ଭୁବନେଶ୍ବର: ସବୁ ପ୍ରାଥମିକ ସ୍କୁଲ ପରିସରରେ ହେବ ଗାଁର ଅଙ୍ଗନବାଡ଼ି କେନ୍ଦ୍ର । BEOଙ୍କ ଉପସ୍ଥିତିରେ ସ୍ଥାନ ଚୟନ କରିବେ ସଂପୃକ୍ତ BDO । ଖାଲି ପଡ଼ିଥିବା ସ୍କୁଲଘର ବ୍ୟବହାରକୁ ଗୁରୁତ୍ବ ଦିଆଯିବ । ସ୍କୁଲ ଘର ବ୍ୟବହାର ପାଇଁ ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଗଢ଼ାହେବ କମିଟି । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ନିଷ୍ପତ୍ତି ନେଇଛି ।
ଏଣିକି ପ୍ରାଥମିକ ସ୍କୁଲ ପରିସରକୁ ଆସିବ ଅଙ୍ଗନବାଡ଼ି କେନ୍ଦ୍ର - AWC to be in premises of the primary school
ମହିଳା ଓ ଶିଶୁ ବିକାଶ ବିଭାଗ(Department of Women and Child Development)ର ନିଷ୍ପତ୍ତି । ସବୁ ପ୍ରାଥମିକ ସ୍କୁଲ ପରିସରରେ ହେବ ଗାଁର ଅଙ୍ଗନବାଡ଼ି କେନ୍ଦ୍ର। BEOଙ୍କ ଉପସ୍ଥିତିରେ ସ୍ଥାନ ଚୟନ କରିବେ ସଂପୃକ୍ତ BDO। ଅଧିକ ପଢନ୍ତୁ
![ଏଣିକି ପ୍ରାଥମିକ ସ୍କୁଲ ପରିସରକୁ ଆସିବ ଅଙ୍ଗନବାଡ଼ି କେନ୍ଦ୍ର ପ୍ରାଥମିକ ସ୍କୁଲ ପରିସରରେ ହେବ ଅଙ୍ଗନବାଡ଼ି କେନ୍ଦ୍ର](https://etvbharatimages.akamaized.net/etvbharat/prod-images/768-512-13736857-thumbnail-3x2-hgj.jpg)
ପ୍ରାଥମିକ ସ୍କୁଲ ପରିସରରେ ହେବ ଅଙ୍ଗନବାଡ଼ି କେନ୍ଦ୍ର
ସେହିପରି ବିଦ୍ୟାଳୟର ରୋଷେଇ ଘର ବଗିଚାରେ ଉପଲବ୍ଧ ପନିପରିବା ମଧ୍ୟ ପ୍ରାଥମିକ ବିଦ୍ୟାଳୟରେ ସହ-ଅବସ୍ଥିତ ଅଙ୍ଗନବାଡି(AWC)କୁ ଯୋଗାଇ ଦିଆଯିବ । ଉପରୋକ୍ତ ପ୍ରସଙ୍ଗରେ ତୁରନ୍ତ ବିଦ୍ୟାଳୟ ପରିସରରେ AWCSର ନିର୍ମାଣ ଏବଂ ସୁଗମ କାର୍ଯ୍ୟ ପାଇଁ ଖୁବଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲା / ବ୍ଲକ ସ୍ତରୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ