ଡେରାଡୁନ: ଚାରିଧାମରରୁ ଗୋଟିଏ ଧାମ ହେଲା ବଦ୍ରିନାଥ ମନ୍ଦିର । ଆଜି(ମଙ୍ଗଳବାର) ଭୋର 4ଟା 15ରେ ବ୍ରହ୍ମ ମୂହୁର୍ତ୍ତରେ ତୀର୍ଥସ୍ଥାନ ବଦ୍ରିନାଥ ମନ୍ଦିରର କବାଟ ଫିଟିଛି। ମନ୍ଦିର ଦ୍ବାର ଖୋଲିଥିଲେ ମଧ୍ୟ ଭକ୍ତଙ୍କୁ ଭଗବାନଙ୍କ ଦର୍ଶନ ବାରଣ କରାଯାଇଛି ।
ଖୋଲିଲା ବଦ୍ରିନାଥ ମନ୍ଦିର କବାଟ, ଭକ୍ତଙ୍କୁ ଦର୍ଶନ ମନା
ଆଜି(ମଙ୍ଗଳବାର) ଭୋର 4ଟା 15ରେ ବ୍ରହ୍ମ ମୂହୁର୍ତ୍ତରେ ତୀର୍ଥସ୍ଥାନ ବଦ୍ରିନାଥ ମନ୍ଦିରର କବାଟ ଫିଟିଛି । କୋରୋନା ପାଇଁ ଭକ୍ତଙ୍କୁ ମନ୍ଦିର ମନା । ଅଧିକ ପଢନ୍ତୁ...
ମନ୍ଦିରକୁ 20କ୍ବିଣ୍ଟାଲ ଫୁଲରେ ସଜାଯାଇଛି । ରୀତିନୀତି ଅନୁସାରେ ଭଗବାନ ବିଷ୍ଣୁଙ୍କର ମନ୍ଦିର କବାଟ ଖୋଲିଛି । ମନ୍ତ୍ର ପାଠରେ ପ୍ରକମ୍ପିତ ହୋଇଛି ମନ୍ଦିର ପରିସର । ମନ୍ଦିର ଖୋଲିଥିଲେ ମଧ୍ୟ ଭକ୍ତଙ୍କୁ ଦର୍ଶନର ଅନୁମତି ନାହିଁ । ଲୋକମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରଥମେ ଗୁରୁତ୍ବ ଦେଉଛନ୍ତି । ମୁଁ ଭଗବାନ ବଦ୍ରି ବିଶାଳଙ୍କ ନିକଟରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ବୋଲି ଟ୍ବିଟ କରି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ । ସେ ଆହୁରି କହିଛନ୍ତି ଭକ୍ତଙ୍କ ପାଇଁ ଚାରିଧାମ ଯାତ୍ରା କୋରୋନା ମହାମାରୀ ପାଇଁ ଅନିର୍ଦ୍ଧିଷ୍ଟକାଳ ଯାଏଁ ବାତିଲ ରଖାଯାଇଛି । ସମସ୍ତ ଶ୍ରଦ୍ଧାଳୁ ଘରେ ରହି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବୋଲି ଟ୍ବିଟ କରି କହିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ