ବେଙ୍ଗାଲୁରୁ: କୋରୋନାର ଦ୍ବିତୀୟ ଲହର ଏବେ ସମସ୍ତଙ୍କୁ ଭୟଭୀତ କରିଥିବା ବେଳେ ଅନେକ ଲୋକଙ୍କ ଜୀବନ ନେଲାଣି ମହାମାରୀ । କେଉଁଠି ଚିକିତ୍ସା ଅଭାବରୁ ମୃତ୍ୟୁ ହେଲାଣିତ ଆଉ କେଉଁଠି ଆମ୍ବୁଲାନ୍ସର ବିଳମ୍ବ, ପୁଣି କେଉଁଠି ଅକ୍ସିଜେନର ଅଭାବ ହେତୁ ଅନେକ କୋରୋନା ଆକ୍ରାନ୍ତ ପ୍ରାଣ ହରାଇଲେଣି । ତେବେ ମହାମାରୀ ପରି ଏହି ବିପଦ ସମୟରେ କୋରୋନା ଯୁଦ୍ଧରେ ନିଜକୁ ସାମିଲ କରିଛନ୍ତି କର୍ଣ୍ଣାଟକ କାଲାବୁରାଗିର ଅଟୋ ଡ୍ରାଇଭର ଆକାଶ ଡେଲିର ।
କୋରୋନାର ଦୃତ ସଂକ୍ରମଣ ହେତୁ କର୍ଣ୍ଣାଟକରେ ଲକଡାଉନ ଲାଗୁ ରହିଥିବାରୁ କୋରୋନା ରୋଗୀଙ୍କୁ ହସ୍ପିଟାଲ ଯିବା ପାଇଁ ଯେଉଁ ମାନେ ଆମ୍ବୁଲାନ୍ସ ବୁକ୍ କରିବାରେ ଅସମର୍ଥ ହେଉଛନ୍ତି ସେମାନଙ୍କୁ ମାଗଣାରେ ନିଜ ଅଟୋରେ ସେବା ଯେଗାଉଛନ୍ତି ଏହି ଯୁବକ ଜଣଙ୍କ ।