ଓଡିଶା

odisha

By

Published : Apr 22, 2023, 9:21 PM IST

ETV Bharat / bharat

ଜମ୍ମୁ କାଶ୍ମୀରର 6 ଜିଲ୍ଲାକୁ ହିମସ୍ଖଳନ ଆଲର୍ଟ

ଜମ୍ମୁ କାଶ୍ମୀରର 6 ଟି ଜିଲ୍ଲାକୁ ହିମସ୍ଖଳନ ଆଲର୍ଟ । ବାହାରକୁ ନଯାଇ ସୁରକ୍ଷିତ ରହିବା ପାଇଁ ସତର୍କତା ଜାରି କଲା ଜମ୍ମୁ କାଶ୍ମୀର ବିପର୍ଯ୍ୟୟ ପ୍ରାଧିକରଣ । ଅଧିକ ପଢନ୍ତୁ

ଜମ୍ମୁ କାଶ୍ମୀରର 6 ଟି ଜିଲ୍ଲାକୁ ହିମସ୍ଖଳନ ଆଲର୍ଟ
ଜମ୍ମୁ କାଶ୍ମୀରର 6 ଟି ଜିଲ୍ଲାକୁ ହିମସ୍ଖଳନ ଆଲର୍ଟ

ଶ୍ରୀନଗର: ଜମ୍ମୁ କାଶ୍ମୀରର 6ଟି ଜିଲ୍ଲାକୁ ହିମସ୍ଖଳନ ଆଲର୍ଟ ଜାରି କରାଯାଇଛି । ଜମ୍ମୁ କାଶ୍ମୀର ବିପର୍ଯ୍ୟୟ ପ୍ରାଧିକରଣ (JKDMA) ଆସନ୍ତା 24 ଘଣ୍ଟା ମଧ୍ୟରେ ହିମସ୍ଖଳନ ହେବାର ଆଶଙ୍କା ରହିଛି । ତେଣୁ ସତର୍କ ରହିବା ପାଇଁ ଏହି 6 ଜିଲ୍ଲାବାସୀଙ୍କୁ ଅବଗତ କରାଯାଇଛି । ତେବେ ବଡ ଧରଣର ନୁହେଁ ବରଂ ସାମାନ୍ୟ ଧରଣର ହିମସ୍ଖଳନ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି ।

ପ୍ରାଧିକରଣ ଜାରି କରିଥିବା ସୂଚନା ଅନୁସାରେ, ଆସନ୍ତା 24 ଘଣ୍ଟା ମଧ୍ୟରେ ଡୋଡା, କିସ୍ତଓ୍ବାର, ପୁଞ୍ଚ, ରାମବାନ୍, ଗାନ୍ଦରବାଲ୍ ଏବଂ କୁପୱାରା ଜିଲ୍ଲାରେ ଏହି ହିମସ୍ଖଳନ ହେବାର ଆଶଙ୍କା ରହିଛି । ଗୌଭଗଳିକ ପୂର୍ବାନୁମାନ ଅନୁସାରେ ସମୁଦ୍ର ପତ୍ତନ ଠାରୁ ପ୍ରାୟ 2,500 ରୁ 3,200 ମିଟର ଉପରେ ଏହି ହିମସ୍ଖଳନ ହୋଇପାରେ । ତେଣୁ ଏହି ଜିଲ୍ଲାବାସୀମାନେ ଆବଶ୍ୟକ ସତର୍କତା ଅବଲମ୍ବନ କରନ୍ତୁ ବୋଲି ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ।

ସେହିପରି ପରବର୍ତ୍ତୀ ସୂଚନା ନମିଳିବା ପର୍ଯ୍ୟନ୍ତ ହିମସ୍ଖଳନପ୍ରବଣ ସ୍ଥାନରେ ପ୍ରବଣ ଅଞ୍ଚଳରେ ପ୍ରବେଶ ନକରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଏବେ ତୁଷାରପାତ ସହ ବରଫର ଆସ୍ତରଣ ମାତ୍ରା ମଧ୍ୟ ଅଧିକ ରହିଛି । ତେଣୁ ଏହି ସମୟରେ ଏପରି ଆଶଙ୍କା ଅଧିକ ରହିଛି ।

ଏହାପୂର୍ବରୁ ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ହିମସ୍ଖଳନ ହୋଇଥିଲା । ଏଥିରେ ଗୁଲମାରରେ ଦୁଇଜଣ ବିଦେଶୀ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା । 19 ଜଣ ବିଦେଶୀ ପର୍ଯ୍ୟଟକ ଏବଂ 2 ଜଣ ସ୍ଥାନୀୟ ଗାଇଡଙ୍କୁ ଏକାଧିକ ଘଣ୍ଟାର ଅପରେସନ ପରେ ଉଦ୍ଧାର କରାଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ବାରମୁଲ୍ଲା ପୋଲିସ କହିଥିଲା ,21 ଜଣ ବିଦେଶୀ ଏବଂ ଦୁଇ ଜଣ ସ୍ଥାନୀୟ ଗାଇଡଙ୍କୁ ନେଇ ତିନିଟି ଦଳ ସ୍କାଏକିଂ ପାଇଁ ଗୁଲମର୍ଗକୁ ଯାଇଥିଲେ । ସେଠାରେ ହଠାତ ପାଗରେ ପରିବର୍ତ୍ତନ ଆସିବା ସହ ହିମସ୍ଖଳନ ହୋଇଥିଲା ।

ଏମାନେ ହାପାଟଖଡ କାଙ୍ଗଡୋରି ନିକଟରେ ଫସି ରହିଥିଲେ । କେଇ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ସେମାନଙ୍କ ମଧ୍ୟରୁ ମୋଟ 19 ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଅନ୍ୟ ଦୁଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ପ୍ରାଣ ହରାଇଥିବା ଦୁଇ ପର୍ଯ୍ୟଟକ ବିଦେଶୀ ପର୍ଯ୍ୟଟକ ହୋଇଥିବା ସ୍ପଷ୍ଟ ହୋଇଥିଲା ।ହିମସ୍ଖଳନ ଫଳରେ ରାସ୍ତାଘାଟ ବନ୍ଦ ହେବା ସହ ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । କାଶ୍ମୀର ତଥା ଉତ୍ତର ଭାରତରେ ଭୂସ୍ଖଳନ ଓ ହିମସ୍ଖଳନ ନିୟମିତ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details