ଓଡିଶା

odisha

ETV Bharat / bharat

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପାଇଁ 'ଆୟୁଷ୍ମାନ CAPF ଯୋଜନା' ଆରମ୍ଭ - 'ଆୟୁଷ୍ମାନ CAPF ଯୋଜନା' ଆରମ୍ଭ

କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପାଇଁ 'ଆୟୁଷ୍ମାନ CAPF ଯୋଜନା' ଆରମ୍ଭ କଲେ କେନ୍ଦ୍ର ସରକାର । ଏହି ଯୋଜନାରେ ପ୍ରାୟ 10 ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଯବାନ ସୁବିଧା ପାଇପାରିବେ । ଅଧିକ ପଢନ୍ତୁ...

Ayushman CAPF scheme
କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପାଇଁ 'ଆୟୁଷ୍ମାନ CAPF ଯୋଜନା' ଆରମ୍ଭ

By

Published : Jan 23, 2021, 10:00 PM IST

ଗୌହାଟୀ: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପାଇଁ କେନ୍ଦ୍ର ସରକାର 'ଆୟୁଷ୍ମାନ CAPF ଯୋଜନା' ଆରମ୍ଭ କରଛନ୍ତି । ଆଜି ଗୌହାଟୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ପ୍ରାୟ 10 ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଯବାନ ସୁବିଧା ପାଇପାରିବେ ।

ଶନିବାର ଆସାମ ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳରେ କାର୍ଯ୍ୟରତ ଯବାନଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ସୁବିଧା ପାଇଁ କେନ୍ଦ୍ର ସରକାର 'ଆୟୁଷ୍ମାନ CAPF ଯୋଜନା' ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାର ସୁବିଧା ଯବାନ ଓ ତାଙ୍କ ପରିବାର ସଦସ୍ୟ ପାଇପାରିବେ । ଏହି ଯୋଜନାରେ ସାରା ଦେଶରୁ ପ୍ରାୟ 10 ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ଯବାନ ଓ ଅଫିସର ସୁବିଧା ପାଇପାରିବେ । ଏହା ସହ ଯବାନଙ୍କ ପ୍ରାୟ 50 ଲକ୍ଷ ପରିବାରର ଓ ସମ୍ପର୍କୀୟ ସୁବିଧା ପାଇବେ । ଏହି ସୁବିଧା ସାରା ଭାରତ ବର୍ଷରେ 24 ହଜାର ଚିକିତ୍ସାଳୟରେ ସୁବିଧା ଉପଲବ୍ଧ ହେବ ବୋଲି ଗୃହମନ୍ତ୍ରୀ କହିଛନ୍ତି । ସାରା ଭାରତରେ କେନ୍ଦ୍ରୀୟ ସଶସ୍ତ୍ର ବଳୟରେ ବିଭିନ୍ନ ସୁରକ୍ଷା ଅଧିକାରୀମାନେ କାର୍ଯ୍ୟ କରନ୍ତି ।

ABOUT THE AUTHOR

...view details