ଓଡିଶା

odisha

ETV Bharat / bharat

ଟିଏମସି ନେତା ବିଜେପିରେ ମିଶିବା ପ୍ରସଙ୍ଗରେ ମୁହଁ ଖୋଲିଲେ ବାବୁଲ ସୁପ୍ରିୟୋ - ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

ପଶ୍ଚିମବଙ୍ଗରେ ରାଜନୀତି ଦ୍ରୁତ ଗତିରେ ବଦଳୁଛି। ପରିସ୍ଥିତି ହେଉଛି ଯେ ପ୍ରତିଦିନ ବିଜେପିକୁ ଅଭିଶାପ ଦେଉଥିବା ନେତାମାନେ ମଧ୍ୟ ବିଜେପିରେ ଯୋଗ ଦେଉଛନ୍ତି । ଏଥିରେ ସ୍ଥାନୀୟ ବିଜେପି ନେତାମାନେ ଅସନ୍ତୁଷ୍ଟ ଅଛନ୍ତି । ଅଧିକ ପଢନ୍ତୁ...

Babul Supriyo
ଟିଏମସି ନେତା ବିଜେପିରେ ମିଶିବା ପ୍ରକ୍ରିୟା ମୁହଁ ଖୋଲିଲେ ବାବୁଲ ସୁପ୍ରିୟୋ

By

Published : Dec 19, 2020, 7:05 AM IST

ନୂଆଦିଲ୍ଲୀ: ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଏହି ଅବସରରେ ସେ ଦଳୀୟ ନେତାଙ୍କ ସହ ଆଲୋଚନା କରିବେ । ପଶ୍ଚିମବଙ୍ଗର ଟିଏମସି ନେତା ଶୁଭେନ୍ଦୁ ଅଧିକାରୀ ଓ ଅନ୍ୟ କେତେକ ବରିଷ୍ଠ ନେତା ମଧ୍ୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଥିବା ବେଳେ ତାକୁ ନେଇ ସ୍ଥାନୀୟ ବିଜେପି ନେତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ତେବେ ଶାହ ତାଙ୍କର ଏହି ଗସ୍ତରେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ମଧ୍ୟ ମୁହଁ ଖୋଲିଛନ୍ତି । ବାବୁଲ କହିଛନ୍ତି ଯେ ଟିଏମସି ନେତାଙ୍କୁ ବିଜେପିରେ ମିଶାଇବା ପାଇଁ ସେ ଚେଷ୍ଟା କରୁଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଭିତ୍ତିହୀନ । ତାଙ୍କର ଏଭଳି କାମରେ କୌଣସି ଭୂମିକା ନଥିବା କଥା ସେ ସ୍ପଷ୍ଟ କରିଛନ୍ତି । ତେବେ ଏ ବାବଦରେ ନିଷ୍ପତ୍ତି ନେବା ପାଇଁ ଦଳର ବରିଷ୍ଠ ନେତା ମାନେ ଥିବା କଥା ମଧ୍ୟ ସେ କହିଛନ୍ତି । କିନ୍ତୁ ତାଙ୍କ ସଂସଦୀୟ କ୍ଷେତ୍ର ଆସାନସୋଲରେ ବିଜେପି କର୍ମକର୍ତ୍ତାଙ୍କୁ ଆକ୍ରମଣରେ ସମୃକ୍ତ ଥିବା ନେତାଙ୍କୁ ବିଜେପିରେ କୌଣସି ପରିସ୍ଥିତିରେ ସାମିଲ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟ ରାଜନୀତି ଦୃତ ଗତିରେ ବଦଳୁଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗରେ କ୍ଷମତା ହାତେଇବା ପାଇଁ ବିଜେପି ରଣନୀତି ଆରମ୍ଭ କରିସାରିଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଟିଏମସି ନେତା ବିଜେପି ମୁହାଁ ହେବା ଶାସକ ତୃଣମୂଳ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି । ଏହି ପରି ଏକ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଙ୍ଗଳା ଗସ୍ତ ବିଭିନ୍ନ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇିଟଭି ଭାରତ

ABOUT THE AUTHOR

...view details