ଓଡିଶା

odisha

ETV Bharat / bharat

ପ୍ରେସମିଟ ବେଳେ ଉତ୍ତେଜିତ ନଜର ଆସିଲେ ପଣ୍ଡିତ ଧିରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ, ଧର୍ମାନ୍ତରୀକରଣ ସହ ଉଠାଇଲେ ହିନ୍ଦୁ ଏକତା ପ୍ରସଙ୍ଗ - ପଣ୍ଡିତ ଧିରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ

ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏକ କାର୍ଯ୍ୟକ୍ରମ ଅବସରରେ ପ୍ରେସମିଟ ବେଳେ ଉତ୍ତେଜିତ ନଜର ଆସିଛନ୍ତି । ଧର୍ମାନ୍ତରୀକରଣ ସହ ହିନ୍ଦୁ ଏକତା ପ୍ରସଙ୍ଗ ଉଠାଇଥିଲେ ପଣ୍ଡିତ । ଅଧିକ ପଢନ୍ତୁ

ପଣ୍ଡିତ ଧିରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କ ବୟାନକୁ ନେଇ ବିବାଦ
ପଣ୍ଡିତ ଧିରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀଙ୍କ ବୟାନକୁ ନେଇ ବିବାଦ

By

Published : Jan 19, 2023, 10:40 PM IST

ପ୍ରେସମିଟ ବେଳେ ଉତ୍ତେଜିତ ନଜର ଆସିଲେ ପଣ୍ଡିତ ଧିରେନ୍ଦ୍ର କ୍ରିଷ୍ଣା ଶାସ୍ତ୍ରୀ,

ରାୟପୁର:ଛତିଶଗଡ ରାଜଧାନୀ ରାୟପୁରର ଦହିହାଣ୍ଡି ଗ୍ରାଉଣ୍ଡରେ ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ରାମକଥା 7ଦିନ ବ୍ୟାପି ଆୟୋଜିତ ହେଉଛି । ହଜାରହଜାର ସଂଖ୍ୟାରେ ଶ୍ରଦ୍ଧାଳୁୁମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି । ଗତକାଲି(ବୁଧବାର) ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଧର୍ମାନ୍ତରୀକରଣ, ହିନ୍ଦୁ ଏକତା ସମେତ ଅନ୍ୟ କିଛି ଧାର୍ମିକ ପ୍ରସଙ୍ଗରେ ପଣ୍ଡିତ ଶାସ୍ତ୍ରୀ ନିଜର ଅଭିମତ ସ୍ପଷ୍ଟ କରିବା ବେଳେ ସାମାନ୍ୟ ଉତ୍ତେଜିତ ହୋଇପଡିଥିବା ନଜର ଆସିଥିଲେ । ସେହିପରି ସେ ଅନ୍ତର୍ଜାତୀୟ କ୍ରିକେଟର ବିରାଟ କୋହଲିଙ୍କ ସମ୍ପର୍କରେ ମଧ୍ୟ ମତ ରଖିଥିଲେ ।

ସନାତନ ଧର୍ମ ସମ୍ପୁର୍ଣ୍ଣ ଅହିଂସା ଆଧାରିତ:ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିଜ ଗଣମାଧ୍ୟମ ସମ୍ବୋଧନରେ ଧର୍ମାନ୍ତରୀକରଣକୁ ନେଇ ତୀବ୍ର ଆପତ୍ତି ଉଠାଇଥିଲେ । ଏହାକୁ ରୋକିବା ସହ ଗ୍ରାମାଞ୍ଚଳରେ ଆଧ୍ୟାତ୍ମିକ ଜାଗୃତତା ସୃଷ୍ଟି କରିବାର ଆବଶ୍ୟକତା ରହିଛି । ପାଇଁ ପ୍ରତି 2ମାସରେ 3ଦିନ ରାମକଥା କାର୍ଯ୍ୟକ୍ରମର ଆୟୋଜନ କରାଯାଉଥିବା ସେ ପ୍ରକାଶ କରିଥିଲେ । ଏପରି ଅପହଞ୍ଚ ଅଞ୍ଚଳରେ ଲୋକେ ଖୁବ ସରଳ, ତେଣୁ ସେମାନେ ମିଶନାରୀଙ୍କ ଦ୍ବାରା ପ୍ରଲୋଭିତ ହୋଇ ଧର୍ମ ପରିବର୍ତ୍ତନ କରୁଛନ୍ତି । ଏସମ୍ପର୍କରେ ସେମାନଙ୍କୁ ରୋକିବାକୁ ହେବ । ସଚେତନତା ସୃଷ୍ଟି କରିବାକୁ ହେବ ବୋଲି ସେ ମତ ଦେଇଥିଲେ ।

ଏପରି କଥା କାର୍ଯ୍ୟକ୍ରମ ନିୟମିତ ଆୟୋଜନ ଫଳରେ ଧର୍ମାନ୍ତରୀକରଣ ରୋକାଯାଇ ପାରିବା ନେଇ ପ୍ରତିକ୍ରିୟା ରଖିଥିଲେ । ଏହିପରି କାର୍ଯ୍ୟକ୍ରମର ଆୟୋଜନ କରିବା ଦ୍ବାରା ଅନ୍ୟ ଧର୍ମ ଗ୍ରହଣ କରିଥିବା ବହୁ ଲୋକଙ୍କୁ ହିନ୍ଦୁ ଧର୍ମକୁ ପୁନର୍ବାର ଫେରାଇ ଅଣାଯିବା ସମ୍ଭବ ହୋଇଥିବା ସେ ମତ ରଖିଥିଲେ । ସନାତନ ଧର୍ମ ସର୍ବଦା ଅହିଂସା ଉପରେ ଆଧାରିତ କିନ୍ତୁ ସନାତନୀ ଶାସ୍ତ୍ର ଓ ଶସ୍ତ୍ରର ଉଭୟର ମର୍ଯ୍ୟାଦା ଜାଣନ୍ତି ବୋଲି କହି ସେ ହିନ୍ଦୁ ଏକତାର ପ୍ରସଙ୍ଗ ମଧ୍ୟ ଉଠାଇଥିଲେ ।

ସେହିପରି ସେ ଆଧ୍ୟାତ୍ମିକତାର ଶକ୍ତିର ପରିଚୟ ଦେବାକୁ ଯାଇ ଭାରତୀୟ କ୍ରେକେଟର ବିରାଟ କୋହଲିଙ୍କ ଉଦାହରଣ ଦେଇଥିଲେ । ନିକଟରେ ବିରାଟ କୋହଲି ସପରିବାର ବୃନ୍ଦାବନ ଯାଇ ବାବା ନିମ୍ କରୌଲିଙ୍କୁ ସାକ୍ଷାତ କରିଥିଲେ । ପରେ ସେ କ୍ରିକେଟରେ ଭଲ ପ୍ରଦର୍ଶନ କରିଥିଲେ । ଦୀର୍ଘଦିନ ବ୍ୟବଧାନ ପରେ ଶତକ ମାରିବାକୁ ସଫଳ ହେଲେ । ଆଧ୍ୟାତ୍ମିକତା ସହ ଯୋଡି ହେଲେ ହିଁ ଜୀବନରେ ସଫଳତା ମିଳେ ବୋଲି ପଣ୍ଡିତ ଶାସ୍ତ୍ରୀ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details