ନୂଆଦିଲ୍ଲୀ: ଦିଲ୍ଲୀ ‘ବାବା କା ଢାବା’ର ମାଲିକଙ୍କ ଜୀବନରେ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ଦୀର୍ଘ ଦିନର ସଂଘର୍ଷ ପରେ ଏବେ ଛୋଟ ଢାବାରୁ ବଡ ରେସ୍ତୋରାଁ ମାଲିକ ହୋଇପାରିଛନ୍ତି । ଲକଡାଉନ ସମୟରେ ବିପର୍ଯ୍ୟସ୍ତ ବ୍ୟବସାୟକୁ କାନ୍ଦିକାନ୍ଦି ଦେଶବାସୀଙ୍କୁ ଜଣାଇଥିଲେ ବାବା କା ଢାବାର ମାଲିକ କାନ୍ତା ପ୍ରସାଦ । ଏହା ପରେ ତାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଛି ।
ବଦଳିଲା ଫେମସ ବାବା କା ଢାବା ମାଲିକଙ୍କ ପରିଚୟ ଆଜି କାନ୍ତା ପ୍ରସାଦ ନିଜସ୍ବ ହୋଟେଲର ଉଦଘାଟନ କରିଛନ୍ତି । ଏହି ରେସ୍ତୋରାଁରେ 4 ଚୌକି ଓ 16 ଚୌକି ବିଶିଷ୍ଟ ଟେବୁଲ ଲଗାଯାଇଛି । ପୁରୁଣା ଢାବା ସହିତ ନୂଆ ହୋଟେଲ ଉଭୟକୁ ଏକାସାଙ୍ଗରେ ଚଳେଇବେ ବୋଲି କହିଛନ୍ତି କାନ୍ତା ।
ଠିକ ମାସ୍ 3 ପୂର୍ବରୁ ଗୋଟିଏ ଛୋଟିଆ ଢାବାର ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲିଥିଲା । ଉତ୍ତର ଦିଲ୍ଲୀ ମାଲବୀୟ ନଗରର ଥିବା ଏହି ଢାବା ଦେଶର ବିଭିନ୍ନ କୋଣର ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥିଲା । ଲକଡାଉନ କାରଣରୁ ବ୍ୟବସାୟ ଠପ୍ ହୋଇପଡିବାରୁ ଆର୍ଥିକ ଅନଟନ ଶିକାର ଏହି ବୃଦ୍ଧ ଦମ୍ପତିଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଥିଲା । ଯାହାକୁ ନେଇ ଏକ ୟ୍ୟୁଟବର ଗୌରବ ୱାସନ ନାମକ ଏକ ବ୍ୟକ୍ତି ବାବାଙ୍କ ସମସ୍ୟା ପଚାରି ବୁଝିବା ସହ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥିଲେ ।
ଭିଡିଓଟି ସୋସିଆଲ ମିଡିଆରେ ଛାଡିବା ମାତ୍ରେ ଚାରିଆଡୁ ସହଯୋଗ ହାତ ଛୁଟିବାକୁ ଲାଗିଥିଲେ । ୟ୍ୟୁଟବର ଗୌରବଙ୍କ ଅନୁସାରେ, ଦେଶବାସୀ କାନ୍ତା ପ୍ରସାଦଙ୍କୁ 40 ଲକ୍ଷ ଟଙ୍କା ସହାୟତା ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ