ଓଡିଶା

odisha

By

Published : Aug 15, 2022, 5:11 PM IST

ETV Bharat / bharat

Azadi Ka Amrit Mahotsava : ଶ୍ରୀନଗର ଲାଲଚୌକରେ ଉଡିଲା ତ୍ରିରଙ୍ଗା

ଶ୍ରୀନଗରର ଲାଲଚୌକରେ ଉଡିଲା ତ୍ରିରଙ୍ଗା । ଉତ୍ସାହର ସହ ପାଳନ ହେଲା ସ୍ବାଧୀନତା ଦିବସ । ଅଧିକ ପଢନ୍ତୁ

Azadi Ka Amrit Mahotsava, ଶ୍ରୀନଗରର ଲାଲଚୌକରେ ଉଡିଲା ତ୍ରିରଙ୍ଗା
Azadi Ka Amrit Mahotsava, ଶ୍ରୀନଗରର ଲାଲଚୌକରେ ଉଡିଲା ତ୍ରିରଙ୍ଗା

ଶ୍ରୀନଗର:ଆଜି ବେଶ୍ ଉତ୍ସାହର ସହ ସାରା ଦେଶରେ ପାଳିତ ହୋଇଛି 76ତମ ସ୍ବାଧୀନତା ଦିବସ । ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଦେଶବାସୀ । ଆତଙ୍କବାଦ ପାଇଁ ଭାରତର ଅଖଣ୍ଡତା ପ୍ରତି ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି କରିଥିବା କାଶ୍ମୀରରେ ମଧ୍ୟ ସ୍ବାଧୀନତା ଦିବସ ଉତ୍ସାହର ସହ ପାଳନ କରାଯାଇଛି । ରାଜଧାନୀ ଶ୍ରୀନଗରର ପ୍ରସିଦ୍ଧ ଲାଲଚୌକରେ ଜାତୀୟ ପତାକା ଉଡାଇବା ସହ ସ୍ବାଧୀନତା ଦିବସ ପାଳନ କରିଛନ୍ତି ସ୍ଥାନୀୟ କାଶ୍ମୀରବାସୀ ।

ଶ୍ରୀନଗରର ଲାଲଚୌକରେ ଉଡିଲା ତ୍ରିରଙ୍ଗା

90 ଦଶକରେ ଘାଟିରେ ଆତଙ୍କବାଦ ଚରମ ସୀମାରେ ପହଞ୍ଚିଥିବା ବେଳେ ଏକାଧିକ ଥର ଲାଲଚୌକରେ ପାକିସ୍ତାନ ପତାକା ମଧ୍ୟ ଉଡିଥିବା ଦେଖିବାକୁ ମିଳିଥିଲା । ଅନେକ ସଂଗଠନ ମଧ୍ୟ କାଶ୍ମୀରକୁ ଭାରତର ଏକ ଅବିଚ୍ଛେଦ ଅଙ୍ଗ ଭାବେ ସାବ୍ୟସ୍ତ କରିବା ପାଇଁ ଲାଲଚୌକରେ ତ୍ରିରଙ୍ଗା ଲହରାଇବା ଏକ ଆହ୍ବାନ ଭାବେ ମଧ୍ୟ ଗ୍ରହଣ କରିଥିଲେ । ଆଜି ସେହି ଲାଲଚୌକରେ ତ୍ରିରଙ୍ଗା ଉଡିଛି । ବିଭିନ୍ନ ଅନୁଷ୍ଠାନ ତଥା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ଶ୍ରୀନଗରର ଲାଲଚୌକରେ ଉଡିଲା ତ୍ରିରଙ୍ଗା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details