ଅଯୋଧ୍ୟା: ଗର୍ଭଗୃହରେ ବିରାଜିବେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମଲାଲା । 22 ଜାନୁୟାରୀ 2024 ରେ ଭଗବାନ ରାମଚନ୍ଦ୍ର, ମାତା ସୀତା, ଅନୁଜ ଲକ୍ଷ୍ଣଣ ଓ ପରମଭକ୍ତ ହନୁମାନଙ୍କ ହେବ ପ୍ରାଣ ପ୍ରତିଷ୍ଠା । ସେହି ଦିନ କୋଟି କୋଟି ହିନ୍ଦୁ ଧର୍ମାବଲମ୍ବୀଙ୍କ ଭବ୍ୟ ଦିବ୍ୟ ଗଗନଶ୍ଚୁମ୍ଭୀ ରାମ ମନ୍ଦିରର ହେବ ଉଦଘାନ । ଉଦଘାଟନ ଉତ୍ସବ ଜାନୁୟାରୀ 15ରୁ 27 ଯାଏଁ ଚାଲିବ । ସାରା ଦେଶର ମଠ ମନ୍ଦିରରେ ହେବ ବିଶେଷ କାର୍ଯ୍ୟକ୍ରମ । ଭାରତବର୍ଷ ହେବ ରାମମୟ । ସ୍ଥୀୟ ମନ୍ଦିରରେ ନିଜ ଆରଧ୍ୟ ଦେବତାଙ୍କୁ ଦର୍ଶନ କରିବେ ଭକ୍ତ । ଏଥି ପାଇଁ ପ୍ରସ୍ତୁତ ହୋଇଛି ରାମ ମନ୍ଦିରର ଗର୍ଭଗୃହ । ଗର୍ଭଗୃହର କାର୍ଯ୍ୟ ପ୍ରାୟ ଶେଷ ହୋଇଥିବା ବେଳେ ବିଦ୍ୟୁତ ସଂଯୋଗ ମଧ୍ୟ ସରିଛି। ଯାହାର ଆଜି ସୂଚନା ଦେଇଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ।
ନିଜ ସୋସିଆଲ ମିଡିଆ ଏକ୍ସ ଆକାଣ୍ଟରେ ଶ୍ରୀରାମ ମନ୍ଦିର ଗର୍ଭ ଗୃହର ଦୁଇଟି ଫଟୋ ପୋଷ୍ଟ କରି ଚମ୍ପତ୍ତ ରାୟ ଲେଖିଛନ୍ତି ପ୍ରଭୁ ଭଗବାନ ରାମଲାଲାଙ୍କ ଗର୍ଭଗୃହ ପ୍ରାୟତଃ ପ୍ରସ୍ତୁତ ହୋଇଛି । ବିଦ୍ୟୁତ ସଂଯୋଗ ମଧ୍ୟ ଶେଷ ହୋଇଛି । ଚମ୍ପତ୍ତ ରାୟଙ୍କ ଏହି ଫଟୋ ପୋଷ୍ଟ ପରେ କୋଟି କୋଟି ରାମ ଭକ୍ତଙ୍କ ମନରେ ଆନନ୍ଦର ଲହରୀ ଏବେ । କାରଣ ଶହ ଶହ ବର୍ଷ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ନିଜ ଜନ୍ମଭୂମିରେ ସ୍ଥାୟୀ ମନ୍ଦିରରେ ବିରାଜମାନେ ହେବେ ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାମ ରାମଲାଲା । ଯାହାକୁ ନେଇ ଏବେ ସାରା ଦେଶରେ ଖୁସିର ବାତାବରଣ ।