ଓଡିଶା

odisha

ETV Bharat / bharat

ସରିଲା ରେସ୍ତୋରାଁ ଖୁସି, ପୁରୁଣା ଠେଲାକୁ ଫେରିଲା ‘ବାବା କା ଢାବା’

ଦିଲ୍ଲୀ ମାଲବୀୟ ନଗର ଅଞ୍ଚଳର ବହୁଚର୍ଚ୍ଚିତ 'ବାବା କି ଢାବା' । ନିଜର ନୂଆ ରେସ୍ତୋରାଁରେ ପ୍ରଚୁର କ୍ଷତି ସହିବା ପରେ ନିଜ ପୁରୁଣା ଠେଲା ଦୋକାନ 'ବାବା କି ଢାବା' ପୁନର୍ବାର ଆରମ୍ଭ କଲେ କାନ୍ତା ପ୍ରସାଦ । ଅଧିକ ପଢନ୍ତୁ...

ପୁଣି ଫେରିଲା 'ବାବା କି ଢାବା', ନୂଆ ରେସ୍ତୋରାଁରେ କ୍ଷତି ସହିବା ପରେ ଠେଲାକୁ ଆପଣାଇଲେ ବୃଦ୍ଧ
ପୁଣି ଫେରିଲା 'ବାବା କି ଢାବା', ନୂଆ ରେସ୍ତୋରାଁରେ କ୍ଷତି ସହିବା ପରେ ଠେଲାକୁ ଆପଣାଇଲେ ବୃଦ୍ଧ

By

Published : Jun 9, 2021, 12:23 PM IST

ନୂଆଦିଲ୍ଲୀ: ପୁଣି ପୁରୁଣା ଯାଗାକୁ ଫେରିଲା 'ବାବା କି ଢାବା' । ନିଜ ନୂଆ ରେସ୍ତୋରାଁରେ ପ୍ରଚୁର କ୍ଷତି ସହିବା ପରେ ବାବା କି ଢାବା'ର ମାଲିକ 80 ବର୍ଷୀୟ କାନ୍ତା ପ୍ରସାଦ ନିଜ ପୁରୁଣା ଠେଲା ବ୍ୟବସାୟ ଆରମ୍ଭ କରିଛନ୍ତି । 'ବାବା କି ଢାବା' ନାମରେ କିଛି ଦିନ ତଳେ ସାରା ଦେଶରେ ଖୁବ୍ ଚର୍ଚ୍ଚାରେ ରହିଥିଲେ କାନ୍ତା ପ୍ରସାଦ ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ବୃଦ୍ଧ କାନ୍ତା ପ୍ରାସଦ ‘ବାବା କି ଢାବା’ ନାମରେ ଏକ ଠେଲା ଦୋକାନ ଚଳାଉଥିଲେ । ହେଲେ ସେହି ସମୟରେ ଲକଡାଉନ ଯୋଗୁଁ ତାଙ୍କ ବେପାର ଠିକ୍ ଭାବେ ହେଉନଥିଲା । ଯାହାଫଳରେ ତାଙ୍କର ଗୁଜୁରାଣ ମେଣ୍ଟିବା ମଧ୍ୟ ମୁସ୍କିଲ ହୋଇଯାଇଥିଲା । ସେ ନିଜର ଏହି ଦୁର୍ଦ୍ଦଶା ବଖାଣୁଥିବାର ଏକ ଭିଡିଓ ୟୁଟ୍ୟୁବର୍ ଗୌରବ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଫଳରେ ଚାହୁଁ ଚାହୁଁ କାନ୍ତା ପ୍ରସାଦଙ୍କୁ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ଧାଇଁ ଆସିଥିଲେ ଏବଂ ଲକ୍ଷାଧିକ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରିଥିଲେ ।

ଲୋକଙ୍କ ଠାରୁ ଆର୍ଥିକ ସହାୟତା ପାଇ ବୃଦ୍ଧ ଜଣକ ନିଜର ‘ବାବା କି ଢାବା’ ଠେଲା ଦୋକାନକୁ ବନ୍ଦ କରି ମାଲବୀୟ ନଗରରେ ଗତ ଡିସେମ୍ବର ମାସରେ ନିଜର ଏକ ରେସ୍ତୋରାଁ ଖୋଲିଥିଲେ । ସେହି ରେସ୍ତୋରାଁ ନାମ ବି ସେ 'ବାବା କି ଢାବା' ରଖିଥିଲେ । ହେଲେ ରେସ୍ତୋରାଁ ପରିଚାଳନା ଖର୍ଚ୍ଚ ଅତ୍ୟଧିକ ଥିବାବେଳେ ସେହି ଅନୁଯାୟୀ ଆୟ ବହୁତ କମ୍ ମିଳୁଥିଲା । ଯାହାପାଇଁ ବୃଦ୍ଧ ଜଣକ ରେସ୍ତୋରାଁ ବନ୍ଦ କରି ନିଜର ପୁରୁଣା 'ଠେଲା ବାବା କି ଢାବା' ଆରମ୍ଭ କରିଛନ୍ତି ।

ବୃଦ୍ଧ କାନ୍ତା ପ୍ରସାଦଙ୍କ କହିବା ମୁତାବକ, ସେ ଗତ ଫେବୃୟାରୀ 15 ତାରିଖରେ ନିଜର ନୂଆ ରେସ୍ତୋରାଁକୁ ବନ୍ଦ କରିଦେଇଛନ୍ତି । ରେସ୍ତୋରାଁ କର୍ମଚାରୀଙ୍କ ଦରମା ବାବଦକୁ ମାସିକ 36 ହଜାର ଟଙ୍କା, ଭଡା ବାବଦକୁ 35 ହଜାର ଟଙ୍କା ଏବଂ ପାଣି, ବିଜୁଳି ବିଲ୍ ମିଶାଇ ତାଙ୍କ ମାସିକ ରେସ୍ତୋରାଁ ପରିଚାଳନା ବ୍ୟୟ ଏକ ଲକ୍ଷ ଟଙ୍କା ହେଉଥିଲା । ହେଲେ ସେହି ଅନୁସାରେ ଆୟ ମିଳୁନଥିଲା । ଯେଉଁ କାରଣରୁ ସେ ଅତ୍ୟଧିକ କ୍ଷତି ସହିଲେ । ଫଳରେ ବାଧ୍ୟ ହୋଇ ରେସ୍ତୋରାଁ ବନ୍ଦ କରିବାକୁ ନିଷ୍ପତ୍ତି ନେଲେ । ତାଙ୍କ ରେସ୍ତୋରାଁ ଖାଦ୍ୟ ତାଲିକାରେ ସେ ଭାରତୀୟ ଓ ଚାଇନିଜ୍ ଖାଦ୍ୟ ସ୍ଥାନିତ କରିଥିଲେ । ତେବେ ତାଙ୍କ ରେସ୍ତୋରାଁ ଅପେକ୍ଷା ଠେଲା ଦୋକାନରେ ଅଧିକ ଲାଭ ମିଳୁଥିବା ବୃଦ୍ଧ ଜଣକ ପ୍ରକାଶ କରିଛନ୍ତି । ଏଥିସହ ଲୋକଙ୍କୁ ଠାରୁ ମିଳିଥିବା ଆର୍ଥିକ ଅନୁଦାନରୁ ନିଜ ଭବିଷ୍ୟତ ପାଇଁ ବୃଦ୍ଧ କାନ୍ତା ପ୍ରସାଦ 20 ଲକ୍ଷ ଟଙ୍କା ସଞ୍ଚୟ ରଖିଥିବାବେଳେ ବଞ୍ଚିଥିବା ପର୍ଯ୍ୟନ୍ତ ସେ ନିଜ ପୁରୁଣା ଠେଲା ଦୋକାନ ଚଳାଇବେ ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details