ଲକ୍ଷ୍ନୌ: 22ରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଆଜି ଭବ୍ୟ ରାମ ମନ୍ଦିରର ଗର୍ଭଗୃହରେ ପ୍ରଭୁ ରାମଲାଲାଙ୍କ ଶୀବିଗ୍ରହଙ୍କୁ ସ୍ଥାପନ କରାଯାଇଛି । ଗତକାଲି (ବୁଧବାର) ରାତିରେ ଭାଗବାନ ରାମଙ୍କର ବିଗ୍ରହ ମନ୍ଦିର ପରିସରରେ ପହଞ୍ଚିଥିଲା । ଏହାକୁ ଏକ କ୍ରେନ ଓ ବିଶେଷ ପ୍ରଶିକ୍ଷିତ କର୍ମଚାରୀଙ୍କ ଦ୍ବାରା ଗର୍ଭଗୃହରେ ପ୍ରବେଶ କରାଯାଇଥିଲା । ଆଜି ସମ୍ପୂର୍ଣ୍ଣ ବିଧି ସହ ଗର୍ଭଗୃହ ସ୍ଥିତ ସିଂହାସନରେ ଶ୍ରୀବିଗ୍ରହଙ୍କୁ ସ୍ଥାପନ କରାଯାଇଛି । କଡା ସୁରକ୍ଷା ବଳୟ ଓ ମନ୍ଦିର କମିଟି ସଦସ୍ୟଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରାମଲାଲା ସିଂହାସନରେ ବିରାଜମାନ କରିଛନ୍ତି । ପ୍ରଖ୍ୟାତ ଦକ୍ଷିଣ ଭାରତୀୟ ମୂର୍ତ୍ତି କାରିଗର ଅରୁଣ ଯୋଗୀରାଜଙ୍କ ଦ୍ବାରା ଏହି ଶ୍ରୀବିଗ୍ରହ ନିର୍ମାଣ କରାଯାଇଛି । ଏହାର ନିର୍ମାଣରେ ବିଶେଷ ବର୍ଗର ପ୍ରସ୍ତର ‘କୃଷ୍ଣଶିଳା’ ବ୍ୟବହାର କରାଯାଇଛି ।
12.20 ମିନିଟରୁ 1ଟା ମଧ୍ୟରେ ପ୍ରାଣ ପ୍ରତିଷ୍ଠା:-
କମିଟି ସମ୍ପାଦକ ଚମ୍ପତ ରାୟଙ୍କ ସୂଚନା ଅନୁସାରେ,ଗର୍ଭଗୃହରେ ପ୍ରତିଷ୍ଠା ହେବାକୁ ଯାଉଥିବା ବିଗ୍ରହ ସମ୍ପୂର୍ଣ୍ଣ ପ୍ରସ୍ତର ନିର୍ମିତ ଓ ଏହାର ଓଜନ 150-200 କିଲୋଗ୍ରାମ ମଧ୍ୟରେ ରହିଛି । ଏହା ପୂର୍ବରୁ 16 ତାରିଖ (ଆସନ୍ତାକାଲି) ଠାରୁ ପ୍ରାକ୍ ପ୍ରତିଷ୍ଠା ବିଧି ମଧ୍ୟ ଆରମ୍ଭ ହୋଇ 21 ପର୍ଯ୍ୟନ୍ତ ଚାଲିବ । 22ରେ ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟା ଆରମ୍ଭ ହେବ । ଅପରାହ୍ନ 12.20 ରୁ ଆରମ୍ଭ ହୋଇ ଏହି ପ୍ରକ୍ରିୟା 1ଟା ମଧ୍ୟରେ ସମ୍ପାଦିତ ହେବ ।
ପ୍ରାଣ ପ୍ରତିଷ୍ଠା ପ୍ରକ୍ରିୟାରେ ସାମିଲ ହେବେ 121 ବରିଷ୍ଠ ଆଚାର୍ଯ୍ୟ:-