ଓଡିଶା

odisha

ETV Bharat / bharat

ଆଫଗାନରେ ତାଲିବାନ ରାଜ ପରେ ବିଶ୍ବରେ ବୃଦ୍ଧି ପାଇଛି ଆତଙ୍କବାଦ: ବାବା ରାମଦେବ

ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସାରା ବିଶ୍ବରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏମିତି କହିଛନ୍ତି ଯୋଗଗୁରୁ ବାବା ରାମଦେବ । ଅଧିକ ପଢନ୍ତୁ...

ଆଫଗାନରେ ତାଲିବାନ ରାଜ ପରେ ବିଶ୍ବରେ ଆତଙ୍କବାଦ ବୃଦ୍ଧି ପାଇଛି : ବାବା ରାମ ଦେବ
ଆଫଗାନରେ ତାଲିବାନ ରାଜ ପରେ ବିଶ୍ବରେ ଆତଙ୍କବାଦ ବୃଦ୍ଧି ପାଇଛି : ବାବା ରାମ ଦେବ

By

Published : Oct 15, 2021, 8:56 AM IST

ନୂଆଦିଲ୍ଲୀ:ତାଲିବାନ ଉପରେ ବର୍ଷିଲେ ଯୋଗ ଗୁରୁ ବାବା ରାମ ଦେବ । ସେ କହିଛନ୍ତି ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ସାରା ବିଶ୍ବରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏଥିସହ ଜମ୍ମୁ କାଶ୍ମୀରରେ ମଧ୍ୟ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି ।

ଏନେଇ ଏକ ଗଣମାଧ୍ୟମକୁ ସୂଚନା ଦେଇ ବାବା ରାମଦେବ କହିଛନ୍ତି, ଆତଙ୍କବାଦ ବୃଦ୍ଧି ହେତୁ ଭାରତ ଏହାର ଆଭ୍ୟନ୍ତରୀଣ ତଥା ବାହ୍ୟ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ ରହିଛି । ଏଥିସହ ଦେଶର ନାଗରିକମାନେ ମଧ୍ୟ ଅଧିକ ସତର୍କ ରହିବା ଆବଶ୍ୟକ । ଯଦି ଦେଶର ଲୋକମାନେ ଏକଜୁଟ ରୁହନ୍ତି ତେବେ ରାଷ୍ଟ୍ର ବିରୋଧୀ ଶକ୍ତିମାନେ ଦେଶକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ।

ସେହିପରି କୋରୋନାର ତୃତୀୟ ଲହରକୁ ନେଇ ରାମଦେବ କହିଛନ୍ତି ଯେ ଟିକା ଏବଂ ଆର୍ୟୁବେଦର ମିଳିତ ବ୍ୟବହାରରେ ମନୁଷ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବ । ଏହା କେବଳ କୋରୋନାକୁ ପରାସ୍ତ କରିବ ତା ନୁହଁ ବରଂ ଏହା ଅନ୍ୟ ରୋଗକୁ ମଧ୍ୟ ଭଲ କରିବ ।

ABOUT THE AUTHOR

...view details