ଲକ୍ଷ୍ନୌ: ଗୁଜିଆର ମିଠା ବିନା ମଥୁରାର ହୋଲି ଅଧୁରା । ଏହି କାରଣରୁ ହିଁ ନବାବ ସହର ଲକ୍ଷ୍ନୌର ହୋଲି ଅବସରରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି 'ବାହୁବଳୀ ଗୁଜିଆ' । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ପ୍ରସିଦ୍ଧ ମିଷ୍ଠାନ ଭଣ୍ଡାରରେ ମିଳୁଛି ଭଳିକି ଭଳି ଗୁଜିଆ, ଯାହାର ଓଜନ ରହିଛି 1.5 କିଲୋଗ୍ରାମ ଆଉ ଲମ୍ବ 14 ଇଞ୍ଚ । ଏହି ନିଆରା ଗୁଜିଆର ନାଁ ରହିଛି 'ବାହୁବଳୀ ଗୁଜିଆ' ।
ଏହି ବିଶାଳ ଗୁଜିଆ ଖୁଆ, କେସର, ବାଦାମ, ପିସ୍ତା ଓ ଚିନିରୁ ହୋଇଛି ପ୍ରସ୍ତୁତ । ଏହି ମିଠାକୁ ଛାଣିବା ପାଇଁ ଲାଘିଥାଏ 20ରୁ 25 ମିନିଟ ସମୟ । ଆଉ ଏହି ବାହୁବଳୀ ଗୁଜିଆର ଦାମ ରହିଛି 1200 ଟଙ୍କା ।