ଓଡିଶା

odisha

UDAN Scheme: ପ୍ରଧାନମନ୍ତ୍ରୀ ଆଓ୍ୱାର୍ଡ ଗ୍ରହଣ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

By

Published : Apr 20, 2022, 9:43 PM IST

ଉଡାଣ ଯୋଜନା(Scheme UDAN) କୁ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ । ଗ୍ରହଣ କଲେ ବଭାଗୀୟ ମନ୍ତ୍ରୀ ସଚିବଙ୍କ ଟିମ । ଅଧିକ ପଢନ୍ତୁ

UDAN scheme Awarded: ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ ଗ୍ରହଣ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ
UDAN scheme Awarded: ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ ଗ୍ରହଣ କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ବାରା ଜାରି ରହିଥିବା ଉଡାଣ ଯୋଜନା (Scheme UDAN)କୁ ଉଲ୍ଲେଖନୀୟ ସଫଳତା ପାଇଁ ଆଜି ପ୍ରଧାନମନ୍ତ୍ରୀ ଆଓ୍ବାର୍ଡରେ ପୁରସ୍କୃତ କରାଯାଇଛି । ପବ୍ଲିକ ଆଡମିନିଷ୍ଟ୍ରେସନ ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ଯୋଜନାକୁ ପୁରସ୍କୃତ କରାଯିବା ନେଇ ଚୟନ କରାଯାଇଥିଲା ।

ଆଜି ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରଣାଳୟର ଅଧିକାରୀ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ବିଭାଗୀୟ ମନ୍ତ୍ରୀ ଜ୍ୟୋତିରାଦିତ୍ୟା ସିନ୍ଧିଆ, ବିଭାଗୀୟ ଯୁଗ୍ମ ସଚିବ ଉଷା ପାଢୀ ଓ ରାଜୀବ ବଂଶଲ, ଭାରତୀୟ ବିମାନ ବନ୍ଦର ପ୍ରାଧୀକରଣ (AAI)ର ଅଧ୍ୟକ୍ଷ ସଞ୍ଜୀବ କୁମାର ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମନ୍ତ୍ରଣାଳୟକୁ ପ୍ରତିନିଧିତ୍ବ କରିଥିଲେ ।

ତେବେ ଆରମ୍ଭ ହେବାର 5 ବର୍ଷ ମଧ୍ୟରେ ମିଶନକୁ ସଫଳତା ମିଳିଛି । 415 ରୁଟରେ ଏହି ଉଡାଣ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ 1ଲକ୍ଷ 79 ହଜାର ବିମାନ ଏହା ଯୋଜନାରେ ଉଡାଣ ଭରିସାରିଛି । ସେହିପରି 92 ଲକ୍ଷରୁ ଉର୍ଦ୍ଧ୍ବ ନାଗରିକ ଏହି ଯୋଜନାରେ ଉପକୃତ ହୋଇଥିବା ମନ୍ତ୍ରଣାଳୟ କହିଛି । ମାତ୍ର 5 ବର୍ଷରେ ନିଜର ଲକ୍ଷ୍ୟ ଆଡକୁ ଅଗ୍ରଗତି କରୁଥିବା ଉଡାଣ ଯୋଜନାକୁ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇଁ ମଧ୍ୟ ଚୟନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details