ଏହାପରେ ବଜରଙ୍ଗ ଦଳ କର୍ମୀ ଉଭୟଙ୍କୁ ଖରାପ ବ୍ୟବହାର କରିଥିଲେ । ଘଟଣାସ୍ଥଳରେ ଉରୱା ପୋଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିଥିଲା । କିଛି ବଜରଙ୍ଗ ଦଳ କର୍ମୀଙ୍କୁ ହେପାଜତକୁ ନେଇଥିଲା ପୋଲିସ । ଏହାପରେ ସେମାନଙ୍କୁ ଛାଡି ଦେଇଥିଲା । ଯୁବକ ଓ ଯୁବତୀ ଜଣଙ୍କ ପୋଲିସକୁ ସବୁ କିଛି କହି ଘରକୁ ଫେରିଥିଲେ ।