ଓଡିଶା

odisha

By ETV Bharat Odisha Team

Published : Jan 14, 2024, 4:37 PM IST

ETV Bharat / bharat

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସାମିଲ ହେବେ 55 ଦେଶର ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ

Ayodhya Ram Mandir: 22ରେ ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବେ 55 ଦେଶର ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସାମିଲ ହେବେ 55 ଦେଶର ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ: ସାମିଲ ହେବେ 55 ଦେଶର ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ

ଲକ୍ଷ୍ନୌ:22 ତାରିଖରେ ହେବାକୁ ଥିବା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବିଶ୍ବବ୍ୟାପୀ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବାକୁ ଯାଉଛନ୍ତି । ମୋଟ 55 ଦେଶରୁ ଶତାଧିକ ବିଶିଷ୍ଟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରିତ ହୋଇଛନ୍ତି । ବିଦେଶୀ ନିମନ୍ତ୍ରିତ ଅତିଥିଙ୍କ ମଧ୍ୟରେ ବିଭିନ୍ନ ଦେଶର ରାଜଦୂତ ଓ ସାଂସଦଙ୍କ ସମେତ ଅନ୍ୟ ରାଜନୈତିକ ବ୍ୟକ୍ତିବିଶେଷ ରହିଛନ୍ତି । କେବଳ ରାଜନୈତିକ ଓ କୂଟନୈତିକ ଅଧିକାରୀ ନୁହନ୍ତି ବରଂ ବହୁ ଆଧ୍ୟାତ୍ମିକ ବିକ୍ତିତ୍ବ ମଧ୍ୟ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ଗ୍ରହଣ କରିଛନ୍ତି । ଅତିଥିଙ୍କ ମଧ୍ୟରେ ନିଜକୁ ପ୍ରଭୁ ଶ୍ରୀରାମଙ୍କର ବଂଶଜ ବୋଲି ଦାବି କରୁଥିବା କୋରିଆର ରାଣୀ ମଧ୍ୟ ରହିଛନ୍ତି ।

ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲାଋଷ, କାନାଡା, କଲମ୍ବିଆ, ଡେନମାର୍କ, ଡୋମିନିକା, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ଇଜିପ୍ଟ, ଇଥିଓପିଆ, ଫିଜି, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଘାନା, ଗୁଇନା, ହକଂ, କଙ୍ଗୋ, ହଙ୍ଗେରୀ, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ଇଟାଲୀ, ଜାମାଇକା, ଜାପାନ, କେନିଆ, କୋରିଆ, ମାଲେସିଆ, ମାଲ୍ୟା, ମରିସସ୍, ମେକ୍ସିକୋ, ମିଆଁମାର, ନେଦରଲ୍ୟାଣ୍ଡ, ନ୍ୟୁଜିଲ୍ୟାଣ୍ଡ, ନାଇଜେରିଆ, ନରୱେ, ସିଙ୍ଗାପୁର, ଦକ୍ଷିଣ ଆଫ୍ରିକା, ସ୍ପେନ୍, ଶ୍ରୀଲଙ୍କା, ସୁରିନାମ, ସ୍ୱୀଡେନ, ତାଇୱାନ, ତାଞ୍ଜାନିଆ, ଥାଇଲ୍ୟାଣ୍ଡ, ତ୍ରିନିଦାଦ ଏବଂ ଟୋବାଗୋ, ୱେଷ୍ଟଇଣ୍ଡିଜ୍, ଉଗାଣ୍ଡା, ବ୍ରିଟେନ, ଆମେରିକା, ଭିଏତନାମ ଓ ଜାମ୍ବିଆ ପ୍ରମୁଖ ଦେଶର ନାଗରିକ ଏହ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ମଣିପୁରରୁ ଆରମ୍ଭ ହେଲା ଭାରତ ଯୋଡୋ ନ୍ୟାୟ ଯାତ୍ରା

ଟ୍ରଷ୍ଟ ପକ୍ଷର ସୂଚନା ଅନୁସାରେ, ଏହି ବିଦେଶୀ ଅତିଥିମାନେ 20 ତାରିଖ ସୁଦ୍ଧା ଦିଲ୍ଲୀରେ ପହଞ୍ଚିବେ । ସେମାନଙ୍କ ପାଇଁ ସମସ୍ତ ଆଗୁଆ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜାନୁଆରୀ 21 ସଂଧ୍ୟା ସୁଦ୍ଧା ସେମାନେ ଅଯୋଧ୍ୟାରେ ପହଞ୍ଚିବେ । 22 ତାରିଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । 22 ରେ ମୁଖ୍ୟ ଉତ୍ସବ ହେବାକୁ ଥିବା ବେଳେ 16 ତାରିଖରୁ ଏହାର ପ୍ରାକ ପ୍ରକ୍ରିୟା ଆରମ୍ଭ ହୋଇଯିବ । 22 ରେ କାଶୀ (ବାରାଣାସୀ)ର ଏକ ବରିଷ୍ଠ ପଣ୍ଡିତ ମଣ୍ଡଳୀଙ୍କ ଦ୍ବାରା ଗର୍ଭଗୃହରରେ ରାମଲାଲାଙ୍କ ବିଗ୍ରହ ସଂସ୍ଥାପିତ କରାଯିବା ସହ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ସମ୍ପାଦିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେବଳ ନିମନ୍ତ୍ରିତ ଅତିଥିଙ୍କ ଗହଣରେ କାର୍ଯ୍ୟକ୍ରମ ଶେଷ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details