ଓଡିଶା

odisha

By

Published : Jul 16, 2021, 9:14 AM IST

ETV Bharat / bharat

Ayodha Ram mandir; 2023ରେ ଭକ୍ତ-ଭଗବାନଙ୍କ ମହାମିଳନ

ଟ୍ରଷ୍ଟ ମହାସଚିବଙ୍କ ସୂଚନା ଅନୁସାରେ ଆସନ୍ତା 2023ରେ ମୁଖ୍ୟ ମନ୍ଦିରର ଦ୍ବାର ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯିବ । ସେହିପରି 2025 ସୁଦ୍ଧା ମୂଳ ଜମିର 70 ଏକର ଓ ପରେ ଅଧିଗ୍ରହଣ ହୋଇଥିବା ଜମି ମୋଟ 108 ଏକର ଜମିରେ ପୂର୍ଣ୍ଣ ରୂପେ ମନ୍ଦିର ପରିସର ବିକଶିତ ହୋଇଯିବ ।

Ayodha Ram mandir
Ayodha Ram mandir

ଅଯୋଧ୍ୟା: ଅଯୋଧ୍ୟାରେ ଭବ୍ୟ ଦିବ୍ୟ ରାମ ମନ୍ଦିର ନିର୍ମାଣ ଯୋରଦାର ଜାରି ରହିଛି । ମନ୍ଦିର ନିର୍ମାଣ ପାଇଁ ସାରା ବିଶ୍ବରୁ କୋଟି କୋଟି ରାମ ଭକ୍ତ ଭବ୍ୟ ମନ୍ଦିର ଉଦ୍ଦେଶ୍ୟରେ ଆବଶ୍ୟକ ସହଯୋଗ ସମର୍ପଣ କରୁଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଦୃତଗତିରେ କାମ ଚାଲିଛି ।

2023 ରେ ଭକ୍ତ ଭଗବାନଙ୍କ ମହାମିଳନ

ବଡ ଖବର ଦେଲେ ମହାସଚିବ...

ଏହାରି ଭିତରେ ଆସିଛି ଆଉ ଏକ ବଡ ଖବର । ଆଉ ଏହି ଖବର ଦେଇଛନ୍ତି ଟ୍ରଷ୍ଟର ମହାସଚିବ ଚମ୍ପତ୍ତ ରାୟ । ଗୁରୁବାର ବସିଥିବା ଟ୍ରଷ୍ଟର ବୈଠକ ପରେ ମହାସଚିବ କହିଛନ୍ତି ଆସନ୍ତା 2023 ସୁଦ୍ଧା ମୁଖ୍ୟ ମନ୍ଦିରର ଦ୍ବାର ଭକ୍ତଙ୍କ ପୂଜାର୍ଚ୍ଚନା ପାଇଁ ଖୋଲି ଦିଆଯିବ । ଏହାସହ 2025 ପର୍ଯ୍ୟନ୍ତ ମନ୍ଦିରର ସମ୍ପୂର୍ଣ୍ଣ ପରିସର ପ୍ରସ୍ତୁତ ହୋଇଯିବ । ଅର୍ଥାତ 2023ରେ ମୁଖ୍ୟ ମନ୍ଦିର ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯିବା ପରେ ଭଗବାନଙ୍କୁ ଭକ୍ତ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିପାରିବେ ।

2023 ରେ ଭକ୍ତ ଭଗବାନଙ୍କ ମହାମିଳନ

2025ରେ ଶେଷ ହେବ ସମ୍ପୂର୍ଣ୍ଣ ମନ୍ଦିର ପରିସର...

2023 ରେ ଭକ୍ତ ଭଗବାନଙ୍କ ମହାମିଳନ

ଟ୍ରଷ୍ଟ ମହାସଚିବଙ୍କ ସୂଚନା ଅନୁସାରେ ଆସନ୍ତା 2023ରେ ମୁଖ୍ୟ ମନ୍ଦିରର ଦ୍ବାର ଭକ୍ତଙ୍କ ଉଦ୍ଦେଶ୍ୟରେ ଖୋଲି ଦିଆଯିବ । ସେହିପରି 2025 ସୁଦ୍ଧା ମୂଳ ଜମିର 70 ଏକର ଓ ପରେ ଅଧିଗ୍ରହଣ ହୋଇଥିବା ଜମି ମୋଟ 108 ଏକର ଜମିରେ ପୂର୍ଣ୍ଣ ରୂପେ ମନ୍ଦିର ପରିସର ବିକଶିତ ହୋଇଯିବ । କାମକୁ ଅଧିକ ଦୃତଗତିରେ କରିବା ପାଇଁ 2 ଟି ସିଫ୍ଟ ଜରିଆରେ କାମ ହେଉଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଉଛି ।

ସୂଚନାଯୋଗ୍ୟ ଯେ, 2020 ଅଗଷ୍ଟ 5ରେ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ହେବା ପରେ ଗତ ମାର୍ଚ୍ଚ ମାସରୁ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି । କୋଟି କୋଟି ରାମ ଭକ୍ତ ମନ୍ଦିରରେ ଆସି ଭଗବାନଙ୍କୁ ଦର୍ଶନ ପାଇଁ ବ୍ୟାକୁଳିତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details