ଓଡିଶା

odisha

ETV Bharat / bharat

ମହର୍ଷି ବାଲ୍ମିକୀ ନାମରେ ନାମିତ ହେଲା ଅଯୋଧ୍ୟା ଏୟାରପୋର୍ଟ - ଅଯୋଧ୍ୟା ବିମାନବନ୍ଦର

Maharishi Valmiki Airport: ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଅଯୋଧ୍ୟା ବିମାନ ବନ୍ଦରର ହେଲା ନାମକରଣ । ଅଧିକ ପଢନ୍ତୁ

ଅଯୋଧ୍ୟା ବିମାନବନ୍ଦର
ayodhya airport

By ETV Bharat Odisha Team

Published : Dec 29, 2023, 8:54 AM IST

ଅଯୋଧ୍ୟା:ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ । ଏହା ପୂର୍ବରୁ ଶେଷ ହୋଇଛି ଅଯୋଧ୍ୟାରେ ନବନିର୍ମିତ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ । ଉଦଘାଟନର ଗୋଟିଏ ଦିନ ପୂର୍ବରୁ ବିମାନ ବନ୍ଦରର ନାମକରଣ କରାଯାଇଛି । ମହର୍ଷି ବାଲ୍ମିକୀଙ୍କ ନାମରେ ନାମିତ ହୋଇଛି ଅଯୋଧ୍ୟା ଅନ୍ତର୍ଜାତୀୟ ବିମାନ ବନ୍ଦର । ପୂର୍ବରୁ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ନାମରେ ବିମାନ ବନ୍ଦରର ନାମକରଣ ହେବା ନେଇ ଚର୍ଚ୍ଚା ହେଉଥିଲା । ଶନିବାର ନବନିର୍ମିତ ଏହି ବିମାନ ବନ୍ଦରକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହାପରେ ସେ ଏକ ବିଶାଳ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି ।

Maharishi Valmiki Airport

ଏହା ମଧ୍ୟ ପଢନ୍ତୁ-ବଦଳିଲା ଅଯୋଧ୍ୟା ରେଳ ଷ୍ଟେସନର ନାମ

ବୁଧବାର ଅଯୋଧ୍ୟା ରେଳ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯାଇ ଅଯୋଧ୍ୟା ଧାମ ଜଙ୍କସନ ନାମରେ ନାମିତ କରାଯାଇଥିଲା । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଦିବସ ପୂର୍ବରୁ ଷ୍ଟେସନର ନାମକୁ ପରିବର୍ତ୍ତନ କରାଯିବା ସହ ବିମାନ ବନ୍ଦରର ନାମକରଣ କରାଯାଇଛି । ଆସନ୍ତା 30 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନବୀକରଣ ହୋଇଥିବା ଷ୍ଟେସନ ଓ ବିମାନ ବନ୍ଦରର ଉଦଘାଟନ କରିବେ । ଅଯୋଧ୍ୟା ଧାମ ଜଙ୍କସନରେ ବନ୍ଦେ ଭାରତ ଓ ଅମୃତ ଭାରତ ଏକ୍ସପ୍ରେସକୁ ସବୁଜ ପତାକା ଦେଖାଇ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଅଯୋଧ୍ୟାରେ ଜୋରସୋରେ ପ୍ରସ୍ତୁତି ଚାଲିଛି । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଆଜି ସନ୍ଧ୍ୟା ଠାରୁ ଅଯୋଧ୍ୟାରେ ଭାରିଯାନ ଯାତାୟତ ଉପରେ କଟକଣା ଲାଗିଛି ।

Maharishi Valmiki Airport

ଜାନୁଆରୀ 6ରୁ ଦିଲ୍ଲୀକୁ ବିମାନ ଉଡ଼ାଣ: ଡିସେମ୍ବର 30ରେ ଅଯୋଧ୍ୟା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ଏହାପରେ ଜାନୁଆରୀ 6ରୁ ଏହିଠାରୁ ନିୟମିତ ଭାବେ ଦିଲ୍ଲୀକୁ ଉଡାଣ କରିବ ବିମାନ । ସେହିପରି ଜାନୁଆରୀ 11ରୁ ଅହମ୍ମଦାବାଦ ଏବଂ ଜାନୁଆରୀ 15ରୁ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ, ବିମାନ ବନ୍ଦରରେ ଏୟାରଲାଇନ ଅପରେଟିଂ କମ୍ପାନୀ ଇଣ୍ଡିଗୋ ଏହାର ବିମାନ ସେବା ଆରମ୍ଭ କରୁଛି । ଏହା ବ୍ୟତୀତ ଆଗକୁ ଇଣ୍ଡିଆନ ଏୟାରଲାଇନ୍ସ ଏବଂ ଅନ୍ୟାନ୍ୟ ବିମାନ ମଧ୍ୟ ଉଡାଣ କରିବ । ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପରେ ଦେଶର ବିଭିନ୍ନ ପ୍ରାନ୍ତରୁ ଅଯୋଧ୍ୟାକୁ ଭକ୍ତଙ୍କ ସମାଗମ ହେବ । ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନୂତନ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବ । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ବିମାନ ଯାତ୍ରା କରି ଅଯୋଧ୍ୟାକୁ ଆସୁଥିଲେ, ସେମାନେ ପ୍ରଥମ ଲକ୍ଷ୍ନୌ ବିମାନ ବନ୍ଦରରେ ଓହ୍ଳାଉଥିଲେ । ପରେ ଅଯୋଧ୍ୟାକୁ ଆସୁଥିଲେ । ଅଯୋଧ୍ୟା ବିମାନ ବନ୍ଦର କାର୍ଯ୍ୟକ୍ଷମ ହେବା ପରେ ସିଧାସଳଖ ଯାତ୍ରୀମାନେ ଅଯୋଧ୍ୟା ସ୍ଥିତ ମହର୍ଷି ବାଲ୍ମିକୀ ବିମାନ ବନ୍ଦରରେ ଅବତରଣ କରିବେ ।

Maharishi Valmiki Airport

ABOUT THE AUTHOR

...view details