ଓଡିଶା

odisha

ETV Bharat / bharat

Bageshwar Dham Pandit: ହାତକୁ ଦୁଇ ହାତ ହେବେ ବହୁଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ

ବିବାହ କରିବେ ବାଘେଶ୍ବର ଧାମର ବହୁଚର୍ଚ୍ଚିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ । ଏନେଇ ଏକ ଧାର୍ମିକ ସଭାରେ ବାବା ଖୋଦ ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 31, 2023, 10:31 PM IST

ଭୋପାଳ:ପୁଣି ଚର୍ଚ୍ଚାରେ ବାଘେଶ୍ବର ଧାମର ପଣ୍ଡିତ ବାବା ଧୀରେନ୍ଦ୍ର ଶାସ୍ତ୍ରୀ । ଏଥର କୌଣସି ଚମତ୍କାରିତା ପାଇଁ ନୁହେଁ, ବରଂ ବିବାହକୁ ନେଇ ଚର୍ଚ୍ଚାରେ ବାବା ଶାସ୍ତ୍ରୀ । ଏହି ବିବାହ ଉତ୍ସବରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରିତ କରିବା ତାଙ୍କ ପାଇଁ ସମ୍ଭବ ନୁହେଁ ଏଣୁ ଟେଲିଭିଜନ ଜରିଆରେ ସମସ୍ତେ ତାଙ୍କ ବିବାହ ଉତ୍ସବ ଦେଖିପାରିବେ ବୋଲି ବାବା କହିଛନ୍ତି । ଗତ କିଛି ଦିନ ଧରି ବାବାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ପ୍ରତିକ୍ରିୟା ଦେଇ ବିବାହ ନେଇ ସେ ସ୍ପଷ୍ଟୀକରଣ ଦେଇଛନ୍ତି । ବାବାକୁ ଚର୍ଚ୍ଚାର ପରିସରକୁ ଆସିବା ପରେ ସେ କାହାକୁ ଓ କେବେ ବିବାହ କରିବାକୁ ଯାଉଛନ୍ତି ସେ ନେଇ ଖୁବ ଆଲୋଚନା ପର୍ଯ୍ୟାଲୋଚନା ହେଉଥିଲା ।

୨୬ ବର୍ଷୀୟ ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଏ ନେଇ ପ୍ରତିକ୍ରିୟାରେ କହିଥିଲେ, " ଖୁବଶୀଘ୍ର ମୁଁ ବିବାହ କରିବାକୁ ଯାଉଛି ।" ଛତ୍ରପୁର ବାଘେଶ୍ବର ଧାମରେ ସେ ଏକ ଧାର୍ମିକ ସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହି ଧାର୍ମିକ ସଭା ସୋମବାର ଓ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା । ତାଙ୍କ ଧାର୍ମିକ ସଭାରେ ଅନେକ ଲୋକଙ୍କ ଭିଡ ଜମିଥିବା ବେଳେ ସେ ନିଜ ବିବାହକୁ ନେଇ ଖୁଲାସା କରିଛନ୍ତି । ଏ ନେଇ ବାବା ଧୀରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, " ଲୋକମାନେ ମୋ ବିବାହକୁ ନେଇ ଆଲୋଚନା କରୁଛନ୍ତି । ହେଲେ ମୁଁ ଜଣେ ଋଷି ନୁହେଁ । ମୁଁ ଜଣେ ସାଧାରଣ ବ୍ୟକ୍ତି । ମୁଁ ପ୍ରଭୁ ବାଲାଜୀଙ୍କ ନିକଟରେ ପ୍ରାର୍ଥନା କରେ ଓ ତାଙ୍କର ସେବା କରେ ।

ଏହା ବି ପଢନ୍ତୁ- Bageshwar Dham Row: ଚ୍ୟାଲେଞ୍ଜ ଦେଇ ଆସିଲାନି ଅନ୍ଧ ଶ୍ରଦ୍ଧା ନିର୍ମୁଳନ ସମିତି, କଟାକ୍ଷ କଲେ ବାବା ଧୀରେନ୍ଦ୍ର

ପ୍ରଭୁ ବାଲାଜୀ ମଧ୍ୟ ବିବାହ କରି ତାଙ୍କର ମହତ କାର୍ଯ୍ୟ କରୁଥିଲେ । ଅନେକ ମୁନିଋଷିମାନେ ମଧ୍ୟ ଜୀବନର ୪ଟି ସ୍ତର ଦେଇ ଗତି କରିଛନ୍ତି । ସେହି ୪ଟି ସ୍ତର ହେଉଛି ବ୍ରହ୍ମାଚାର୍ଯ୍ୟ, ଗ୍ରହସ୍ତ୍ୟ, ବନପ୍ରସ୍ଥ ଓ ସନ୍ନ୍ୟାସ । ଏଥିଲାଗି ମୁଁ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛି । ହେଲେ ମୁଁ ସମସ୍ତଙ୍କୁ ମୋ ବିବାହ ଉତ୍ସବ ଲାଗି ନିମନ୍ତ୍ରିତ କରିପାରିବି ନାହିଁ । କିଏ ଅତିଥିଙ୍କ ଯତ୍ନ ନେବ ? ମୋ ବିବାହ ଉତ୍ସବ ଟେଲିଭିଜନରେ ସିଧା ପ୍ରସାରଣ କରାଯିବ । ଲୋକମାନେ ଏଠାରୁ ମୋ ବିବାହ ଉତ୍ସବ ଦେଖିପାରିବେ । " ସୂଚନା ଥାଉ କି ଏହି ବାବାଙ୍କୁ ନେଇ ନିକଟରେ ଖୁବ ଚର୍ଚ୍ଚା ହୋଇଥିଲା ।

ବାବା ଅନେକଙ୍କ ବିଷୟରେ ଓ ସେମାନଙ୍କ ଜୀବନରେ କଣ ଚାଲିଛି ତାହା ସର୍ବସମ୍ମୁଖରେ କହୁଥିଲେ । ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଚମତ୍କାରୀ ବାବା ବୋଲି ମଧ୍ୟ କୁହାଯାଇଥିଲା । ଅନ୍ୟପଟେ ବାବା ଧୀରେନ୍ଦ୍ର ସମାଜରେ ଅନ୍ଧବିଶ୍ବାସର ପ୍ରଚାର କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ ହୋଇଥିଲା । ଏହାକୁ ବାବା ଧୀରେନ୍ଦ୍ର ଖଣ୍ଡନ କରିବା ସହ ବିରୋଧୀଙ୍କ ନିଜ କଥା ପ୍ରମାଣିତ କରିବାକୁ ଖୋଲା ଚ୍ୟାଲଞ୍ଜ ମଧ୍ୟ ଦେଇଥିଲେ । ଏହି ବାବାଙ୍କ ବଚନ ଶୁଣିବାକୁ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଜମୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details