ଓଡିଶା

odisha

ETV Bharat / bharat

କେରଳର ଆୟମାନାମ ଗାଁ ହାତେଇଲା ପର୍ଯ୍ୟଟନ ପୁରସ୍କାର - ପର୍ଯ୍ୟଟନ ପୁରସ୍କାର

କେରଳର କୋଟାୟାମ ଜିଲ୍ଲାରେ ଏକ ଗାଁ ଅଛି ଯାହାର ନାଁ ଆୟମାନାମ । ଗାଁଟିର ସୁନ୍ଦରତା ପାଇଁ ତାକୁ (ଭାରତ ଶ୍ରେଣୀରେ) ୱାନ ଟୁ ୱାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

Aymanam village in Kerala bags tourism award
Aymanam village in Kerala bags tourism award

By

Published : Nov 3, 2021, 11:00 AM IST

ଥିରୁଅନନ୍ତପୁରମ: ଗାଁ ପାଲଟିଛି ପର୍ଯ୍ୟଟନ ସ୍ଥଳୀ । ଚାରିଆଡେ ସବୁଜ ସୁନ୍ଦର ବାତାବରଣ । ଯିଏ କେହି ବି ଏ ଗାଁକୁ ଆସିଛି ତାର ସୁନ୍ଦରତାରରେ ମୋହିତ ହୋଇଛି । ଏମିତି ଏକ ଗାଁ ଅଛି କେରଳର କୋଟାୟାମ ଜିଲ୍ଲାରେ । ଯାହାର ନାଁ ହେଲା ଆୟମାନାମ । ଗାଁଟିର ସୁନ୍ଦରତା ପାଇଁ ତାକୁ (ଭାରତ ଶ୍ରେଣୀରେ) ୱାନ ଟୁ ୱାଚ୍ ପୁରସ୍କାର ପ୍ରଦାନ କରାଯାଇଛି । ଲଣ୍ଡନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ନିର୍ଦ୍ଦେଶକ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ଗାଁରେ ୨୦୧୮ ଏପ୍ରିଲରୁ ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପର୍ଯ୍ୟଟନ କାର୍ଯ୍ୟକ୍ରମ ଚାଲିଥିଲା । ଏଥିରେ ଏହି ପୁରସ୍କାର ପାଇବା ପାଇଁ ଆୟମାନାମ ବିବେଚିତ ହୋଇଥିଲା । ଏହା ସହ ଆୟମାନାମ ଗ୍ରାମ କୁମାରକୋମ ପରେ କୋଟାୟାମ ଜିଲ୍ଲାର ପରବର୍ତ୍ତୀ ଦାୟିତ୍ବପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳୀ ପାଲଟିଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଆୟମାନାମଙ୍କୁ 'ମଡେଲ ଦାୟିତ୍ବପୂର୍ଣ୍ଣ ପର୍ଯ୍ୟଟନ ଗ୍ରାମ' ଭାବରେ ଘୋଷଣା କରିବାର 14 ମାସ ପରେ ଏହି ପ୍ରକଳ୍ପ ଆନ୍ତର୍ଜାତୀୟ ମାନ୍ୟତା ପାଇଛି ।

ପର୍ଯ୍ୟଟନ ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ କରିବା ପାଇଁ ଏହି ପଞ୍ଚାୟତକୁ ଚୟନ କରାଯାଇଥିଲା । ଯାହା ସ୍ଥାନୀୟ ଲୋକଙ୍କୁ ଆୟ ଉପାର୍ଜନ, ପରିବେଶ ସୁରକ୍ଷା ଏବଂ ସଂସ୍କୃତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିଛି । କୋରୋନା ସମୟରେ ହୋଇଥିବା କ୍ଷତିରୁ ପୁନଃଉଦ୍ଧାର ସହିତ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିବାକୁ ଏହି ପୁରସ୍କାର ସାହାଯ୍ୟ କରିବ ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ପିଏ ମହମ୍ମଦ ରିୟାଜ ।

ମଡେଲ୍ ଦାୟିତ୍ବପୂର୍ଣ୍ଣ ଗ୍ରାମ ପ୍ରକଳ୍ପ ହେଉଛି ପଞ୍ଚାୟତ ଯୋଜନା ସହିତ ଦାୟିତ୍ବପୂର୍ଣ୍ଣ ପର୍ଯ୍ୟଟନ କାର୍ଯ୍ୟକଳାପର ଏକ ବିସ୍ତୃତ ସମୀକରଣ । ରାଜ୍ୟରେ ପ୍ରଥମ ପଞ୍ଚାୟତ ଭାବରେ ଏହି ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରିଛି ଆୟମାନାମ ପଞ୍ଚାୟତ । ପର୍ଯ୍ୟଟନ କାର୍ଯ୍ୟକ୍ରମରେ ସ୍ବଚ୍ଛ କେରଳ ପ୍ରକଳ୍ପର ଏକ ଅଂଶ ଭାବରେ ସଫେଇ କାର୍ଯ୍ୟ କରାଯାଇଥିଲା । ଏହା ବ୍ୟତୀତ ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏକ ୱାଟର ଲିଲି ଫେଷ୍ଟ ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details