ଓଡିଶା

odisha

By

Published : Aug 16, 2023, 9:46 PM IST

ETV Bharat / bharat

ମଥୁରାରେ ବାଗେଶ୍ବର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀ, କୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ କହିଲେ ଏମିତି

ଉତ୍ତର ପ୍ରଦେଶ ମଥୁରାରେ ବାଗେଶ୍ବର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀ । କହିଲେ ଖୁବଶିଘ୍ର କୃଷ୍ଣ ମନ୍ଦିର । ତାଙ୍କର ରହିବ ସମସ୍ତ ସହଯୋଗ । ଅଧିକ ପଢନ୍ତୁ

ମଥୁରାରେ ବାଗେଶ୍ବର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀ, କୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ କଣ କହିଲେ
ମଥୁରାରେ ବାଗେଶ୍ବର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀ, କୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ କଣ କହିଲେ

ଲକ୍ଷ୍ନୌ:ମଧ୍ୟ ପ୍ରଦେଶବାଗେଶ୍ୱର ଧାମ ପ୍ରମୁଖ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଆଜି (ବୁଧବାର) ଉତ୍ତର ପ୍ରଦେଶର ଆଧ୍ୟାତ୍ମିକ ସହର ମଥୁରାରେ ପହଞ୍ଚିଛନ୍ତି । ମଥୁରାର ପ୍ରିୟଙ୍କାଜୁ ମନ୍ଦିରରେ ସେ ପୂଜାର୍ଚ୍ଚନା କରିଛନ୍ତି । ଏଠାରେ ସେ ମନ୍ଦିରରେ କଥା ପ୍ରବକ୍ତା ଦେବକିନନ୍ଦନ ମହାରାଜଙ୍କ ସହ ପୂଜାର୍ଚ୍ଚନା କରିବା ସହ ଶିବଲିଙ୍ଗରେ ଜଳାଭିଷେକ ମଧ୍ୟ କରିଥିଲେ । ଏହି ସମୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ମଥୁରାର ପ୍ରସିଦ୍ଧ କୃଷ୍ଣ ଜନ୍ମଭୂମି ପ୍ରସଙ୍ଗରେ ସେ ବଡ ବୟାନ ମଧ୍ୟ ଦେଇଛନ୍ତି । ଖୁବଶିଘ୍ର ମଥୁରା ସ୍ଥିତ କୃଷ୍ଣ ଜନ୍ମଭୂମିରେ ମନ୍ଦିର ନିର୍ମାଣ ହେବ ଓ ସେଥିପାଇଁ ସମସ୍ତ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି ଧିରେନ୍ଦ୍ର ଶାସ୍ତ୍ରୀ ।

ଗଣମାଧ୍ୟମ ଦ୍ୱାରା ବାଗେଶ୍ୱର ଧାମ ପ୍ରମୁଖ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ପଚରାଯାଇଥିଲା ଯେ, ମନ୍ଦିର ନିର୍ମାଣ ପାଇଁ କୃଷ୍ଣଙ୍କ ଭକ୍ତମାନଙ୍କୁ ଆଉ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ । ଏହା ଉପରେ ସେ କହିଥିଲେ, ଯେ ଖୁବ୍ ଶିଘ୍ର ମନ୍ଦିର ନିର୍ମାଣ ହେବ । ଭକ୍ତମାନେ ଭଗବାନ କୃଷ୍ଣଙ୍କୁ ପୂଜା କରିବାର ସୌଭାଗ୍ୟ ପାଇବେ । ଏଥିପାଇଁ ସମସ୍ତେ କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଖୁବ ଶିଘ୍ର ଏହି ମନ୍ଦିର ନିର୍ମାଣ ହେବାକୁ ଯାଉଛି । ସେହିପରି ଏହି ମନ୍ଦିର ନିର୍ମାଣରେ ତାଙ୍କର ଭୂମିକା କଣ ରହିବ ପ୍ରଶ୍ନରେ ସେ କହିଥିଲେ, ସେ କହିଥିଲେ ‘‘ମୁଁ ସମ୍ପୂର୍ଣ୍ଣ ସହଯୋଗ କରିବି । ସହଯୋଗ କରିବା ଧାଡିରେ ମୁଁ ଆଗରେ ରହିବି । ବର୍ତ୍ତମାନ ସମସ୍ତ କୃଷ୍ଣ ଭକ୍ତ ଜାଗ୍ରତ ଅଛନ୍ତି । ସନାତନୀ ହିନ୍ଦୁମାନେ ଜାଗ୍ରତ ହେଉଛନ୍ତି । ସମସ୍ତେ ଏକତ୍ରିତ ମଧ୍ୟ ହେଉଛନ୍ତି । ଖୁବ ଶିଘ୍ର ମନ୍ଦିର ନିର୍ମାଣ ହେବାକୁ ଯାଉଛି ।’’

ଏହା ମଧ୍ୟ ପଢନ୍ତୁ:-Krishna Janambhoomi Case: ଶାହି ଇଦଗା ମସଜିଦରେ ସାଇନଟିଫିକ୍‌ ସର୍ଭେ ଦାବି, ସୁପ୍ରିମକୋର୍ଟରେ ମାମଲା

ନିକଟରେ ମଥୁରାର କୃଷ୍ଣ ଜନ୍ମଭୂମି ବିବାଦ ସହ ଜଡିତ ଥିବା ଶାହି ଇଦଗା ମସଜିଦ ପରିସରରେ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ ଦ୍ବାରା ବିଜ୍ଞାନଭିତ୍ତିକ ସର୍ଭେ କରିବା ପାଇଁ ଏକ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଛି । ଏହି ମାମଲାରେ ସର୍ବୋଚ୍ଚ କୋର୍ଟଙ୍କ ରାୟ କ’ଣ ହେବ ସେ ନଇ ସମଗ୍ର ଦେଶର ନଜର ରହିଛି । ଅନ୍ୟପଟେ ଉତ୍ତର ପ୍ରଦେଶର ଅନ୍ୟତମ ଚର୍ଚ୍ଚିତ ବାରାଣାସୀର କାଶୀ ବିଶ୍ବନାଥ ମନ୍ଦିର ଓ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଏବେ ବିଜ୍ଞାନଭିତ୍ତିକ ସର୍ଭେକୁ ଆହ୍ଲାବାଦ କୋର୍ଟ ଅନୁମତି ଦେଇଛନ୍ତି । ଏହା ପରେ ଏହି ମସଜିଦ କମ୍ପଲେକ୍ସରେ ଏହି ସର୍ଭେ ଜାରି ରଖିଛି ଏଏସଆଇ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details