ଜେନେଭା:ଓମିକ୍ରନ୍ କୋରୋନା ଭାଇରସ ଭାରିଏଣ୍ଟ୍ରୁ ସୃଷ୍ଟି ଉପପ୍ରଜାତି ଭୂତାଣୁ BA.2, ଏହାର ମୂଳ ପ୍ରଜାତି (ଓମିକ୍ରନ୍) ଠାରୁ ଅଧିକ ସାଙ୍ଘାତିକ ବୋଲି ମଙ୍ଗଳବାର ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର କୋଭିଡ୍-୧୯ ଟେକ୍ନିକାଲ ଲିଡର ମାରିଆ ଭାନ୍ କେର୍ଖୋଭ୍ କହିଛନ୍ତି ଯେ, ବଡ ଧରଣର ପରିବର୍ତ୍ତନ ଘଟିଥିବାର କୌଣସି ଆଭାସ ମିଳିନାହିଁ । ତଥାପି, ଓମିକ୍ରନ ଅଧିକ ସଂକ୍ରମଣଶୀଳ ବୋଲି ଜାଣି ଜନସାଧାରଣଙ୍କୁ ସତର୍କ କରାଇ ଦେଉଛୁ ଯେ, ଏହି ଭୂତାଣୁ ବ୍ୟାପିଚାଲିଛି ।
ତେଣୁ ଟିକା, ମାସ୍କ୍ ଏବଂ ସାମାଜିକ ଦୂରତ୍ବ ହେଉଛି ଏହି ଭୂତାଣୁ ବିପକ୍ଷରେ ସଂଗ୍ରାମ କରିବାର ଫଳପ୍ରଦ ଅସ୍ତ୍ର। ଓମିକ୍ରନର ସବ୍ ଭ୍ୟାରିଆଣ୍ଟ କୁହାଯାଉଥିବା BA.2 ଏବେ ୫୭ଟି ଦେଶରେ ଠାବ କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଫ୍ରକାରୁ ୧୦ ସପ୍ତାହ ପୂର୍ବେ ଠାବ ହୋଇଥିବା ଓମିକ୍ରନ୍ ଭ୍ୟାରିଆଣ୍ଟ ସବୁଠାରୁ ଦ୍ରୁତତମ ସଂକ୍ରମାକ ଭାବେ ବିପଦ ସୃଷ୍ଟି କରିଥିଲା।