ଓଡିଶା

odisha

ETV Bharat / bharat

ଗହଣା ବ୍ୟାଗ ହଜାଇ ଚିନ୍ତାରେ ଥିଲେ କନ୍ୟା ପରିବାର, ହଠାତ୍ ପହଞ୍ଚିଲେ ଅଟୋ ଡ୍ରାଇଭର - କନ୍ୟାଙ୍କୁ ଫେରାଇଦେଲେ ପାଇଥିବା ଗହଣା ବୋଝେଇ ବ୍ୟାଗ

ଉତ୍ତରାଖଣ୍ଡରେ ଜଣେ ଅଟୋ ଡ୍ରାଇଭରଙ୍କ ମହାନତା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି (Auto driver returned jewelry bag)। କନ୍ୟାଙ୍କୁ ଫେରାଇ ଦେଲେ ଅଟୋରେ ଛାଡି ଯାଇଥିବା ଗହଣା ଭର୍ତ୍ତି ଗହଣା ବୋଝେଇ ବ୍ୟାଗ । ଅଧିକ ପଢନ୍ତୁ

ଅଟୋ ଡ୍ରାଇଭରଙ୍କ ସାଧୁତା: କନ୍ୟାଙ୍କୁ ଫେରାଇ ଦେଲେ ଅଟୋରେ ଛାଡି ଯାଇଥିବା ଗହଣା ଭର୍ତ୍ତି ବ୍ୟାଗ
ଅଟୋ ଡ୍ରାଇଭରଙ୍କ ସାଧୁତା: କନ୍ୟାଙ୍କୁ ଫେରାଇ ଦେଲେ ଅଟୋରେ ଛାଡି ଯାଇଥିବା ଗହଣା ଭର୍ତ୍ତି ବ୍ୟାଗ

By

Published : Dec 3, 2022, 10:37 PM IST

Updated : Dec 3, 2022, 11:07 PM IST

ହାଇଦ୍ରାବାଦ:ବିହାହ କରିବାକୁ ଅଟୋରେ ମଣ୍ଡପ ଯାଉଥିଲେ କନ୍ୟା ଓ ତାଙ୍କ ପରିବାର ସଦସ୍ୟ (Auto driver returned jewelry bag)। କିନ୍ତୁ ମଣ୍ଡପରେ ପହଞ୍ଚିବା ପରେ ଜଣା ପଡିଥିଲା ଗହଣା ରଖାଯାଇଥିବା ବ୍ୟାଗଟି କେଉଁଠାରେ ହଜି ଯାଇଛି । କନ୍ୟା ପରିବାର ସମସ୍ତଙ୍କ ମୁଣ୍ଡରେ ଚଡକ ପଡିଥିବା ବେଳେ ହଠାତ ହାତରେ ଗହଣା ଭର୍ତ୍ତି ବ୍ୟାଗ ଧରି ମଣ୍ଡପରେ ପହଞ୍ଚିଲେ ସମ୍ପୃକ୍ତ ଅଟୋ ଡ୍ରାଇଭର । କନ୍ୟାଙ୍କୁ ଗହଣା ଭର୍ତ୍ତି ବ୍ୟାଗ ଫେରାଇଲେ, ବିବାହ ପାଇଁ କନ୍ୟାଙ୍କୁ ଆର୍ଶୀବାଦ ମଧ୍ୟ କଲେ । କଥାଟି କାହାଣୀ ପରି ଲାଗୁଥିଲେ ମଧ୍ୟ ସତ୍ୟ (Auto driver returned jewelry bag)। ଏପରି ଜଣେ ଅଟୋବାଲାଙ୍କ ସାଧୁତାର ପରାକାଷ୍ଠା ଦେଖିବାକୁ ମିଳିଛି ଉତ୍ତରାଖଣ୍ଡର ହଲଦଓ୍ବାନୀ ଜିଲ୍ଲାରେ

ଏହି ଘଟଣାଟି ନୈନିତାଲ ଜିଲ୍ଲାର ହାଲଦୱାନୀରେ ଦେଖିବାକୁ ମିଳିଛି । ସହରର ମୁଖାନିରେ ଗତକାଲି (ଶୁକ୍ରବାର) ଏକ ବିବାହ କାର୍ଯ୍ୟକ୍ରମ ଥିଲା । କନ୍ୟା ପରିବାର ପ୍ରାୟ 6ଲକ୍ଷ ଟଙ୍କା ମୂଲ୍ୟର ଗହଣା ସହ ଏକ ଅଟୋ ଯୋଗେ ବବାହ ହେବାକୁ ଥିବା ହଲ ବା ମଣ୍ଡପ ଅଭିମୁଖେ ଯାଉଥିଲେ । କିନ୍ତୁ ଅଟୋରେ ଅଳଙ୍କାର ବ୍ୟାଗକୁ ଭୁଲି ଯାଇଥିଲେ । ତେବେ ମଣ୍ଡପରେ ପହଞ୍ଚିବା ପରେ ଗହଣା ବ୍ୟାଗଟି କେଉଁଠାରେ ହଜି ଯାଇଥିବା ଜାଣିବାକୁ ପାଇ ବିଚଳିତ ହୋଇପଡିଥିଲା ପୁରା ପରିବାର ।

ଏହି ସମୟରେ ସମ୍ପୃକ୍ତ ଅଟୋ ଡ୍ରାଇଭର କିର୍ତ୍ତୀ ବଲ୍ଲଭ ଯୋଶୀ ବିବାହ ମଣ୍ଡପରେ ପହଞ୍ଚିଥିଲେ । ସେ ଅଟୋରେ ଛାଡି ଯାଇଥିବା ବ୍ୟାଗଟିକୁ କନ୍ୟା ପରିବାରକୁ ଫେରାଇଥିଲେ । କନ୍ୟା ପରିବାର କହିବା ଅନୁସାରେ ସେଥିରେ ପ୍ରାୟ 6ଲକ୍ଷ ଟଙ୍କାର ଗହଣା ଓ 50,000 ନଗଦ ଟଙ୍କା ଥିଲା । ଅଟୋ ଡ୍ରାଇଭର କିର୍ତ୍ତୀ ବଲ୍ଲଭଙ୍କ ଏପରି ମହାନ କାର୍ଯ୍ୟକୁ ସାଧାରଣରେ ବେଶ ପ୍ରଶଂସା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2022, 11:07 PM IST

ABOUT THE AUTHOR

...view details