ଓଡିଶା

odisha

ETV Bharat / bharat

Bageshwar Dham Row: ଚ୍ୟାଲେଞ୍ଜ ଦେଇ ଆସିଲାନି ଅନ୍ଧ ଶ୍ରଦ୍ଧା ନିର୍ମୁଳନ ସମିତି, କଟାକ୍ଷ କଲେ ବାବା ଧୀରେନ୍ଦ୍ର - କଟାକ୍ଷ କଲେ ବାବା ଧୀରେନ୍ଦ୍ର

ଏବେ ନିଜ ଚମତ୍କାରିତାକୁ ନେଇ ଚର୍ଚ୍ଚାରେ ଥିବା ମଧ୍ୟପ୍ରଦେଶ ବାଗେଶ୍ବର ଧାମର ବାବା ଧୀରେନ୍ଦ୍ର ଛତିଶଗଡ଼ ଅନ୍ଧ ଶ୍ରଦ୍ଧା ନିର୍ମୁଳନ ସମିତିକୁ କଟାକ୍ଷ କରିଛନ୍ତି । ଉଭୟଙ୍କ ମଧ୍ୟରେ ଏକ ଚ୍ୟାଲେଞ୍ଜ ହୋଇଥିବା ବେଳେ ସମିତିର ସଦସ୍ୟଙ୍କ ମିଳିନଥିଲା ଦେଖା । ଫଳରେ ସମିତିକୁ ପଳାତକ ବୋଲି କହିଛନ୍ତି ବାବା ଧୀରେନ୍ଦ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 23, 2023, 10:24 PM IST

ଚ୍ୟାଲେଞ୍ଜ ଦେଇ ଆସିଲାନି ଅନ୍ଧ ଶ୍ରଦ୍ଧା ନିର୍ମୁଳନ ସମିତି, କଟାକ୍ଷ କଲେ ବାବା ଧୀରେନ୍ଦ୍ର

ରାୟପୁର: ଅନ୍ଧ ଶ୍ରଦ୍ଧା ନିର୍ମୁଳନ କମିଟିକୁ ପଳାତକ କହିଲେ ମଧ୍ୟପ୍ରଦେଶର ବାଗେଶ୍ବର ଧାମର ଚର୍ଚ୍ଚିତ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀ । ଏହି ସମିତି ପଣ୍ଡିତଙ୍କୁ ନିଜର ଚମତ୍କାରିତାକୁ ପ୍ରମାଣିତ କରିବା ଲାଗି ଚ୍ୟାଲେଞ୍ଜ ଦେଇଥିଲା । ତେବେ ଆଜି ପଣ୍ଡିତ ଧୀରେନ୍ଦ୍ରଙ୍କ ଛତିଶଗଡ଼ରେ ପ୍ରବଚନ କାର୍ଯ୍ୟକ୍ରମର ଶେଷ ଦିନ ରହିଥିବା ବେଳେ କମିଟିର ସଦସ୍ୟଙ୍କ ଦେଖା ମିଳିନଥିଲା । ଏଣୁ ସେ ଉକ୍ତ ସମିତିକୁ ଭଗୋଡ଼ା ବା ପଳାତକ ବୋଲି କହିଛନ୍ତି ।

ମଧ୍ୟପ୍ରଦେଶର ଏହି ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ତାଙ୍କ ଚମତ୍କାର ପ୍ରମାଣ କରିବାକୁ ନାଗପୁରର ଅନ୍ଧ ଶ୍ରଦ୍ଧା ନିର୍ମୁଳନ ସମିତି ଚ୍ୟାଲେଞ୍ଜ କରିଥିଲା । ବାବା ଧୀରେନ୍ଦ୍ର ଶାସ୍ତ୍ରୀ ଏହି ଆହ୍ବାନ ଗ୍ରହଣ କରିଥିଲେ କିନ୍ତୁ ଏଥିପାଇଁ କମିଟିର ଲୋକଙ୍କୁ ରାୟପୁରକୁ ଆସିବାକୁ କହିଥିଲେ । ବର୍ତ୍ତମାନ ଯେତେବେଳେ ନାଗପୁର କମିଟିର ଲୋକମାନେ ରାୟପୁରରେ ପହଞ୍ଚି ନଥିଲେ, ସେତେବେଳେ ଧୀରେନ୍ଦ୍ର ଶାସ୍ତ୍ରୀ ସେମାନଙ୍କୁ ପଳାତକ ବୋଲି କହିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବୟାନଙ୍କ ଉପରେ ବାବା ଧୀରେନ୍ଦ୍ର କିଛି କହିବାକୁ ମନା କରି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ବାବା ଧୀରେନ୍ଦ୍ରଙ୍କ ଚମତ୍କାରିତା ଉପରେ ରବିବାର ପ୍ରଶ୍ନ ଉଠାଇଥିଲେ ।

ଏହା ବି ପଢନ୍ତୁ- Bageshwar Dham Maharaj: ବାଗେଶ୍ୱର ଧାମରେ ଶ୍ରଦ୍ଧାଳୁଙ୍କ ଭିଡ, ବାବା ଭୂତ କବଳରୁ ରକ୍ଷା କରୁଥିବା ଲୋକଙ୍କ ଦାବି !

ରାୟପୁର ପୂର୍ବରୁ ବାଗେଶ୍ବର ମହାରାଜା ଧୀରେନ୍ଦ୍ର ଶାସ୍ତ୍ରୀ ମହାରାଷ୍ଟ୍ରର ନାଗପୁରରେ ଏକ ପ୍ରବଚନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ଏହି ସମୟରେ ନାଗପୁରର ଅନ୍ଧ ଶ୍ରଦ୍ଧା ନିର୍ମୁଳନ ସମିତି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରେ ଅନ୍ଧବିଶ୍ବାସ ପ୍ରଚାର କରୁଥିବା ନେଇ ଅଭିଯୋଗ ଆଣିଥିଲା । ନାଗପୁରକୁ ଆସି ନିଜର ଚମତ୍କାର ପ୍ରମାଣ କରିବାକୁ କମିଟି ତାଙ୍କୁ ଚ୍ୟାଲେଞ୍ଜ କରିଥିଲା । ବାବା ଧୀରେନ୍ଦ୍ର ଗତ ଜାନୁଆରୀ ୧୭ ତାରିଖରେ ରାୟପୁରରେ ଏକ ସାମ୍ବାଦିକ ସମ୍ମିଳନୀ କରି କମିଟିର ଆହ୍ବାନକୁ ଗ୍ରହଣ କରିଥିଲେ। ସେ କମିଟିର ନିର୍ଦ୍ଦେଶକ ଶ୍ୟାମ ମାନବ ଏବଂ ତାଙ୍କ ଲୋକଙ୍କୁ ରାୟପୁରକୁ ଡାକିଥିଲେ ।

ହେଲେ ଏହି କମିଟିର କୌଣସି ସଦସ୍ୟ ରାୟପୁରକୁ ଆସିବାକୁ ମନା କରିଦେଇଥିଲା । ସୂଚନା ଥାଉ କି ନିଜ ପ୍ରବଚନ କାର୍ଯ୍ୟକ୍ରମରେ ବାବା ଧୀରେନ୍ଦ୍ର ଅନେକ ଚମତ୍କାରିତା ଦେଖାଉଛନ୍ତି । ଅଜଣା ଲୋକଙ୍କ ପରିଚୟ ଦେବାଠୁ ଆରମ୍ଭ କରି ଅଦୃଶ୍ୟ ଶକ୍ତି କବଳରୁ ମୁକ୍ତ କରୁଥିବା ଦାବି ହେଉଛି । ଏନେଇ ସମଗ୍ର ଦେଶରେ ସେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବର୍ତ୍ତମାନ ରାଜନେତାଙ୍କଠାରୁ ଶଙ୍କରାଚାର୍ଯ୍ୟଙ୍କ ପର୍ଯ୍ୟନ୍ତ ସମସ୍ତେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଚମତ୍କାରକୁ ଚ୍ୟାଲେଞ୍ଜ କରିଛନ୍ତି । ଅନେକ ବିଜେପି ନେତା ମଧ୍ୟ ତାଙ୍କ ସମର୍ଥନରେ ରହିଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details