ଓଡିଶା

odisha

By

Published : May 4, 2021, 2:39 PM IST

Updated : May 4, 2021, 5:13 PM IST

ETV Bharat / bharat

କୋଭିଡ୍ ପ୍ୟାକେଜ: 72ଲକ୍ଷ ହିତାଧିକାରୀଙ୍କୁ ମାଗଣା ରାସନ, ଅଟୋ-ରିକ୍ସା ଚାଳକଙ୍କୁ 5 ହଜାର

ରାଜ୍ୟରେ ଲକଡାଉନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । 72 ଲକ୍ଷ ରାସନ କାର୍ଡ ହିତାଧିକାରୀଙ୍କୁ ମାଗଣା ରାସନ । ଅଟୋରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ମିଳିବ 5 ହଜାର ଟଙ୍କା । ଅଧିକ ପଢନ୍ତୁ...

ମାଗଣା ରାସନ ସହ ଅଟୋ ରିକ୍ସା ଚାଳକଙ୍କୁ ମିଳିବ 5 ହଜାର ଟଙ୍କା
ମାଗଣା ରାସନ ସହ ଅଟୋ ରିକ୍ସା ଚାଳକଙ୍କୁ ମିଳିବ 5 ହଜାର ଟଙ୍କା

ନୂଆଦିଲ୍ଲୀ: ରାଜ୍ୟରେ ଲକଡାଉନ ସମୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଲକଡାଉନ କାରଣରୁ ରୋଜଗାର ହରାଇଥିବା ଲୋକଙ୍କୁ ମିଳିବ ମାଗଣା ରାସନ ଓ ଆର୍ଥିକ ସହାୟତା । ଗତବର୍ଷ ଲକଡାଉନ ପରି ଏଥର ମଧ୍ୟ ଆର୍ଥିକ ସହାୟତା ଦେବେ ଦିଲ୍ଲୀ ସରକାର । କୋଭିଡ ସମୟରେ ଆର୍ଥିକ ଚାପ କମାଇବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଅଟୋ ଓ ଟ୍ୟାକ୍ସି ଚାଳକ ଦିଲ୍ଲୀ ପରିବହନ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ । ଲକଡାଉନ କାରଣରୁ ଏମାନଙ୍କ ଗୁଜୁରାଣ ଉପରେ ପ୍ରଭାବ ପକାଇଛି । ଗତ ବର୍ଷ ପରି ଏଥର ମଧ୍ୟ ସରକାରଙ୍କୁ ଆର୍ଥକ ସହାୟତା ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହିତ ସିଏମ, ଦିଲ୍ଲୀର ସବୁ ରାସନ କାର୍ଡଧାରୀଙ୍କୁ 2 ମାସର ମାଗଣା ରାସନ ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଏଥିରେ 72 ଲକ୍ଷ ରାସନ କାର୍ଡଧାରୀ ଉପକୃତ ହେବେ । ଏହା ସହିତ ଅଟୋରିକ୍ସା ଓ ଟ୍ୟାକ୍ସି ଡ୍ରାଇଭରଙ୍କୁ ମିଳିବ 5 ହଜାର ଟଙ୍କା । କେଜ୍ରିୱାଲ କହିଛନ୍ତି, କୋରୋନାର ଦ୍ବିତୀୟ ଲହରୀ ସାଙ୍ଘାତିକ ହୋଇପଡିଥିବାବେଳେ ସମସ୍ତଙ୍କୁ ମିଳିମିଶି ଲଢେଇ କରିବାକୁ ପଡିବ ।

Last Updated : May 4, 2021, 5:13 PM IST

ABOUT THE AUTHOR

...view details